ଭୁବନେଶ୍ବର: ସାରା ବିଶ୍ବରେ ମଣିଷର ଜୀବନଶୈଳୀ ଦ୍ରୁତଗତିରେ ପରିବର୍ତ୍ତନ ହେଉଥିବା ବେଳେ ପୋଷଣଯୁକ୍ତ ଖାଦ୍ୟ ଗ୍ରହଣ କରିବାରୁ ଅଧିକାଂଶ ଲୋକେ ବଞ୍ଚିତ ହେଉଛନ୍ତି । ଏପରିକି ପ୍ରତ୍ୟେକ ଦିନ ଖାଦ୍ୟରେ ଯେଉଁ ପରିମାଣର ପୃଷ୍ଟି ଯୁକ୍ତ ଖାଦ୍ୟ ରହିବା ଉଚିତ୍ ତାହା ସମ୍ଭବ ହେଉନାହିଁ । କ’ଣ ଖାଦ୍ୟ ଗ୍ରହଣ କରୁଛନ୍ତି ତାହା ଭାବିବାକୁ ମଧ୍ୟ ମଣିଷ ପାଖରେ ସମୟ ନାହିଁ । ତେଣୁ ଏସବୁକୁ ଦୃଷ୍ଟିରେ ରଖି ଏବଂ ପୁଷ୍ଟି ଯୁକ୍ତ ଖାଦ୍ୟ ଗ୍ରହଣର ଗୁରୁତ୍ଵକୁ ପ୍ରାଧାନ୍ୟ ଦେଇ ଏ ଦିଗରେ ଲୋକଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ସମ୍ ଅଲ୍ଟମେଟ୍ ମେଡିକେୟାର(SUM Ultimate Medicare) ପକ୍ଷରୁ ଆଜି(ବୁଧବାର) ଏକ ଫୁଡ ଫେଷ୍ଟିଭାଲ୍(Food festival) ଆୟୋଜନ କରାଯାଉଛି ।
ଖାଦ୍ୟ ହୃଦୟ, ଶରୀର ଏବଂ ଆତ୍ମାକୁ ଆନନ୍ଦ ଦେବା ସହ ପୋଷଣ ମଧ୍ୟ ଦେଇଥାଏ । ତେଣୁ ଏପ୍ରିଲ୍ ୭ ତାରିଖ ବିଶ୍ଵ ସ୍ୱାସ୍ଥ୍ୟ ଦିବସ ପୂର୍ବଦିନ ଲୋକମାନଙ୍କ ମଧ୍ୟରେ ପାରମ୍ପରିକ ପୁଷ୍ଟି ଯୁକ୍ତ ଖାଦ୍ୟ ବିଷୟରେ ସଚେତନ କରାଇବା ପାଇଁ ଏକ ଫୁଡ୍ ଫେଷ୍ଟିଭାଲ୍ର ଆୟୋଜନ କରାଯାଉଛି । ବିଶେଷକରି ପାରମ୍ପରିକ ଓଡ଼ିଆ ଖାଦ୍ୟ ଏବଂ ଏଥିରେ ଥିବା ପୁଷ୍ଟିର ମାତ୍ରା ସମ୍ପର୍କରେ କାର୍ଯ୍ୟକ୍ରମରେ ଅବଗତ କରାଇବାର ଉଦ୍ଦେଶ୍ୟ ରହିଛି ।