ଭୁବନେଶ୍ବର: ରାସନ କାର୍ଡଧାରୀଙ୍କୁ ସର୍ତକ କରାଇଛନ୍ତି ଯୋଗାଣ ମନ୍ତ୍ରୀ । ଓଡ଼ିଶାର ସମସ୍ତ ରାସନ କାର୍ଡଧାରୀମାନଙ୍କୁ ସଚେତନ ଓ ସତର୍କ ରହିବାକୁ ଟ୍ବିଟ କରି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ସାଇବର ଠକାମୀରୁ ଦୂରେଇ ରହିବାକୁ ମଧ୍ୟ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।
ଟ୍ବିଟ କରି ମନ୍ତ୍ରୀ ଲେଖିଛନ୍ତି, ଓଡ଼ିଶାର ସମସ୍ତ ରାସନ୍ କାର୍ଡ ଧାରୀଙ୍କୁ ମୋର ବିଶେଷ ନିବେଦନ, ରାଜ୍ୟ ସରକାର କିମ୍ବା ଖାଦ୍ୟ ଯୋଗାଣ ବିଭାଗ ଦ୍ଵାରା କେବେବି ଆଧାର କାର୍ଡ ବା ବ୍ୟାଙ୍କ ସବିଶେଷ କିମ୍ବା ଓଟିପି ମଗା ଯାଏ ନାହିଁ । ଏଣୁ ସମସ୍ତେ ସଚେତନ ଓ ସତର୍କ ରହିବା ସହ ସାଇବର ଠକାମୀ ଠାରୁ ଦୂରେଇ ରୁହନ୍ତୁ ।