ଓଡିଶା

odisha

ETV Bharat / city

କମୁଛି ଜଙ୍ଗଲ ନିଆଁ, ସତର୍କ ରହିବା ପାଇଁ ବନସଂରକ୍ଷଣଙ୍କୁ ନିର୍ଦ୍ଦେଶ - forest fire under control

କମୁଛି ଜଙ୍ଗଲର ନିଆଁ। ତେବେ ଖରା ବଢୁଥିବା ହେତୁ ରାଜ୍ୟ ସମ୍ପୂର୍ଣ୍ଣ ସତର୍କ ରହିବାକୁ ବନଖଣ୍ଡ ଅଧିକାରୀ ଓ ଆଞ୍ଚଳିକ ବନ ସଂରକ୍ଷଣ କର୍ମଚାରୀଙ୍କୁ ଦିଆଯାଇଛି ନିର୍ଦ୍ଦେଶ । ଅଧିକ ପଢନ୍ତୁ..

କମୁଛି ଜଙ୍ଗଲ ନିଆଁ, ସତର୍କ ରହିବା ପାଇଁ ବନସରଂକ୍ଷଣଙ୍କୁ ନିର୍ଦ୍ଦେଶ
କମୁଛି ଜଙ୍ଗଲ ନିଆଁ, ସତର୍କ ରହିବା ପାଇଁ ବନସରଂକ୍ଷଣଙ୍କୁ ନିର୍ଦ୍ଦେଶ

By

Published : Mar 18, 2021, 7:43 PM IST

ଭୁବନେଶ୍ବର: ରାଜ୍ୟରେ କମୁଛି ଜଙ୍ଗଲର ନିଆଁ। ତେବେ ଖରା ବଢୁଥିବା ହେତୁ ରାଜ୍ୟ ସମ୍ପୂର୍ଣ୍ଣ ସତର୍କ ରହିବାକୁ ବନଖଣ୍ଡ ଅଧିକାରୀ ଓ ଆଞ୍ଚଳିକ ବନ ସଂରକ୍ଷଣ କର୍ମଚାରୀଙ୍କୁ ଦିଆଯାଇଛି ନିର୍ଦ୍ଦେଶ ।

ରାଜ୍ୟରେ ସୃଷ୍ଟି ହୋଇଥିବା ନିଆଁ ପରିସ୍ଥିତିକୁ ଆୟତାଧିନ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାର ଜିଲ୍ଲା ପ୍ରଶାସକଙ୍କ ସହ ସମ୍ପର୍କ ଦୈନିକ ଯୋଗାଯୋଗରେ ରହିଛନ୍ତି। ଯେଉଁ ଅଞ୍ଚଳରେ ନିଆଁ ଲାଗୁଛି, ଯାହା ହଟ ସ୍ପଟ ଭାବରେ ଜଣାପଡିଛି, ସେହି ଅଞ୍ଚଳରେ ସତର୍କ ରହିବା ପାଇଁ ବନ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଟ୍ୟାକ୍ସ ଫୋର୍ସ ଟିମ ଶିମିଳିପାଳ ପରିଦର୍ଶନରେ ଯାଇ ବନ ଅଧିକାରୀଙ୍କ ସହ ସାକ୍ଷାତ କରିଛନ୍ତି। ବୁଧବାର ମଧ୍ୟ ଚନ୍ଦକା ଜଙ୍ଗଲରେ ନିଆଁ ଲାଗିଥିବାବେଳେ କୌଣସି ଜୀବଜନ୍ତୁ ମୃତାହତ ହୋଇନଥିବା ନଜରକୁ ଆସିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details