ଭୁବନେଶ୍ବର: ନିର୍ବାଚନ ସରି ସରକାର ଗଠନ ସରିଲା । ଲୋକସଭାରେ ପ୍ରଥମ ଅଧିବେଶନ ମଧ୍ୟ ଆରମ୍ଭ ହେଲା । ପ୍ରଥମ ଦିନରେ ସାଂସଦ ଭାବେ ଶପଥ ନେଲେ ବିଜୟୀ ପ୍ରାର୍ଥୀ । ହେଲେ ପୂର୍ବରୁ ସାଂସଦ ଥିବା ତଥା ଏଥର ନିର୍ବାଚନରେ ପରାଜୟ ବରଣ କରିଥିବା ନେତାଙ୍କର କିନ୍ତୁ ସାଂସଦ ପଦରୁ ମୋହ ତୁଟିନି । ଏବେବି ଟ୍ବିଟରରେ ନିଜକୁ ସାଂସଦ ଭାବେ ପରିଚିତ କରାଉଛନ୍ତି ।
ପରାଜୟ ପରେ ବି ବଲାଙ୍ଗୀରର ସାଂସଦ କଳିକେଶ ! - mp
ପରାଜିତ ପରେ ମଧ୍ୟ ଟ୍ବିଟରରେ ନିଜକୁ ସାଂସଦ ଭାବେ ଦର୍ଶାଇଛନ୍ତି ବଲାଙ୍ଗୀରର ପୂର୍ବତନ ସାଂସଦ କଳିକେଶ ସିଂହଦେଓ । ଯାହାକୁ ନେଇ ସେ ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି ।
ଏପରି ଜଣେ ପୂର୍ବତନ ସାଂସଦ ହେଉଛନ୍ତି ବଲାଙ୍ଗୀରର କଳିକେଶ ସିଂହଦେଓ । ଯେକି ନିଜ ଟ୍ବିଟର ଆକାଉଣ୍ଟରେ ଏବେ ମଧ୍ୟ ନିଜକୁ ବଲାଙ୍ଗୀରର ସାଂସଦ ବୋଲି ଦର୍ଶାଇଛନ୍ତି । ବ୍ଲୁଟିକ୍ ସ୍ବୀକୃତି ପ୍ରାପ୍ତ ତାଙ୍କର ଏହି ଆକାଉଣ୍ଟରେ ଏପରି ଦେଖିବାକୁ ମିଳିଛି । ଯାହାକୁ ନେଇ ସେ ସୋସିଆଲ ମିଡିଆରେ ଟ୍ରୋଲ ହେଉଥିବା ଦେଖିବାକୁ ମିଳିଛି ।
ତେବେ ସାଂସଦ ନଥାଇ ମଧ୍ୟ କିପରି ସେ ନିଜକୁ ଟ୍ବିଟରରେ ସାଂସଦ ଭାବେ ଦର୍ଶାଇଛନ୍ତି । ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ଥାଉକି, ବଲାଙ୍ଗୀରରୁ ଚଳିତ ବର୍ଷ ନିର୍ବାଚନରେ କଳିକେଶ ପରାଜିତ ହୋଇଛନ୍ତି । ଏଠାରୁ ବିଜେପି ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂହଦେଓ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ।