ଓଡିଶା

odisha

ETV Bharat / city

ସାବିତ୍ରୀ ପାଇଁ ଫଳ ଓ ବସ୍ତ୍ର ବଜାରରେ ସାମାଜିକ ଦୂରତା ଭୂଲିଲେ ଲୋକେ - ସାମାଜିକ ଦୂରତାର ଉଡିଲା ଧଜ୍ୟା

ବାତ୍ୟା ଓ ଲକଡାଉନ ଆଳରେ ଫଳ ବଜାରରେ ନିଆଁ । ଚଢା ଦରରେ ବିକ୍ରି ହେଉଛି ଫଳ । ଆଉ ଦରକୁ ଖାତିର ନ କରି ବଜାରରେ ସାବିତ୍ରୀଙ୍କ ଭିଡ ଜମିଥିବା ବେଳେ ବ୍ରତ ଆଳରେ ସାମାଜିକ ଦୂରତା କଥା ସତେ ଯେମିତି ସମସ୍ତେ ଭୂଲି ଯାଇଛନ୍ତି ।

tomorrow-is-savitri-puja
ସାବିତ୍ରୀ ପାଇଁ ଫଳ ଓ ବସ୍ତ୍ର ବଜାରରେ ସାମାଜିକ ଦୂରତା ଭୂଲିଲେ ଲୋକେ

By

Published : May 22, 2020, 12:11 AM IST

ଭୂବନେଶ୍ବର: ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ରଖିବେ ମହିଳା । ସେଥିପାଇଁ ଗୁରୁବାରଠୁ ଆରମ୍ଭ ହୋଇଛି ପ୍ରସ୍ତୁତି । ‘ଅମ୍ଫାନ’ର କମ୍ପନ ଟିକେ ଥମିବା ପରେ ରାଜଧାନୀ ସମେତ ରାଜ୍ୟର ଅନେକ ଫଳ ଓ ବସ୍ତ୍ର ବଜାରରେ ଦେଖିବାକୁ ମିଳିଛି ଖଚାଖଚ୍‌ ଭିଡ । ସେପଟେ ବାତ୍ୟା ଓ ଲକଡାଉନ ଆଳରେ ଫଳ ବଜାରରେ ନିଆଁ । ଚଢା ଦରରେ ବିକ୍ରି ହେଉଛି ଫଳ । ଆଉ ଦରକୁ ଖାତିର ନ କରି ବଜାରରେ ସାବିତ୍ରୀଙ୍କ ଭିଡ ଜମିଥିବା ବେଳେ ବ୍ରତ ଆଳରେ ସାମାଜିକ ଦୂରତା କଥା ସତେ ଯେମିତି ସମସ୍ତେ ଭୂଲି ଯାଇଛନ୍ତି ।

ତେବେ ମାର୍କେଟରେ ବିଭିନ୍ନ ସାମଗ୍ରୀର ଦରଦାମ ଉଭୟ ସତ୍ୟବାନ ଓ ସାବିତ୍ରୀଙ୍କୁ ବେଶ ପ୍ରଭାବ ପକାଇଥିବା ଦେଖିବାକୁ ମିଳିଛି । ଗାଡି ମଟର ବନ୍ଦ ସହିତ ବ୍ୟବସାୟ କାରବାର ଦୀର୍ଘ ଦିନ ଧରି ବନ୍ଦ ରହିଥିଲା । ଏଥିପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଉଚିତ ପରିମାଣରେ ଆସି ପାରୁନାହିଁ । ତେଣୁ ବେପାରୀମାନେ ନିଜ ପାଖରେ ଥିବା ସାମଗ୍ରୀର ଦରଦାମ ବଢ଼ାଇ ଥିବା ଗ୍ରାହକମାନେ କହିଛନ୍ତି । ତେବେ ବି ଲୋକମାନେ ଏହାକୁ ଦେଖି ନିଜର ଆବଶ୍ୟକତାକୁ କଟାଛାଞ୍ଚ କରି ବିଧି ରକ୍ଷା ନିମନ୍ତେ କିଣାକିଣି କରୁଥିବା କହିଛନ୍ତି । ଆହୁରି ମଧ୍ୟ ଗୃହିଣୀମାନେ ପରିସ୍ଥିତିକୁ ଦେଖି ନିଜ ସ୍ବାମୀମାନଙ୍କ ଉପରେ ଚାପ ନ ପକାଇ କିପରି ଏହି ପରିସ୍ଥିତିରୁ ଆଗକୁ ବଢ଼ିବେ ସେଥିପାଇଁ ସହଯୋଗ କରୁଥିବା କହିଛନ୍ତି ।

ସାବିତ୍ରୀ ପାଇଁ ଫଳ ଓ ବସ୍ତ୍ର ବଜାରରେ ସାମାଜିକ ଦୂରତା ଭୂଲିଲେ ଲୋକେ

ସେହିପରି ବହୁତ ଦିନ ଧରି ପ୍ରଶାସନ ମନ୍ଦିର ବନ୍ଦ ରଖିଥିବାରୁ ଏଥର ଆସନ୍ତାକାଲି ମନ୍ଦିର ଖୋଲିବା ନେଇ ମହିଳାମାନେ ସନ୍ଦେହ ପ୍ରକାଶ କରିଛନ୍ତି । ତେଣୁ ଏମାନେ ଘରେ ଠାକୁରଙ୍କ ପାଖରେ ପୂଜାର୍ଚ୍ଚନା କରି ଏହି ବ୍ରତ ପାଳନ କରିବେ ବୋଲ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details