ଓଡିଶା

odisha

ETV Bharat / city

କୁହୁଡିରୁ ନାହିଁ ନିସ୍ତାର, ଆସନ୍ତା 24 ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ରାଜ୍ୟରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ସାଧାରଣରେ ଜୀବନଯାତ୍ରା ବ୍ୟାହତ ହେଉଛି। ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ଅଧିକ ପଢନ୍ତୁ...

ଆସନ୍ତା 24 ଘଣ୍ଟା ରାଜ୍ୟରେ ଘନ କୁହୁଡି
ଆସନ୍ତା 24 ଘଣ୍ଟା ରାଜ୍ୟରେ ଘନ କୁହୁଡି

By

Published : Jan 25, 2021, 7:10 PM IST

ଭୁବନେଶ୍ବର: ରାଜ୍ୟରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ସାଧାରଣରେ ଜୀବନଯାତ୍ରା ବ୍ୟାହତ ହେଉଛି । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ଆସନ୍ତା ଦୁଇ ଦିନ ଧରି ସାରା ଓଡିଶାରେ ଘନ କୁହୁଡି ରହିବ। ଏନେଇ ସ୍ପଷ୍ଟ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଆସନ୍ତା 24 ଘଣ୍ଟାରେ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର ଏବଂ ଭଦ୍ରକ ଜିଲ୍ଲାରେ ଘନ କୁହୁଡି ଦୃଶ୍ୟମାନ ହେବ। ସେହିପରି ବୁଧବାର ମଧ୍ୟ ଘନ କୁହୁଡି ଦୃଶ୍ୟମାନ ହେବ।

ଆସନ୍ତା 24 ଘଣ୍ଟା ରାଜ୍ୟରେ ଘନ କୁହୁଡି

ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୧.୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ବରରେ ୨୦ .୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଏହାସହ ରାତ୍ରୀ ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ଅଧିକ ରହିଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details