ଭୁବନେଶ୍ବର: ଗୋଟିଏ ସ୍ଥାନରେ ଓଡିଆ ଘରର ସ୍ବାଦିଷ୍ଟ ବ୍ୟଞ୍ଜନ। ସମୟର ପରିବର୍ତ୍ତନ ସୁଅରେ ଲୁଚି ଯାଉଥିବା ଓଡିଆଣୀର ସୁଆଦିଆ ବ୍ୟଞ୍ଜନରେ ଏବେ ମହକିବ ରାଜଧାନୀ । ଏବେ ଏହି ସ୍ବାଦିଷ୍ଟ ବ୍ୟଞ୍ଜନକୁ ଉପଭୋଗ କରିବେ ରାଜଧାନୀବାସୀ। ଓଡ଼ିଆ ପିଠା କାକରା ଠାରୁ ଆରମ୍ଭ କରି ରାଜ୍ୟର କୋଣ ଅନୁକୋଣର ଖାଦ୍ୟପାଇ ପାରିବେ ଭୁବନେଶ୍ବରବାସୀ । ଏହି ଓଡ଼ିଶା ଖାଦ୍ୟର ପ୍ରଚାର ପ୍ରସାର ଲକ୍ଷ୍ୟରେ ଆରମ୍ଭ ରାଜଧାନୀରେ ଆରମ୍ଭ ହେଲା ଫୁଡ଼ ଫେଷ୍ଟିଭାଲ 2019। ଶୁକ୍ରବାର ବିଶ୍ବ ପର୍ଯ୍ୟଟନ ଦିବସ ଉପଲକ୍ଷେ ସନ୍ଧ୍ୟାରୁ ଆରମ୍ଭ ହୋଇଛି ଫୁଡ଼ ଫେଷ୍ଟିଭାଲ 2019।
ରାଜଧାନୀରେ ମହକିବ ଓଡିଆ ଘରର ସୁଆଦିଆ ବ୍ୟଞ୍ଜନ - ଭୁବନେଶ୍ବର ଖବର
ଏବେ ସ୍ବାଦିଷ୍ଟ ବ୍ୟଞ୍ଜନକୁ ଉପଭୋଗ କରିବେ ରାଜଧାନୀବାସୀ। ଓଡ଼ିଆ ପିଠା କାକରା ଠାରୁ ଆରମ୍ଭ କରି ରାଜ୍ୟର କୋଣ ଅନୁକୋଣର ଖାଦ୍ୟ ପାଇପାରିବେ ଭୁବନେଶ୍ବରବାସୀ । ଅଧିକ ଖବର ପଢନ୍ତୁ...
ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର
ଯେଉଁଠି ଏକା ସାଙ୍ଗରେ ଓଡ଼ିଆ ପିଠା ମଣ୍ଡା ସହ ଅଲଗା ଦେଶ ମାନଙ୍କର ମୁଖ୍ୟ ଖାଦ୍ୟ ସବୁ ମିଳିବ। ଆଜି ଏହି ଫୁଡ଼ ଫେଷ୍ଟିଭାଲକୁ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଓଟିଡିସିର ଚେୟାରମ୍ୟାନ ଶ୍ରୀମୟୀ ମିଶ୍ର ପ୍ରମୁଖ ଉଦଘାଟନ କରିଛନ୍ତି। ଅନ୍ୟପଟେ କିଭଳି ଓଡ଼ିଆମାନଙ୍କ ମୁଖ୍ୟ ଖାଦ୍ୟପେୟ ସବୁ ସାରା ଦେଶରେ ପହଞ୍ଚିବ, ସେଥିପାଇଁ ରାଜ୍ୟର ପ୍ରମୁଖ ହୋଟେଲ ସବୁ ଧ୍ୟାନ ଦେବା ଦରକାର ବୋଲି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ