ଓଡିଶା

odisha

By

Published : Mar 31, 2021, 8:28 PM IST

ETV Bharat / city

ରାସ୍ତା ପ୍ରଶସ୍ତିକରଣ ନାଁରେ କଟାଯାଇଛି ୧ କୋଟିରୁ ଉର୍ଦ୍ଧ୍ବ ଗଛ

ପ୍ରଶସ୍ତିକରଣ ନାଁରେ ରାଜ୍ୟରେ ବିଗତ 10 ବର୍ଷ ଭିତରେ କଟାଯାଇଛି ୧ କୋଟି ୮୫ ଲକ୍ଷ ୭୪୮ ଗଛ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରଶ୍ନରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଉତ୍ତର । ଅଧିକ ପଢନ୍ତୁ...

ରାସ୍ତା ପ୍ରଶସ୍ତିକରଣ ନାଁରେ କଟାଯାଇଛି ୧ କୋଟିରୁ ଉର୍ଦ୍ଧ୍ବ ଗଛ
ରାସ୍ତା ପ୍ରଶସ୍ତିକରଣ ନାଁରେ କଟାଯାଇଛି ୧ କୋଟିରୁ ଉର୍ଦ୍ଧ୍ବ ଗଛ

ଭୁବନେଶ୍ବର: ବିଧାନସଭାରେ ଆସିଲା ଆଖି ତରାଟିଲା ଭଳି ତଥ୍ୟ । ରାସ୍ତା ପ୍ରଶସ୍ତିକରଣ ନାଁରେ ରାଜ୍ୟରେ ବିଗତ 10 ବର୍ଷ ଭିତରେ କଟାଯାଇଛି ୧ କୋଟି ୮୫ ଲକ୍ଷ ୭୪୮ ଗଛ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ବିଧାନସଭାରେ ଗଛକଟା ପ୍ରସଙ୍ଗ

ରାଜ୍ୟରେ ଗତ 10 ବର୍ଷରେ ବିଭିନ୍ନ କାର୍ଯ୍ୟ ପାଇଁ କେତେ ଗଛ କଟାଯାଇଛି ସେନେଇ ମୋହନ ମାଝିଙ୍କ ପ୍ରଶ୍ନର ଉତ୍ତର ରଖିଲେ ଜଙ୍ଗଲ ମନ୍ତ୍ରୀ । 10 ବର୍ଷ ମଧ୍ୟରେ ଜଙ୍ଗଲ ଓ ଅଣଜଙ୍ଗଲ କିସମ ଜମିରୁ କଟାଯାଇଛି 1 କୋଟି 85 ଲକ୍ଷ 748 ଟି ଗଛ।

ତଥ୍ୟ ଉପସ୍ଥାପନ କଲେ ଜଙ୍ଗଲ ମନ୍ତ୍ରୀ

ରାଜ୍ୟର 2010-11 ବର୍ଷରୁ 2020-21 ବର୍ଷ ମଧ୍ୟରେ କେଉଁ କେଉଁ ରାସ୍ତାରେ ପ୍ରଶସ୍ତିକରଣ ନିମନ୍ତେ, କେତେ ମୂଲ୍ୟର କେତେ ସଂଖ୍ୟକ ଗଛ କେଉଁ ବର୍ଷ କଟାଯାଇଛି । ପ୍ରତିବଦଳରେ କେଉଁ କେଉଁ ବର୍ଷରେ କେତେ ଗଛ ଲଗାଯାଇଛି ।ତାର ଏକ ବିବରଣୀ ପ୍ରଦାନ କରିବେ କି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା ମୋହନ ମାଝୀ ।

ରାସ୍ତା ପ୍ରଶସ୍ତିକରଣ ନାଁରେ କଟାଯାଇଛି ୧ କୋଟିରୁ ଉର୍ଦ୍ଧ୍ବ ଗଛ

ତେବେ ଆଗାମୀ ଦିନରେ ନୂଆଗଛ ଲଗାଯିବା ପାଇଁ ପଦକ୍ଷେପ ନିଆଯାଇଛି କହିଛନ୍ତି ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details