ଓଡିଶା

odisha

ETV Bharat / city

ଫୋକସରେ ବନ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି, ନିର୍ମାଣ ହେବ ଜଙ୍ଗଲ ଏକାଡେମୀ - ନିର୍ମାଣ ହେବ ଜଙ୍ଗଲ ଏକାଡେମୀ

ବନ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଜଙ୍ଗଲ ଏକାଡେମୀ ନିର୍ମାଣ କରାଯିବ । ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Oct 24, 2019, 11:36 PM IST

ଭୁବନେଶ୍ବର: ବନ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଜଙ୍ଗଲ ଏକାଡେମୀ ନିର୍ମାଣ କରାଯିବ । ଏନେଇ ଜଙ୍ଗଲ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି । ଅରଣ୍ୟ ଭବନରେ ଅନୁଷ୍ଠିତ ବନଖଣ୍ଡ ଅଧିକାରୀଙ୍କ ସମ୍ମିଳନୀ ପରେ ସେ ଏହା ଘୋଷଣା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସମ୍ମିଳନୀ ଅବସରରେ ଜଙ୍ଗଲ ପରିବେଶ ମନ୍ତ୍ରୀ ଅନଲାଇନରେ ଟ୍ରାନଜିଟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ବନଖଣ୍ଡ ଅଧିକାରୀଙ୍କ ସମ୍ମିଳନୀରେ ୩୭ଜଣ ଟେରିଟୋରିଆଲ ଓ ୧୩ଜଣ ଡିଏଫଓ ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି।

ଖୁବଶୀଘ୍ର ରାଜଧାନୀ ଉପକଣ୍ଠର ସାମସୁନ୍ଦରପୁରରେ ନିର୍ମାଣ ହେବ ଜଙ୍ଗଲ ଏକାଡେମୀ । 7 ଏକର ଜମିରେ ଏହି ଏକାଡେମୀ ନିର୍ମାଣ କରାଯିବ । ଏହି ଏକାଡେମୀ ନିର୍ମାଣ କରିବା ପାଇଁ ପ୍ରାୟ ୩୮କୋଟି ଟଙ୍କା ମଞ୍ଜୁର କରାଯାଇଛି। ବିଭାଗୀୟ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଏହି ଏକାଡେମୀରେ ପ୍ରଶିକ୍ଷଣ ଦିଆଯିବ । ସରକାରଙ୍କର ଏହା ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଥିଲା ବେଳେ ଏହା ଦ୍ବାରା ଜଙ୍ଗଲ ସୁରକ୍ଷା ସୁଦୃଢ ହେବା ସହ ପରିବେଶ ପ୍ରଦୂଷଣ ହ୍ରାସ ହୋଇପାରିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି।

ବିଭିନ୍ନ ସମୟରେ ମଣିଷ ଓ ବନ୍ୟପ୍ରାଣୀଙ୍କ ମଧ୍ୟରେ ସଂଘର୍ଷ ଘଟିବାରୁ ଲୋକମାନେ କ୍ଷତିଗ୍ରସ୍ତ ହେଉଛନ୍ତି । ତେଣୁ ଲୋକମାନଙ୍କୁ ବିଭାଗ ସାଙ୍ଗରେ ରଖାଯିବ । ଯାହାଦ୍ବାରା ତୁରନ୍ତ କ୍ଷତିପୂରଣ ପ୍ରଦାନ ସହିତ ବନ୍ୟପ୍ରାଣୀମାନେ ସୁରକ୍ଷିତ ରହିପାରିବେ ବୋଲି ସଚିବ ମୋନା ଶର୍ମା କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details