ଭୁବନେଶ୍ବର:ରାଜ୍ୟରେ ସୃଷ୍ଟି ହୋଇଥିବା ବନାଗ୍ନି ଏବେ ଆୟତାଧିନ ରହିଛି । ରାଜ୍ୟରେ କୌଣସି ସ୍ଥାନରେ ବି ବନାଗ୍ନି ନାହିଁ । ତେବେ ଅଗ୍ନିପ୍ରବଳ ଓ ହଟସ୍ପଟ ଅଞ୍ଚଳ ଗୁଡିକ ପାଇଁ ରହିଛନ୍ତି ପ୍ରସ୍ତୁତ । ଗତକାଲି ଚନ୍ଦକା ଓ ଡମପଡା ଜଙ୍ଗାଲରେ ଲାଗିଥିବା ନିଆଁକୁ ଆୟତ କରାଯାଇଛି । ରାଜ୍ୟ ସରକାରଙ୍କ ଉଚିତ ପଦକ୍ଷପ ଓ ବନ କର୍ମଚାରୀଙ୍କ କାଠିନ ପରିଶ୍ରମ ପାଇଁ ନିଆଁକୁ ଆୟତ କରାଯାଇଥିବା ସୂଚନା ଦେଲେ ଟାସ୍କ ଫୋର୍ସ ମୁଖ୍ୟ ସନ୍ଦୀପ ତ୍ରିପାଠୀ ।
କମୁଛି ଜଙ୍ଗଲ ନିଆଁ, ‘ସତର୍କ ଓ କଠିନ ପରିଶ୍ରମ ନିଆଁକୁ ଆୟତ୍ତାଧିନ କରିଛି’ - କମୁଛି ଜଙ୍ଗଲ ନିଆଁ
ରାଜ୍ୟରେ ସୃଷ୍ଟି ହୋଇଥିବା ବନାଗ୍ନି ଏବେ ଆୟତାଧିନ ରହିଛି । ରାଜ୍ୟ ସରକାରଙ୍କର ଉଚିତ ପଦକ୍ଷପ ଓ ବନ କର୍ମଚାରୀଙ୍କର କାଠିନ ପରିଶ୍ରମ ପାଇଁ ନିଆଁକୁ ଆୟତ କରାଯାଇଥିବା ସୂଚନା ଦେଲେ ଟାସ୍କ ଫୋର୍ସ ମୁଖ୍ୟ ସନ୍ଦୀପ ତ୍ରୀପାଠୀ । ଅଧିକ ପଢନ୍ତୁ ....
କମୁଛି ଜଙ୍ଗଲ ନିଆଁ
ଆଗାମୀ ଦିନରେ ଖରା ଜୋର ଧରୁଥିବା ବେଳେ ବନ କର୍ମଚାରୀ ଓ ଅଗ୍ନି କର୍ମଚାରୀଙ୍କୁ ସଜାଗ ଓ ସତର୍କ ରହିବା ପାଇଁ ନିର୍ଦ୍ଦେଶ ରହିଛି । ସୂଚନା ଥାଉକି ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଟାସ୍କଫୋର୍ସ ଗଠନ କରିଛନ୍ତି । ପୂର୍ବତନ ପିସିସିଏଫ ସନ୍ଦୀପ ତ୍ରିପାଠୀଙ୍କ ନେତୃତ୍ବରେ ଗଠନ କରାଯାଇଛି ଏହି ଟାସ୍କଫୋର୍ସ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ