ଓଡିଶା

odisha

ETV Bharat / city

ପ୍ରମାଣ ଅଭାବରୁ ଖସିପାରିବେନି ଅପରାଧି, ପ୍ରତି ଥାନାରେ ରହିବେ ଫରେନସିକ ଆସୋସିଏଟ

ଏଣିକି ସମସ୍ତ ଦୁର୍ଘଟଣା ଓ ହତ୍ୟା ମାମଲାରେ ପ୍ରାଥମିକ ପର୍ଯ୍ୟାୟରେ ପ୍ରମାଣ ସଂଗ୍ରହ କରିବେ ଥାନା ଷ୍ଟାଫ । ଅଧିକ ପଢନ୍ତୁ...

By

Published : Jun 16, 2021, 1:23 PM IST

Updated : Jun 16, 2021, 8:37 PM IST

ଥାନା ଷ୍ଟାଫଙ୍କୁ ଫରେନ୍ସିକ ତାଲିମ
ଥାନା ଷ୍ଟାଫଙ୍କୁ ଫରେନ୍ସିକ ତାଲିମ

ଭୁବନେଶ୍ବର: ଭୁବନେଶ୍ବର ବିଭିନ୍ନ ଥାନାରେ କାର୍ଯ୍ୟରତ ଥିବା କର୍ମଚାରୀ ଦୁର୍ଘଟଣାସ୍ଥଳରେ ପହଞ୍ଚି କିପରି ତଦନ୍ତ କରିବେ ସେ ନେଇ ଆରମ୍ଭ ହୋଇଛି ତାଲିମ । ପ୍ରମାଣ ଯୋଗାଡ କରିବାରେ ସେମାନଙ୍କୁ ଅଭିଜ୍ଞ କରିବାକୁ ସେମାନଙ୍କୁ ତାଲିମ ଦିଆଯାଉଛି । ଭୁବନେଶ୍ବର ପୋଲିସ ସେବା ଭବନରେ ଆରମ୍ଭ ହୋଇଛି ତାଲିମ ଶିବିର । କିପରି ପ୍ରମାଣ ସଂଗ୍ରହ କରିବେ ସେ ନେଇ ଦିଆଯାଉଛି ତାଲିମ ।

ଥାନା ଷ୍ଟାଫଙ୍କୁ ଫରେନ୍ସିକ ତାଲିମ

ହତ୍ୟା ହେଉ ବା ହାଇପ୍ରୋଫାଇ ଚୋରି ଅବା ଡ଼କାୟତି। ଆତ୍ମହତ୍ୟା ହେଉ ବା ରହସ୍ୟମୟ ମୃତ୍ୟୁ। ଦୁର୍ଘଟଣାଠୁ ଆରମ୍ଭ କରି ଦୁଷ୍କର୍ମ ଓ ଗଣଦୁଷ୍କର୍ମ କେସ। ପ୍ରମାଣ ଅଭାବରୁ ଯେପରି ଦୁର୍ବଳ ନହୋଇପାରେ କେସ। ପ୍ରମାଣ ଅଭାବରୁ ଯେପରି ବିନା ଦଣ୍ଡରେ ଖସିଯାଇନପାରେ ଅଭିଯୁକ୍ତ। ସେଥିପାଇଁ କମିଶନରେଟ ପୋଲିସର ଫୋକସ କ୍ରାଇମ ଇନଭେଷ୍ଟିଗେସନ।

ଛୋଟ ଛୋଟ କେସ ହେଉ ବା ସନ୍ଦିଗ୍ଧ ଅପରାଧ। କ୍ରାଇମ ପଛର ଅପରାଧିକୁ ଖୋଜି ବାହାର କରିଵା ଏବଂ ଦଣ୍ଡ ବିଧାନ ପାଇଁ କୋର୍ଟରେ ଉପଯୁକ୍ତ ପ୍ରମାଣ ଉପସ୍ଥାପନା କରିବା ପାଇଁ ଦିଆଯାଇଛି ଗୁରୁତ୍ବ। ଯାହାକୁ ନେଇ ପ୍ରତ୍ୟେକ ଥାନା ଅଞ୍ଚଳରେ ନିତିଦିନ ଘଟୁଥିବା ଅପରାଧ ଇନଭେଷ୍ଟିଗେସନର ସହାୟତା ପାଇଁ ପ୍ରତି ଥାନାରେ ରହିବେ ସାଇଣ୍ଟିଫିକ ଆସୋସିଏଟ। ଜଣେ କନଷ୍ଟେବଳକୁ ଏଥିପାଇଁ ସ୍ବତନ୍ତ୍ର ଦାୟିତ୍ବ ସହ ଦିଆଯାଇଛି ଏକ ସାଇଣ୍ଟଫିକ କିଟ । ଯେଉଁଥିରେ ରହିଛି ୟୁଭିରେ ଟର୍ଚଲାଇଟ ସହ ରକ୍ତ ନମୁନା ସଗ୍ରହ ପାଇଁ ସ୍ବତନ୍ତ୍ର ଗ୍ଲାସ।

ଏଥିସହ ବଡ଼୍ ଭଳି ତୁଳାର କାଠି ସହ ଏଭିଡେନସ କଲେକ୍ସନ ପାଇଁ ସ୍ତତନ୍ତ୍ର ପ୍ୟାକେଟ। ଏହା ସହ ଫିଙ୍ଗରପ୍ରିଣ୍ଟ କଲେକ୍ସନ ପାଇଁ ସ୍ବତନ୍ତ୍ର ମେସିନ ଭଳି ଅତ୍ୟାଧୁନିକ ଟେକନିକ ସାମଗ୍ରୀ। ଯାହାଦ୍ବାରା ସେହି ସାଇଣ୍ଟିଫିକ ଆସୋସିଏଟ ଛୋଟ ମୋଟ ଘଟଣାର ପାରିପାର୍ଶ୍ବିକ ସ୍ଥଳିରୁ ସାଇଣ୍ଟଫିକ ଟିମ ପରି ସଂଗ୍ରହ କରିବ ପ୍ରମାଣ। ବଡ ବଡ ଘଟଣା ହୋଇଥିଲେ ଡି.ସି.ପି ଅଫିସର ଫରେନସିକ ଟିମ ଘଟଣା ସ୍ଥଳକୁ ଯିବେ। ତେବେ ସେହି ଫରେନସିକ ଆସୋସିଏଟଙ୍କୁ ତାଲିମ ପାଇଁ ପୋଲିସ ସେବା ଭବନରେ ଦିଆଯାଇଛି ତାଲିମ। ଯେଉଁମାନଙ୍କୁ କିପରି ମର୍ଡ଼ର ପ୍ଲଟରୁ ରକ୍ତ, ସନ୍ଦେହ ଜନକ ପଦାର୍ଥ, ହତ୍ୟା ବା ଆତ୍ମହତ୍ୟା ବା ଅନ୍ୟ ଘଟଣା ସ୍ଥଳରେ ପଡିଥିବା ଚୁଟି, ଶୁଖି ଯାଇଥିବା ରକ୍ତର ନମୁନା, ଫିଙ୍ଗର ପ୍ରିଣ୍ଟ, ଦୁର୍ଘଟଣା ସ୍ଥଳର ମୃତଦେହ ପଡିଥିବା ସ୍ଥାନର ଦୂରତା, ଆତ୍ମହତ୍ୟା କରିଥିବା ଓଢ଼ଣିର ଲମ୍ବା ଏହିପରି ଅନେକ ସାଇଣ୍ଟଫିକ ପଦ୍ଧତିର ତାଲିମ ଦେଇଛନ୍ତି ସ୍ବତନ୍ତ୍ର ଫରେନସିକ ଅଫିସର। ଯାହାଦ୍ବାରା ଉପଯୁକ୍ତ ପ୍ରମାଣ ଦ୍ବାରା କେସର ସମାଧାନ ସହ ଅଭିଯୁକ୍ତକୁ ଧରିବା ଓ ତା’ ବିରୋଧରେ କୋର୍ଟରେ ପ୍ରମାଣ ଦାଖଲରେ ସହଜ ହେବ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

Last Updated : Jun 16, 2021, 8:37 PM IST

ABOUT THE AUTHOR

...view details