ଓଡିଶା

odisha

By

Published : Jan 21, 2022, 8:36 PM IST

ETV Bharat / city

ପ୍ରଥମ ଥର ରାଜପଥରୁ ବିଶ୍ବ ଦେଖିବ ଓଡିଶୀ ନୃତ୍ୟ

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ରଥମ କରି ଜାତୀୟ ରାଜଧାନୀ ରାଜପଥରେ ପରିବେଷିତ ହେବ ଓଡିଶୀ ନୃତ୍ୟ । ଅଧିକ ପଢନ୍ତୁ

ପ୍ରଥମ ଥର ରାଜଧାନୀର ରାଜପଥରୁ ସାରା ବିଶ୍ବ ଦେଖିବ ଓଡିଶୀ ନୃତ୍ୟ
ପ୍ରଥମ ଥର ରାଜଧାନୀର ରାଜପଥରୁ ସାରା ବିଶ୍ବ ଦେଖିବ ଓଡିଶୀ ନୃତ୍ୟ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ପ୍ରଥମ କରି ପରିବେଷିତ ହେବ ଓଡିଶୀ ନୃତ୍ୟ । ଜାତୀୟ ରାଜଧାନୀର ରାଜପଥରେ ନୃତ୍ୟ ପରିବେଷଣ କରିବେ ଓଡିଶା କଳାକାର । ସାରା ବିଶ୍ବ ଦେଖିବ ଓଡିଶାର ସଂସ୍କୃତି । ଗଣତନ୍ତ୍ର ଦିବସରେ ପରିବେଷଣ ହେବାକୁ ଥିବା ୮ଟି ଶାସ୍ତ୍ରୀୟ ନୃତ୍ୟ ମଧ୍ୟରେ ସ୍ଥାନ ପାଇଛି ଓଡିଶୀ ନୃତ୍ୟ । ଏନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ଚଳିତ ବର୍ଷ ସଂସ୍କୃତି ମନ୍ତ୍ରାଳୟ ସର୍ବଭାରତୀୟ ସ୍ତରରେ 'ବନ୍ଦେ ମା'ତରମ ନୃତ୍ୟ ଉତ୍ସବ' ଆୟୋଜନ କରୁଛି । ଏହି କାର୍ଯ୍ୟକ୍ରମ ପାଇଁ ବିଭିନ୍ନ କ୍ଷେତ୍ରରେ ୪୮୦ କଳାକାର ମନୋନୀତ ହୋଇଛନ୍ତି । ଏମାନଙ୍କ ଦ୍ବାରା ସାଧାରଣତନ୍ତ୍ର ଦିବସରେ ଶାସ୍ତ୍ରୀୟ ନୃତ୍ୟ, ଲୋକନୃତ୍ୟ ଏବଂ ଫ୍ୟୁଜନ ନୃତ୍ୟ ପରିବେଷଣ ହେବ ।

ଏଥିପାଇଁ ଅନୁଗୋଳର ନୃତ୍ୟ ନିଳୟ, ଓଡିଶୀ ନୃତ୍ୟ ଏବଂ ସଙ୍ଗୀତ ଅନୁଷ୍ଠାନରୁ ୧୦ ଜଣ କଳାକାରଙ୍କୁ ଚୟନ କରାଯାଇଛି । ସେହିପରି ଦିଲ୍ଲୀର ସଂଚାରୀ ଫାଉଣ୍ଡେସନର ୧୦ ଜଣ ଓଡିଶୀ ନୃତ୍ୟ କଳାକାରଙ୍କୁ ସଙ୍ଗୀତ ଏକାଡେମୀ ଦ୍ବାରା ଚୟନ କରାଯାଇଛି । ନୃତ୍ୟାଞ୍ଜଳି କ୍ରିଏସନର କଳାକାରମାନେ ମଧ୍ୟ ସାମିଲ ହୋଇଛନ୍ତି । ତେବେ ପ୍ରଦର୍ଶୀତ ହେବାକୁ ଥିବା ସାରା ଭାରତର ୮ ଟି ଶାସ୍ତ୍ରୀୟ ନୃତ୍ୟର କଳାକାରମାନେ ଏକାଠି ନୃତ୍ୟ ପରିବେଷଣ କରିବେ ।

ଚଳିତ ବର୍ଷ 'ଏକ ଭାରତ ଶ୍ରେଷ୍ଠ ଭାରତ' ବିଷୟ ବସ୍ତୁରେ ସମୂହ ନୃତ୍ୟ ପ୍ରଦର୍ଶନ କରିବେ । ସେହିପରି ଚଳିତ ବର୍ଷ ମଧ୍ୟ ପ୍ରଥମ କରି ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ରାଜପଥରେ ପ୍ରଦର୍ଶିତ ହେବ ପଟ୍ଟଚିତ୍ର । ରାଜପଥର ୨ କିଲୋମିଟର ପର୍ଯ୍ୟନ୍ତ ପଟ୍ଟଚିତ୍ର ପ୍ରଦର୍ଶିତ ହେବ । ଏଥିରେ ବିଭିନ୍ନ ରାଜ୍ୟର ସ୍ବାଧୀନତା ସଂଗ୍ରାମୀଙ୍କ ସମେତ ଆମ ରାଜ୍ୟର ବୀର ସଂଗ୍ରାମୀ ବାଜି ରାଉତ ଏବଂ ପାଇକ ବିଦ୍ରୋହ ଆଦି ଚିତ୍ରିତ କରାଯିବ ।

ABOUT THE AUTHOR

...view details