ଭୁବନେଶ୍ବର: ହୁସିଆର ହୋଟେଲ କର୍ତ୍ତୃପକ୍ଷ । ଖାଦ୍ଯ ବାସି ଦେଉଥିଲେ ସାବଧାନ । କେତେବେଳେ କେଉଁ ମୁହୂର୍ତ୍ତରେ ଚଢାଉ କରିପାରେ ଫୁଡ ସେଫ୍ଟି (ଖାଦ୍ୟ ସୁରକ୍ଷା) ଟିମ । କାରଣ ଖାଦ୍ଯକୁ ନେଇ ଭୁବନେଶ୍ବରର ବିଭିନ୍ନ ହୋଟେଲରେ ହୋଇଛି ଯାଞ୍ଚ । ବାସି, ମସଲାଯୁକ୍ତ ଖାଦ୍ଯ, ଅତ୍ଯଧିକ ରଙ୍ଗ ଓ ଅପରିଷ୍କାର ପରିବେଷରେ ପ୍ରସ୍ତୁତ ଖାଦ୍ଯର ମାନ ଯାଞ୍ଚ କରି କାର୍ଯାନୁଷ୍ଠାନ ନେଇଛନ୍ତି ଫୁଡ ସେଫ୍ଟି ଟିମ ।
ରାଜଧାନୀରେ ଫୁଡ ସେଫ୍ଟି ଟିମ; ଖାଦ୍ଯ ଯାଞ୍ଚ କଲେ, ଫାଇନ କାଟିଲେ - Food checking team in bhubaneswar
ଭୁବନେଶ୍ବରର ବିଭିନ୍ନ ହୋଟେଲରେ ଫୁଡ ସେଫ୍ଟି ଟିମ ପକ୍ଷରୁ ଖାଦ୍ୟ ଯାଞ୍ଚ ହୋଇଛି । ଏହାସହ ଖାଦ୍ଯର ମାନ ଯାଞ୍ଚ ସହ ଫାଇନ ଆଦାୟ କରିଛି ଏହି ଟିମ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଇଟିଭି ଭାରତ
ସିଆରପି, ନୟାପଲ୍ଲି, ଆଇଡି ମାର୍କେଟରେ ଥିବା କିଛି ହୋଟେଲରେ ଚଢାଉ କରି ଫାଇନ ଆଦାୟ କରିଛି ଫୁଡ ସେଫ୍ଟି ଟିମ । ତେବେ ଖାଦ୍ଯର ମାନ ଯାଞ୍ଚ ପାଇଁ ଏହି ଟିମର ଅଧିକାରୀ ନିଜେ ବୁଲି ବୁଲି ଯାଞ୍ଚ କରିବା ସହ ଖାଦ୍ଯରେ ହେଉଥିବା ଅପମିଶ୍ରଣ ଓ ବାସି ଖାଦ୍ୟ ବିକ୍ରି ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ