ଓଡିଶା

odisha

ETV Bharat / city

ବିଧାନସଭା ସୁରକ୍ଷା: ନୂଆ ଷ୍ଟ୍ରାଟେଜି SIW, ସ୍ପେଶାଲ ବ୍ରାଞ୍ଚର ଗୁଇନ୍ଦା ଉପରେ ଗୁରୁତ୍ବ - ନୂଆ ଷ୍ଟ୍ରାଟେଜି

ବିଧାନସଭା ସୁରକ୍ଷା ପାଇଁ ଏଥର ନୂଆ ଷ୍ଟ୍ରାଟେଜି SIW ଓ ସ୍ପେଶାଲ ବ୍ରାଞ୍ଚର ଗୁଇନ୍ଦା ଉପରେ ଗୁରୁତ୍ବ ଦିଆଯାଇଛି । ଅଧିକ ପଢନ୍ତୁ...

ବିଧାନସଭା ସୁରକ୍ଷା: ନୂଆ ଷ୍ଟ୍ରାଟେଜି SIW, ସ୍ପେଶାଲ ବ୍ରାଞ୍ଚର ଗୁଇନ୍ଦା ଉପରେ ଗୁରୁତ୍ବ
ବିଧାନସଭା ସୁରକ୍ଷା: ନୂଆ ଷ୍ଟ୍ରାଟେଜି SIW, ସ୍ପେଶାଲ ବ୍ରାଞ୍ଚର ଗୁଇନ୍ଦା ଉପରେ ଗୁରୁତ୍ବ

By

Published : Aug 31, 2021, 1:28 PM IST

Updated : Aug 31, 2021, 2:53 PM IST

ଭୁବନେଶ୍ବର:ଆତ୍ମହୁତି ହେଉ ବା ବିକ୍ଷୋଭ ପ୍ରଦର୍ଶନ। ରାଜନୈତିକ ବିରୋଧ ହେଉ କି ରାଜନେତାଙ୍କ ଅନଶନ। ଵିଧାନସଭା ଚାଲୁଥିବା ସମୟରେ ଏସବୁର ଟିକନିକ ଖବର ଉପରେ ଏଥର ଫୋକସ । କାରଣ ବିଧାନସଭା ଅଧିବେଶନ ଚାଲୁଥିବା ସମୟରେ ଯେପରି ଏସବୁ ପରିସ୍ଥିତି ବିଧାନସଭା ଗୃହ ପାଇଁ ବାଧକ ସୃଷ୍ଟି ନ କରେ ତାହା ଉପରେ ଗୁରୁତ୍ବ ଦିଆଯାଇଛି।

ବିଶେଷ କରି ନକ୍ସଲ ଅପରେସନ ବା ସୁରକ୍ଷା ସମ୍ପର୍କିତ ଉପରେ ନଜର ରଖୁଥିବା ସ୍ପେଶାଲ ଇଣ୍ଟେଲିଜେନସ ୟୁଇଙ୍ଗ ଏନେଇ ଏଥର ସ୍ପେଶାଲ ବ୍ରାଞ୍ଚ ସହ ମିଳିତ ଭାବେ ଗୁଇନ୍ଦା ସୂଚନା ଉପରେ ଫୋକସ ଦେବ । ଏପରିକି ରାଜନୈତିକ ବା ସହରର ଗୁଇନ୍ଦା ଉପରେ ଫୋକସ ଦେଉଥିବା ସ୍ପେଶାଲ ବ୍ରାଞ୍ଚ ଏହାର କୋର୍ଡିନେଟ କରି ଏସବୁ ଅପ୍ରୀତିକର ପରିସ୍ଥିତିକୁ କିପରି ଏଡାଯିବା ସହିତ ବିଧାନସଭା ଚାଲୁଥିବା ସମୟରେ ଯେପରି ଏସବୁ ସମସ୍ୟା ସୃଷ୍ଟି ନ କରିବ ସେ ନେଇ ଧ୍ୟାନ ଦିଆଯିବ। ଏନେଇ ସେପ୍ଟେମ୍ବର ୧ ବା ଆସନ୍ତାକାଲିଠୁ ଆରମ୍ଭ ହେଉଛି ବିଧାନସଭା ଅଧିବେଶନ।

ବିଧାନସଭା ସୁରକ୍ଷା: ନୂଆ ଷ୍ଟ୍ରାଟେଜି SIW, ସ୍ପେଶାଲ ବ୍ରାଞ୍ଚର ଗୁଇନ୍ଦା ଉପରେ ଗୁରୁତ୍ବ

ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଡିଜିପି ଅଭୟ । ସବୁଥର ପରି ଚଳିତ ଥର ବିଧାନସଭାର ସୁରକ୍ଷା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପାଇଁ ୫ଟି କଣ୍ଟ୍ରୋଲ ରୁମ ହୋଇଛି । ନର୍ଥ ଗେଟ୍, ଧାରଣା ସ୍ଥଳ ଓ ୟୁନି ଫାଏଡ୍ କଣ୍ଟ୍ରୋଲ ରୁମ । ମୋଟ ୩୦ ପ୍ଲାଟୁନ୍ ଫୋର୍ସ ଓ ୧୨୦ ଅଫିସର ଦାୟିତ୍ବରେ ରହିବେ । ସମ୍ଭାବ୍ୟ ବଡ ଧରଣର ଆକ୍ରମଣକୁ ମୁକାବିଲା କରିବା ପାଇଁ ୨ ୟୁନିଟ୍ ସ୍ପେଶାଲ ଟାକ୍ଟିକାଲ ୟୁନିଟ୍ ସହ ଷ୍ଟ୍ରାଇକିଂ ଫୋର୍ସ, କ୍ୟୁଆରଟି ଟିମ୍ ମୁତୟନ ରହିବେ । ଏହାସହିତ ରୁଫ୍ ଟପ୍ ସିକ୍ୟୁରିଟି ସହ ବନ୍ଧୁକଧାରୀ ସୁରକ୍ଷା କର୍ମଚାରୀ ଵିଧାନସଭା ଚାରିକଡରେ ମୁତୟନ ରହିବେ ।

ସୁରକ୍ଷା ବ୍ୟବସ୍ଥା ସହ ସିସିଟିଭି ସର୍ଭିଲାନ୍ସ ବ୍ୟବସ୍ଥା କରାଯାଇଛି । ବିଧାନସଭା ଭିତର, ପରିସର ଓ ପିଏମଜି ସମ୍ପୂର୍ଣ୍ଣ ସ୍ଥାନକୁ ସିଲ୍ କରାଯିବ। ବିଧାନସଭା ଚାରିପଟେ ରହିଥିବା ସର୍ବସାଧାରଣ ରାସ୍ତା ଜନସାଧାରଣଙ୍କ ପାଇଁ ଯାତାୟାତ ପାଇଁ ଅନୁମତି ନାହିଁ ଅର୍ଥାତ ବାରଣ ରହିଛି । କେବଳ ଲୋକସେବା ଭବନ କର୍ମଚାରୀ ଓ ବିଧାନସଭା କର୍ମଚାରୀଙ୍କ ସହ ଅନୁମତି ଥିବା କର୍ମଚାରୀ ପରିଚୟପତ୍ର ଦେଖାଇ ଯାଇପାରିବେ। ଯିବା ଆସିବା ପାଇ ଅନ୍ୟାନ୍ୟ ରୁଟ କରାଯାଇଛି ସାଧାରଣ ଲୋକ ହଇରାଣ ହରକତ ନହୋଇ ଯାଇପାରିବେ।

ଏହା ସହିତ ସାଧା ପୋଷାକରେ ପୋଲିସ ଚାରିଆଡେ ଲୋକଙ୍କ ଗହଣରେ ରହିବେ । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ପୋଲିସ । କୋଭିଡ଼ ଚାଲୁଥିବାରୁ କୌଣସି ବିକ୍ଷୋଭ ଓ ଧାରଣା ପାଇଁ ଅନୁମତି ଦିଆଯାଇନାହିଁ। ତେଣୁ ନ ମାନି ଏଭଳି କାମ କଲେ ଏପିଡେମିକ ଆକ୍ଟରେ ଗିରଫ କରାଯିବ ବୋଲି ଜଣାପଡ଼ିଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Aug 31, 2021, 2:53 PM IST

ABOUT THE AUTHOR

...view details