ଓଡିଶା

odisha

ETV Bharat / city

ହାତୀ ମଣିଷ ଲଢେଇ ରୋକିବା ଏକ ବଡ ଚ୍ୟାଲେଞ୍ଜ: ଜଙ୍ଗଲ ବିଭାଗ ସଚିବ - Elephant sefty in odisha

ହାତୀ ମଣିଷ ଲଢେଇ ରୋକିବା ଏକ ବଡ ଚ୍ୟାଲେଞ୍ଜ । ମଧ୍ଯପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ଛତିଶଗଡ଼କୁ ଛାଡିଦେଲେ ଓଡିଶାରେ ଜଙ୍ଗଲ 33%ରୁ ଅଧିକ ରହିଛି। ହେଲେ ହାତୀଙ୍କୁ ନେଇ ଏବେ ବି ରହିଛି ଚିନ୍ତା ରହିଛି । ଅଧିକ ପଢନ୍ତୁ

ହାତୀ ମଣିଷ ଲଢେଇ ରୋକିବା ଏକ ବଡ ଚ୍ୟାଲେଞ୍ଜ :ଜଙ୍ଗଲ ବିଭାଗ ସଚିବ
ହାତୀ ମଣିଷ ଲଢେଇ ରୋକିବା ଏକ ବଡ ଚ୍ୟାଲେଞ୍ଜ :ଜଙ୍ଗଲ ବିଭାଗ ସଚିବ

By

Published : Mar 21, 2022, 10:26 PM IST

ଭୁବନେଶ୍ବର :ହାତୀ ମଣିଷ ଲଢେଇ ରୋକିବା ଏକ ବଡ ଚ୍ୟାଲେଞ୍ଜ । ତାକୁ କମାଇବା ପାଇଁ ଚେଷ୍ଟା ଜାରି ରହିଛି । ମଧ୍ଯପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ଛତିଶଗଡ଼କୁ ଛାଡିଦେଲେ ଓଡିଶାରେ ଜଙ୍ଗଲ 33%ରୁ ଅଧିକ ରହିଛି।

ହାତୀ ମଣିଷ ଲଢେଇ ରୋକିବା ଏକ ବଡ ଚ୍ୟାଲେଞ୍ଜ :ଜଙ୍ଗଲ ବିଭାଗ ସଚିବ

ହେଲେ ହାତୀଙ୍କୁ ନେଇ ଏବେ ବି ରହିଛି ଚିନ୍ତା ରହିଛି । ବିଶେଷ କରି କୁଲଡିହା ଅଞ୍ଚଳରେ ହାତୀ କରିଡର ମଧ୍ଯରେ କିଛି ଖଣି ଅଞ୍ଚଳ ଆସିବା ଯୋଗୁଁ ହାତୀଙ୍କ ଚଲାପଥ ବିପଦରେ ପଡିଛି। ବିଶ୍ବ ବନ୍ଯ ପ୍ରାଣୀ ସପ୍ତାହ ଅବସରରେ ବନ ବିଭାଗର ଚିନ୍ତା ବଢିଛି।

ଜଙ୍ଗଲ ନିଆଁ ଉପରେ ଆମର ନିୟନ୍ତ୍ରଣ ରହିଛି । ନିଆଁକୁ ଆୟତ୍ତ କରିବା ପାଇଁ ସ୍ୱତନ୍ତ୍ର ଏସଓପି ଜାରି କରାଯାଇଛି। ଲୋକଙ୍କୁ ମଧ୍ୟ ଜଙ୍ଗଲରେ ନିଆଁ ଲଗାଇବା ପାଇଁ ବାରଣ କରୁଛୁ। ତଥାପି ଯେଉଁଠି ନିଆଁ ଲାଗୁଛି ଲିଭାଇବା ପାଇଁ ତୁରନ୍ତ ପଦକ୍ଷେପ ନିଆ ଯାଉଛି । ଅନ୍ୟପଟେ ଏଥର ବଢିବ ରାଜ୍ୟର ବାଘ ସଂଖ୍ୟା। ସମ୍ବଲପୁରରେ ବାଘ ସଂଖ୍ୟା ବଢିଥିବା ଜଣା ପଡ଼ିଛି । ଶିମିଳିପାଳରେ ମଧ୍ୟ ବାଘ ସଂଖ୍ୟା ବଢିବାର ସଙ୍କେତ ଆସୁଛି । ହାତୀ ମଣିଷ ଲଢେଇ ରୋକିବା ଆମ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ । ଆମେ ତାକୁ କମାଇବା ପାଇଁ ଚେଷ୍ଟା କରୁଛୁ ।

ଟ୍ରେନ ଦୁର୍ଘଟଣାରେ ହାତୀ ମୃତ୍ୟୁ ରୋକିବା ପାଇଁ ରେଳ ବିଭାଗ ସହ ଆଲୋଚନା ହୋଇଛି । ସେହିପରି ଏନଏଚ ଗୁଡିକରେ ଅଣ୍ଡର ପାସ ନିର୍ମାଣ କରାଯାଉଛି । ଝୁଲୁଥିବା ବିଦ୍ୟୁତ ତାର ଗୁଡିକୁ ସଜାଡ଼ିବା ପାଇଁ ରାଜ୍ୟ ସରକାର ଶକ୍ତି ବିଭାଗକୁ ଅଧିକ ଅର୍ଥ ଦେଇଛନ୍ତି ବୋଲି କହିଛନ୍ତି ଜଙ୍ଗଲ ବିଭାଗ ସଚିବ ମୋନା ଶର୍ମା ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details