ଓଡିଶା

odisha

ETV Bharat / city

ଖାଦ୍ୟ ସୁରକ୍ଷାକୁ ସରକାରଙ୍କ ପ୍ରାଥମିକତା: ମନ୍ତ୍ରୀ - ଖାଦ୍ୟ ସୁରକ୍ଷାକୁ ସରକାରଙ୍କ ପ୍ରାଥମିକତା

ରାଜ୍ୟରେ କୋଭିଡର ଦ୍ବିତୀୟ ଲହର ବ୍ୟାପକତାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି । ରାଜ୍ୟର ସମସ୍ତ ହିତାଧିକାରୀଙ୍କ ନିକଟରେ ଯେପରି ଠିକ୍ ସମୟରେ ରାସନ୍ ସାମଗ୍ରୀ ପହଞ୍ଚିବ ସେଥିପାଇଁ ପଦକ୍ଷେପ ନିଆଯାଉଛି । ଅଧିକ ପଢନ୍ତୁ...

ଖାଦ୍ୟ ସୁରକ୍ଷାକୁ ସରକାରଙ୍କ ପ୍ରାଥମିକତା
ଖାଦ୍ୟ ସୁରକ୍ଷାକୁ ସରକାରଙ୍କ ପ୍ରାଥମିକତା

By

Published : Apr 26, 2021, 11:05 PM IST

ଭୁବନେଶ୍ବର: ରାଜ୍ୟରେ କୋଭିଡର ଦ୍ବିତୀୟ ଲହର ବ୍ୟାପକତାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ଖାଦ୍ୟସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି । ରାଜ୍ୟର ସମସ୍ତ ହିତାଧିକାରୀଙ୍କ ନିକଟରେ ଯେପରି ଠିକ୍ ସମୟରେ ରାସନ୍ ସାମଗ୍ରୀ ପହଞ୍ଚିବ ସେଥିପାଇଁ ପଦକ୍ଷେପ ନିଆଯାଉଛି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାନୁଯାୟୀ ରାଜ୍ୟର ଜଣେ ବି ଗରିବ ଲୋକ ଯେପରି ଖାଦ୍ୟସୁରକ୍ଷାରୁ ବଞ୍ଚିତ ନହୁଅନ୍ତି ସେଥିପ୍ରତି ସତର୍କ ଦୃଷ୍ଟି ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ଖାଦ୍ୟ ସୁରକ୍ଷାକୁ ସରକାରଙ୍କ ପ୍ରାଥମିକତା

ଭର୍ଚୁଆଲ ମୋଡ଼ ହୋଇଥିବା ବୈଠକରେ କୋଭିଡର ଦ୍ବିତୀୟ ଲହରରେ ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବାବଦରେ ଆଲୋଚନା ହୋଇଛି । ଖାଉଟିମାନେ ଯେପରି ସହଜରେ ଓ ସୁବିଧାରେ ପିଡ଼ିଏସ୍ ରାସନ ସାମଗ୍ରୀ ପାଇପାରିବେ ସେଦିଗରେ ଧ୍ୟାନ ଦେବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଖାଦ୍ୟ ସୁରକ୍ଷାକୁ ସରକାରଙ୍କ ପ୍ରାଥମିକତା

ମେ ମାସ ପ୍ରଥମ ସପ୍ତାହରୁ ରାଜ୍ୟର ୧୭ଟି ଜିଲ୍ଲାରେ ରବି ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ ହେଉଛି । ଏହାକୁ ସୁସଂହତ କରିବା ଦିଗରେ ବିଭାଗୀୟ ଅଧକାରୀ ଓ କ୍ଷେତ୍ରରେ କାମ କରୁଥିବା ପ୍ୟାକ୍ସ ଲ୍ୟାମ୍ପସ୍‌ର ଅଧିକାରୀମାନଙ୍କୁ ଅଧିକ ତତ୍ପର ହେବାକୁ ପଡ଼ିବ ବୋଲି ମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି । ମୂଲ୍ୟ ସହାୟକ ଯୋଜନାରେ ଡାଲି, ତୈଳବୀଜ, ବିନାବାଦାମ ଇତ୍ୟାଦିକୁ ସୁଚାରୁ ରୂପେ ସଂଗ୍ରହ କରି ଏହାର ଲାଭ ଚାଷୀମାନଙ୍କ ନିକଟରେ ପହଞ୍ଚାଇବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ରାଜ୍ୟରେ ଉତ୍ପାଦିତ ଖାଦ୍ୟଶସ୍ୟର ଉପଯୁକ୍ତ ସଂରକ୍ଷଣ ଦିଗରେ ଗୋଦାମ ଗୃହ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ମଣ୍ଡିଗୁଡ଼ିକରେ ବହୁମୁଖୀ ଗୋଦାମ ଘର ନିର୍ମାଣ ଦିଗରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ବିଭାଗର ସମସ୍ତ କାର୍ଯ୍ୟକ୍ରମରେ ୫ଟି'କୁ କଡ଼ାକଡ଼ି ଭାବେ ଅନୁପାଳନ ପୂର୍ବକ ଧାର୍ଯ୍ୟ ଲକ୍ଷ୍ୟ ହାସଲ ସହିତ ସଂପୂର୍ଣ୍ଣ ସ୍ଵଚ୍ଛତା ରକ୍ଷା କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ବୈଠକରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ ପିଡ଼ିଏସ୍ ସାମଗ୍ରୀ ଯୋଗାଣ ଓ ରବିଧାନ ସଂଗ୍ରହର ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମବାୟ ସମିତି ସମୂହର ନିବନ୍ଧକ ସୁଶାନ୍ତ କୁମାର ବାରିକ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଗୋପବନ୍ଧୁ ଶତପଥୀଙ୍କ ସମେତ ମାର୍କଫେଡ୍‌ର ପରିଚାଳନା ନିର୍ଦ୍ଦେଶକ, ଓଡ଼ିଶା ରାଜ୍ୟ ଓୟାର ହାଉସିଂର ପରିଚାଳନା ନିର୍ଦ୍ଦେଶକ, ଓସା ବୋର୍ଡର ସଦସ୍ୟ ସଚିବଙ୍କ ସମେତ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details