ଭୁବନେଶ୍ବର: CAMPA(Compensatory Afforestation Fund Management and Planning Authority) ଯୋଜନାରେ କେନ୍ଦ୍ରରୁ ରାଜ୍ୟକୁ ମିଳିଥିବା 2644 କୋଟି 15 ଲକ୍ଷ ଟଙ୍କାର ବିନିଯୋଗ ରାଜ୍ୟ ସରକାର କିଭଳି ଭାବେ କରିଛନ୍ତି ଓ ଆଗାମୀ ଦିନ ପାଇଁ କଣ ଯୋଜନା ସବୁ ପ୍ରସ୍ତୁତ କରିଛନ୍ତି ସେନେଇ ମଙ୍ଗଳବାର ଗୃହର ପ୍ରଶ୍ନ ଉଠିଥିଲା। ଏନେଇ ଗୃହରେ ସମସ୍ତ ତଥ୍ୟ ଉପସ୍ଥାପନା କରଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।
2019 ଜୁନ ମାସ ସୁଦ୍ଧା 2548 କୋଟି 80 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। CAMPA ଟଙ୍କାରେ ଏ ପର୍ଯ୍ୟନ୍ତ 2,94,055 ହେକ୍ଟର ଜଙ୍ଗଲରେ ବୃକ୍ଷ ରୋପଣ ହୋଇଛି । 7,44,784 ହେକ୍ଟରରେ ବାଉଁଶ ଜଙ୍ଗଲ, 1,79,601 ହେକ୍ଟର ଅନ୍ୟାନ୍ୟ ଜଙ୍ଗଲ ସୃଷ୍ଟି ପାଇଁ ବୃକ୍ଷ ରୋପଣ କରାଯାଇଛି।