ଓଡିଶା

odisha

ଏଥର ଝାରପଡାର ମୁଖ୍ୟ ଆକର୍ଷଣ; ପ୍ୟାରିସର "ଡିଜିନି ଲ୍ୟାଣ୍ଡ ପାର୍କ"ତୋରଣ

ଚଳିତବର୍ଷ ପୂଜାରେ ଝାରପଡାର ମୂଖ୍ୟ ଆକର୍ଷଣ ସାଜିବ ପ୍ୟାରିସ ର "ଡିଜିନି ଲ୍ୟାଣ୍ଡ ପାର୍କ"ତୋରଣ । ଯାହାକୁ ନିର୍ମାଣ କରୁଛନ୍ତି 50 ରୁ ଉର୍ଦ୍ଧ୍ବ କାରିଗର । ସୁରକ୍ଷାକୁ ଦୃଷ୍ଟିରେ ରଖି 20ଟି ସିସିଟିଭି ସମେତ 300ରୁ ଉର୍ଦ୍ଧ୍ବ ସ୍ବେଚ୍ଛାସେବୀ ନିୟୋଜନ କରାଯିବ । ରାବଣ ପୋଡିରେ 40 ଫୁଟ୍‌ର ରାବଣ ଆକର୍ଷଣ ସାଜିବା ବେଳେ ଭସାଣିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପାରମ୍ପରିକ ବାଦ୍ୟଶିଳ୍ପୀମାନେ ଯୋଗଦେବେ ବୋଲି ଜଣାଯାଇଛି ।

By

Published : Sep 18, 2019, 10:30 PM IST

Published : Sep 18, 2019, 10:30 PM IST

ଫଟୋ ସୈଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଆଉ କିଛିଦିନର ବ୍ୟବଧାନ ପରେ ଧରାବତରଣ କରିବେ ଜଗତଜନନୀ ମା' ଦୁର୍ଗା । ଏଥିପାଇଁ ରାଜଧାନୀର ପୂଜା କମିଟି ପକ୍ଷରୁ ଜୋରଦାର ଆୟୋଜନ କରାଯାଉଥିବା ଦେଖିବାକୁ ମିଳିଛି । ସେଥିମଧ୍ୟରୁ ଝାରପଡା ପୂଜା ସମିତି ଅନ୍ୟତମ ।

ଭିଡିଓ ସୈଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ପ୍ରତିବର୍ଷ ଏହି ପୂଜା ସମିତି ପକ୍ଷରୁ ଏପରି କିଛି ଆକର୍ଷଣୀୟ କାର୍ଯ୍ୟ ହାତକୁ ନିଆଯାଇଥାଏ । ଯେଉଁଥିପାଇଁ ଲୋକଙ୍କ ଚର୍ଚ୍ଚାରେ ସର୍ବଦା ରହିଥାଏ । ସେହିଭଳି ଚଳିତବର୍ଷ ମଧ୍ୟ ନିଜର ସ୍ବତନ୍ତ୍ରତା ବଜାୟ ରଖିବା ସହିତ ଏଥର ପ୍ୟାରିସର 'ଡିଜିନି ଲ୍ୟାଣ୍ଡ ପାର୍କ' ପ୍ରତିକୃତିର ତୋରଣ ନିର୍ମାଣ କରାଯାଉଥିବା ପୂଜା କମିଟି ପକ୍ଷରୁ କୁହାଯାଇଛି । ଯାହାକି ସବୁ ମଣ୍ଡପଠାରୁ ଆକର୍ଷଣୀୟ ହେବ ବୋଲି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ୟୋକ୍ତାମାନେ ପ୍ରକାଶ କରିଛନ୍ତି । ଏହି ତୋରଣ ନିର୍ମାଣ କରିବା ପାଇଁ ବଜେଟ୍‌ ରହିଛି 40 ଲକ୍ଷ । ଯାହାକୁ ପଶ୍ଚିମବଙ୍ଗରୁ ପ୍ରତାପ ଚନ୍ଦ୍ର ଗିରୀଙ୍କ ସହିତ 50ରୁ ଉର୍ଦ୍ଧ୍ବ କାରିଗର ଦୀର୍ଘ ଦେଢ଼ ମାସ ଧରି କାର୍ଯ୍ୟ ଜାରି ରଖିଥିବା ସୂଚନା ମିଳିଛି ।

ଏଥର ପୂଜାକୁ ଆହୁରି ଆକର୍ଷଣୀୟ କରାଯିବାକୁ 3ଟି ମୁଖ୍ୟ ଗେଟ ସମେତ 5ଟି ଗେଟରେ ଏଲଇଡି ଲାଇଟରେ ବିଭିନ୍ନ ପୌରାଣିକ, ଆଧୁନିକ ଓ ଆଦିବାସୀଙ୍କ କଥାବସ୍ତୁ ପ୍ରଦର୍ଶନ କରାଯିବାର ବ୍ୟବସ୍ଥା ହେଉଥିବା ଜଣାପଡ଼ିଛି । ସେହିଭଳି ସୁରକ୍ଷାକୁ ଦୃଷ୍ଟିରେ ରଖି 20 ଟି ସିସିଟିଭି ସମେତ 300ରୁ ଉର୍ଦ୍ଧ୍ବ ସ୍ବେଚ୍ଛାସେବୀ କମିଟି ପକ୍ଷରୁ ନିୟୋଜନ କରାଯିବ ବୋଲି ଅନୁଷ୍ଠାନର ସଭାପତି ଶିଖର ଜେନା କହିଛନ୍ତି । ସାଂସ୍କୃତିକ କାର୍ଯ୍ୟକ୍ରମରେ ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଥିବାବେଳେ ରାବଣ ପୋଡିରେ 40 ଫୁଟ୍‌ର ରାବଣ ଆକର୍ଷଣ ସାଜିବ ବୋଲି ସେ କହିଛନ୍ତି । ଭାଷାଣି ଉତ୍ସବରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପାରମ୍ପରିକ ବାଦ୍ୟଶିଳ୍ପୀମାନେ ଯୋଗଦେବେ ବୋଲି ଜଣାଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details