ଓଡିଶା

odisha

ETV Bharat / city

କଡ ଲେଉଟାଉଛି ସଂକ୍ରମଣ, ରାଜଧାନୀରେ କଡାକଡି ଚେକିଂ ଓ ଟେଷ୍ଟିଂକୁ ଗୁରୁତ୍ବ - ରାଜଧାମନୀରେ କଡାକଡି ଚେକିଂ

ରାଜଧାନୀରେ କୋଭିଡ ସଂକ୍ରମଣ କଡ ଲେଉଟାଇବା ଏବେ ଚିନ୍ତାର କାରଣ ପାଲଟିଛି । ଅଧିକ ପଢନ୍ତୁ...

କଡ ଲେଟାଉଛି ସଂକ୍ରମଣ, ରାଜଧାନୀରେ କଡାକଡି ଚେକିଂ ଓ ଟେଷ୍ଟିଂ ଉପରେ ଗୁରୁତ୍ବ
କଡ ଲେଟାଉଛି ସଂକ୍ରମଣ, ରାଜଧାମନୀରେ କଡାକଡି ଚେକିଂ ଓ ଟେଷ୍ଟିଂ ଉପରେ ଗୁରୁତ୍ବକଡ ଲେଟାଉଛି ସଂକ୍ରମଣ, ରାଜଧାମନୀରେ କଡାକଡି ଚେକିଂ ଓ ଟେଷ୍ଟିଂ ଉପରେ ଗୁରୁତ୍ବ

By

Published : Mar 23, 2021, 7:02 PM IST

Updated : Mar 23, 2021, 7:18 PM IST

ଭୁବନେଶ୍ବର: ରାଜଧାନୀରେ କୋଭିଡ ସଂକ୍ରମଣ କଡ ଲେଉଟାଇବା ଏବେ ଚିନ୍ତାର କାରଣ ପାଲଟିଛି । ସୋମବାର ଭୁବନେଶ୍ୱର ଏକ ଘରୋଇ ଶିକ୍ଷା ଅନୁଷ୍ଠାନରୁ ଏକାଧିକ କରୋନା ପଜିଟିଭ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ କୋଭିଡ ସଂକ୍ରମଣ ରୋକିବାକୁ କଟକଣା କଡାକଡି କରାଯାଇଛି । ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ସପିଂ ମଲ, ମାର୍କେଟ ଅଞ୍ଚଳରେ ଚେକିଂ କଡାକଡି କରାଯିବ ବୋଲି ମଙ୍ଗଳବାର ସୂଚନା ଦେଇଛନ୍ତି ବିଏମସି କମିଶନର।

XIMB ରେ ଏକକାଳୀନ ୨୮ ଜଣ ଛାତ୍ରଛାତ୍ରୀ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ଗତକାଲି ଉକ୍ତ ଶିକ୍ଷାନୁଷ୍ଠାନରେ ମୋଟ ୨୦୪ ଜଣଙ୍କ ନମୁନା ସଂଗ୍ରହ କରାଯାଇଥିଲା।

କଡ ଲେଟାଉଛି ସଂକ୍ରମଣ, ରାଜଧାମନୀରେ କଡାକଡି ଚେକିଂ ଓ ଟେଷ୍ଟିଂ ଉପରେ ଗୁରୁତ୍ବ

ସେଥି ମଧ୍ୟରୁ ୨୦୧ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି। ବର୍ତ୍ତମାନ ସ୍ଥିତିରେ ଏଭଳି ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକ ଉପରେ ସ୍ୱତନ୍ତ୍ର ନଜର ରହିବା ସହ କଡାକଡି ଚେକିଂ ଓ ଟେଷ୍ଟିଂ କରାଯିବ। ସ୍ୱତନ୍ତ୍ର ଟିମ ଗଠନ କରି ଏନ୍ଫୋର୍ସମେଣ୍ଟକୁ ତ୍ୱରାନ୍ୱିତ କରାଯିବା ନେଇ ଯୋଜନା ହୋଇଛି । ରେଳ ଷ୍ଟେସନରେ ଯାତ୍ରୀଙ୍କ ଭିଡ଼ ହେଉଥିବାରୁ ସେଠାରେ ଅଧିକ ସଂଖ୍ୟକ ଟିମ ମୂତୟନ କରି ଟେଷ୍ଟିଂକୁ ସୁଦୃଢ଼ କରାଯିବ। ଆଜି ସନ୍ଧ୍ୟାରୁ ବିଭିନ୍ନ ମାର୍କେଟ ଓ ଜନଗହଳି ପୂର୍ଣ ଅଞ୍ଚଳରେ ପୂର୍ବଭଳି ଚଢ଼ାଉ ଜାରି ରହିବା ନେଇ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀଙ୍କ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Mar 23, 2021, 7:18 PM IST

ABOUT THE AUTHOR

...view details