ଭୁବନେଶ୍ବର:ରାଜ୍ୟସ୍ତରୀୟ ବନବାହିନୀ ସହୀଦ ସ୍ମାରକୀ ଉନ୍ମୋଚିତ। ବଣଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ସମୟରେ ସହୀଦ ହୋଇଥିବା ଓଡ଼ିଶାର ଜଙ୍ଗଲ ଅଧିକାରୀ ଏବଂ କ୍ଷେତ୍ର ଅଧିକାରୀଙ୍କ ନାମ ଏହି ସ୍ମାରକୀରେ ସ୍ଥାନ ପାଇଛି । ଜଙ୍ଗଲ ବିଭାଗର କ୍ଷେତ୍ର କର୍ମଚାରୀମାନେ ଜଙ୍ଗଲକୁ ସୁରକ୍ଷା ଦେବାବେଳେ ଅନେକ ବିପଦର ସମ୍ମୁଖୀନ ହୁଅନ୍ତି ।
ମନ୍ତ୍ରୀ ଅମାତ କହିଛନ୍ତି, "ମାନବ ବନ୍ୟଜନ୍ତୁ ବିବାଦ ଏବଂ ଜଙ୍ଗଲରେ ଅଗ୍ନିସଂଯୋଗ ଭଳି ପ୍ରତିକୂଳ ପରିସ୍ଥିତିରେ ବିଭାଗୀୟ କ୍ଷେତ୍ର ଅଧିକାରୀ ମାନେ ଅସାଧାରଣ ସାହସ ଦେଖାଇ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କୁ ସୁରକ୍ଷିତ କରି ରଖିବାରେ ସହାୟକ ହୁଅନ୍ତି । ତେବେ ନବୀନ ପଟ୍ଟନାୟକ ସବୁବେଳେ କହି ଆସିଛନ୍ତି ଯେ ପ୍ରାକୃତିକ ସଂପଦ ହେଉଛି ସବୁଠାରୁ ବଡ଼ ସଂପଦ । ଏଗୁଡିକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର ଉତ୍ତରଦାୟିତ୍ଵ । ପୃଥିବୀକୁ ସୁନ୍ଦର କରି ରଖିବାକୁ ହେଲେ ପ୍ରାକୃତିକୁ ସବୁଜମୟ କରି ରଖିବାକୁ ପଡ଼ିବ ।"