ଭୁବନେଶ୍ବର: କାହା ନିର୍ଦ୍ଦେଶରେ ମନ୍ତ୍ରୀ ସୁଶାନ୍ତ ସିଂହ ଓ ସରକାରୀ ଉପମୁଖ୍ୟ ସଚେତକ ବଲାଙ୍ଗୀର ଓ ସମ୍ବଲପୁରରେ ଚାଷୀ ବିନା ଟୋକନରେ ଧାନ ବିକ୍ରି କରିପାରିବେ ବୋଲି ଘୋଷଣା କଲେ ? ସମ୍ବଲପୁରର ଏହି ବ୍ୟବସ୍ଥା ପୁରା ରାଜ୍ୟ ପାଇଁ ନା କେବଳ ହୀରାକୁଦ ତଳି ଅଞ୍ଚଳ ପାଇଁ ? ଗତ ଶୁକ୍ରବାର ବିରୋଧୀ ବିଧାନସଭାରେ ଉଠାଇଥିବା ଏହି ପ୍ରଶ୍ନକୁ ଆଜି ଗୃହରେ ନିଜ ବିବୃତ୍ତିରେ ଏଡାଇ ଯାଇଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।
ଶୁକ୍ରବାର ବାଚସ୍ପତିଙ୍କ ରୁଲିଂରେ ଆଜି ଯୋଗାଣ ମନ୍ତ୍ରୀ ବିଧାନସଭାରେ ଟୋକନ ବ୍ୟବସ୍ଥା ଉପରେ ବିବୃତ୍ତି ରଖିଥିଲେ । ବିବୃତ୍ତିରେ ମନ୍ତ୍ରୀ ପୁଣି ଥରେ ଟୋକନ ବ୍ୟବସ୍ଥା ପ୍ରତ୍ୟାହାର ହେବନାହିଁ ବୋଲି କହିଛନ୍ତି । ଧାନ ସଂଗ୍ରହ ପ୍ରକ୍ରିୟାକୁ ସ୍ବଚ୍ଛ ଓ ହସ୍ତକ୍ଷେପ ମୁକ୍ତ କରିବାକୁ ଟୋକନ ବ୍ୟବସ୍ଥା ଲାଗୁ ହୋଇଛି । ଏହା ଅନଲାଇନରେ କମ୍ପ୍ୟୁଟରୀକୃତ ବ୍ୟବସ୍ଥା ମାଧ୍ୟମରେ କରାଯାଉଛି । ଏଥିପାଇଁ ଚାଷୀ ତାଲିକା ସୋସାଇଟି ପ୍ରଦାନ କରୁଛନ୍ତି ।