ଓଡିଶା

odisha

ETV Bharat / city

ଗଜରାଜଙ୍କ ସୁରକ୍ଷା ଚିନ୍ତା, ବନ ଓ ରେଳ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ - decision to protect elephents

ରାଜ୍ୟରେ ଦିନକୁ ଦିନ ଦୁର୍ଘଟଣାରେ ହାତୀଙ୍କ ମୃତ୍ୟୁ ସଂଖ୍ଯା ବୃଦ୍ଧି ପାଉଛି । ଯାହା ଏବେ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ । ଏପଟେ ବନ ବିଭାଗ ଗଜରାଜଙ୍କୁ ସୁରକ୍ଷା ଦେବା ପାଇଁ ଆରମ୍ଭ କରିଛି ପଦକ୍ଷେପ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Oct 16, 2019, 11:57 PM IST

ଭୁବନେଶ୍ବର: ଗଜରାଜଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ବନ ବିଭାଗ । ଏଥିପାଇଁ ଭୁବନେଶ୍ବରର ପ୍ରକୃତି ଭବନରେ ବସିଥିଲା ଏକ ସମୀକ୍ଷା ବୈଠକ । ପିସିସିଏଫ ୱାଇଲ୍ଡ ଲାଇଫଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି ବୈଠକ । ବୈଠକରେ ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଶକ୍ତି ଓ ରେଳ ବିଭାଗର ଅଧିକାରୀ ଯୋଗ ଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀଙ୍କ ମୃତ୍ୟୁ ହେବାସହ ରେଳ ଦୁର୍ଘଟଣା ମଧ୍ୟ ହାତୀଙ୍କ ଅକାଳ ମୃତ୍ୟୁର ହେଉଛି । କିଭଳି ହାତୀଙ୍କୁ ସୁରକ୍ଷା ଦିଆଯାଇ ପାରିବ ଏହି ବୈଠକରେ ସେନେଇ ଆଲୋଚନା ହୋଇଥିଲା ।

ଅନ୍ୟପଟେ ହାତୀ ମୃତ୍ୟୁ ବନ୍ଦ କରିବା ପାଇଁ ରେଲବାଇ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବ ବନ ବିଭାଗ । ଟ୍ରେନ ଲାଇନ କଡରେ ଟ୍ରେନର ବଳକା ଖାଦ୍ୟ ନ ପକାଇବା ପାଇଁ ରେଲବାଇକୁ ପରାମର୍ଶ ଦେବା ସହ ରେଳ ଲାଇନ କଡରୁ ଅନାବନା ଗଛ ସଫା କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଏହାସହ ହାତୀ ମୃତ୍ୟୁ ରୋକିବାକୁ ଟ୍ରେନ ଲାଇନରେ ଅଣ୍ଡର ପାସ୍ ତିଆରି କରିବା ପାଇଁ ଆଲୋଚନା ହୋଇଛି । ଏଥିସହ ହାତୀ ମୃତ୍ୟୁକୁ ରୋକିବା ପାଇଁ ହାତୀ ଚଲା ପଥରେ ଟ୍ରେନର ଗତି ୫୦ ରୁ ୬୦ କିମି ବେଗ କରିବା ପାଇଁ ପରାମର୍ଶ ଦିଆଯାଇଛି ।


ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details