ଭୁବନେଶ୍ବର: ବିଜୁ ଏକ୍ସପ୍ରେସୱେକୁ ତ୍ଵରିତ ପଥରେ ପରିଣତ କରିବା ସହ ନୂତନ ରାସ୍ତା ଓ ଅନେକ ବୃହତ ସେତୁ ନିର୍ମାଣ କରିବା ପାଇଁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଏହା ପଶ୍ଚିମ ଓଡିଶା ବିକାଶ ପାଇଁ ସମ୍ପ୍ରସାରିତ ସଂଯୋଗୀକରଣ ସହିତ ଶିଳ୍ପର ଅଭିବୃଦ୍ଧି ଓ ସାମଗ୍ରିକ ଅର୍ଥନୈତିକ ଉନ୍ନତି ଯୋଗାଇବ ।
୧୭୪.୫ କିମି ଦୀର୍ଘ ଏହି ତ୍ଵରିତ ପଥ କଳାହାଣ୍ଡି ଓ ନୂଆପଡା ଜିଲ୍ଲା ଦେଇଯିବ । ଯାହା ରାଜ୍ୟର ଶିଳ୍ପ ତଥା ବାଣିଜ୍ୟର ବିକାଶ ଘଟାଇବ । ଉକ୍ତ ତ୍ଵରିତ ପଥ ପାଇଁ ରାଜ୍ୟ ସରକାର EPC ଚୁକ୍ତିନାମା ମାଧ୍ୟମରେ ୪୪୮.୦୨ କୋଟି ଅର୍ଥ ବ୍ୟୟ କରି ଏହାକୁ ୪ ଥାକିଆ ରାସ୍ତା ନିର୍ମାଣ କରିବାକୁ ଯାଉଛନ୍ତି । ଏହା ମଧ୍ୟରେ ୧୭ ଟି କ୍ଷୁଦ୍ର ପୋଲ ଏବଂ ୮ ବୃହତ ପୋଲ ନିର୍ମାଣ ହେବ । ବିଜୁ ତ୍ବରିତ ପଥର ଘଟିପଡ଼ା ଠାରୁ ସିନାପାଲ୍ଲୀ ପର୍ଯ୍ୟନ୍ତ ନୂଆପଡା ଜିଲ୍ଲାରେ ୧୦୪.୬୫ କିମି ସହିତ ୬ ଟି କ୍ଷୁଦ୍ର ପୋଲ ଓ ୬ ଟି ବୃହତ ପୋଲ ନିର୍ମାଣ ହେବାର ପ୍ରସ୍ତାବ ରହିଛି ।