ଭୁବନେଶ୍ବର: ଦେଶରେ ଦିନକୁ ଦିନ ବଢୁଛି ଅତ୍ୟାବଶ୍ୟକ ସାମଗ୍ରୀ ଦର । ପେଟ୍ରୋଲ ଡିଜେଲ ଦର ଆକାଶଛୁଆଁ ହୋଇଛି । ଏହି ଦରଦାମ ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେତ୍ର ପ୍ରତାପ ସ୍ବାଇଁ । କେନ୍ଦ୍ରର ଦରଦାମ ନୀତି ମହଙ୍ଗା ପଡିଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।
ପେଟ୍ରୋଲ ଓ ଡିଜେଲ 100ଟଙ୍କା ଉପରେ ,ଯହାର ପ୍ରଭାବ ସବୁଆଡେ ପଡିଛି । ଯେଉଁଥି ପାଇଁ ଦରବୃଦ୍ଧି କାବୁ ହୋଇପାରୁ ନିହାଁ । ରାଜ୍ୟ ତରଫରୁ କଳାବଜାରୀ ରୋକିବା ପାଇଁ ବ୍ୟବସ୍ଥା କରୁଛୁ । ନୂଆ ଆଇନ ବଳରେ କେନ୍ଦ୍ର ରାଜ୍ୟମାନଙ୍କୁ ନିରସ୍ତ୍ର କରି ଦେଇଛି ଏବଂ ଯେଉଁ ଭଳି ଭାବରେ ଖାଇବା ତେଲ ଓ ଡାଲି ଜାତୀୟ ଦ୍ରବ୍ୟ ଉପରେ ଦର ବଢିଚାଲିଛି ତାହା ପାଇଁ ସାଧାରଣ ଲୋକଟିଓ ହନ୍ତସନ୍ତ ହେଉଛି ।