ଓଡିଶା

odisha

ETV Bharat / city

ରାଜଧାନୀରେ ନାହିଁ ଫୁଲ ସରାଗ, କୋରୋନା ମାଡରେ ଘାଇଲା ବ୍ୟବସାୟ - କରୋନା ମହାମାରୀ

ମହମାରୀ କୋରୋନା ପାଇଁ ବହୁ କଷ୍ଟରେ ଦିନ କାଟୁଛନ୍ତି ରାଜଧାନୀ ଫୁଲ ବ୍ୟବସାୟୀ । ଭୁବନେଶ୍ବରେ 300ରୁ ଊର୍ଦ୍ଧ୍ବ ଛୋଟ ବଡ ଫୁଲ ଦୋକାନ ରହିଥିବା ବେଳେ ଏହି ସମୟରେ ବାହାର ରାଜ୍ୟରୁ ଫୁଲ ଆସିପାରୁନାହିଁ କି ଲୋକଙ୍କ ଡିମାଣ୍ଡ ମଧ୍ୟ ନାହିଁ । ଦେଖନ୍ତୁ ଇଟିଭି ଭାରତ ସ୍ପେଶାଲ ରିପୋର୍ଟ...

flower-shop-effect-in-corona-at-bhubaneswar
flower-shop-effect-in-corona-at-bhubaneswar

By

Published : Jul 6, 2020, 4:09 PM IST

ଭୁବନେଶ୍ବର: କୋରୋନା ମହାମାରୀ ସମସ୍ତ ବ୍ୟବସାୟକୁ ଠପ କରିଦେଇଛି । ଏପରିକି କୋରୋନା ମାଡରେ ଘାଇଲା ଫୁଲ ବ୍ୟବସାୟୀ । ନା ଜମୁଛି ବେପାର ନା ଆସୁଛନ୍ତି ଗ୍ରାହକ । ପରିବାର ମୁଁହରେ ସ୍ବଳ୍ପ ଦାନା ଦେବା ଏବେ ଏହି ବ୍ୟବସାୟୀଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଯାଇଛି । ବେପାର ସମୟରେ ହାତ ବାନ୍ଧି ବସିଛନ୍ତି ଫୁଲ ବ୍ୟବସାୟୀ ।

ଅନ୍ୟପଟେ ଓଡିଶାକୁ ଫୁଲ ଆସିବା କମିଯାଇଛି । ରାଜ୍ୟକୁ କୋଲକାତା ଓ ବାଙ୍ଗାଲୁରୁରୁ ବିଭିନ୍ନ କିସମର ଫୁଲ ଆସିଥାଏ । ତେବେ କୋରୋନା ପାଇଁ ବ୍ୟବସାୟ ଏବେ ବି କମିଯାଇଛି । ଭୁବନେଶ୍ବରରେ 300ରୁ ଅଧିକ ଛୋଟ ବଡ ଫୁଲ ଦୋକାନ ରହିଥିବା ବେକେ ଏବେ କିନ୍ତୁ 25ରୁ 30 ଦୋକାନ ଖୋଲୁଛି । ଗ୍ରାହକ ଅସୁନଥିବା ବେଳେ ଜୀବିକାକୁ ବଞ୍ଚାଇବା ପାଇଁ ଫୁଲ ଦୋକାନ ଖୋଲୁଥିବା କୁହନ୍ତି ବ୍ୟବସାୟୀ ।

କୋରୋନା ମାଡରେ ଘାଇଲା ଫୁଲ ବ୍ୟବସାୟୀ

ଭୁବନେଶ୍ବରର କଳ୍ପନା ସ୍ଥିତ ସୁଦାମ ସାହୁ ଦୀର୍ଘ 18 ବର୍ଷ ଧରି ଏକ ଫୁଲ ଦୋକାନରେ କାମ କରିଆସୁଛନ୍ତି । ହେଲେ ଦୀର୍ଘ ବର୍ଷ ଧରି କାମ କରୁଥିବା ବେଳେ ଏପରି ମହାମାରୀ ଦେଖିବାକୁ ମିଳିନଥିଲା । ଚଳିତ ବର୍ଷ ଆରମ୍ଭରୁ ବେପାର ମାନ୍ଦା ରହିଛି । ଗ୍ରାହକ ଆସୁନାହାଁନ୍ତି । କେବଳ ନାମକୁ ମାତ୍ର ଜୀବିକା ବଞ୍ଚାଇବାକୁ ଦୋକାନ ଖୋଲା କରାଯାଉଛି । ଗ୍ରାହକ ଅସୁନଥିବା ବେଳେ ଦୈନିକ 100 ଟଙ୍କା ବି ରୋଜଗାର କରିବା ବି ସମ୍ଭବ ହେଉନାହିଁ । ବାହାଘର ସମୟରେ ସଜା ହୋଇଥାଏ ଗାଡି । କିନ୍ତୁ ଏବେ ସେ ସବୁ ଦେଖିବାକୁ ମିଳୁନାହିଁ । ଯେହେତୁ କୋରୋନା ପାଇଁ ଫୁଲ ବାହାରୁ ଆସୁନାହିଁ । ତେବେ ଅନେକ ସମୟରେ ସମସ୍ୟା ହେଉଛି । କେବଳ ପ୍ଲାଷ୍ଟିକ ଫୁଲ ଭରସା ପାଲଟିଛି ।

ସେହିପରି ଭାବରେ ରାଜଭବନ ନିକଟରେ ରହିଛି ବିଭୁତି ଭୂଷଣ ସ୍ବାଇଁଙ୍କ ଏକ ଫୁଲ ଦୋକାନ। ସେ କୁହନ୍ତି ଯେ, କୋରୋନା ପାଇଁ ନା ଆସୁଛି ଫୁଲ ନା ଗ୍ରାହକ । ବେପାର ବିନା ସବୁ କିଛି ଅନ୍ଧାର ଲାଗୁଛି । ଦୋକାନରେ କାମ କରୁଥିବା ପିଲାଙ୍କୁ ଘରକୁ ପଠାଇ ଦିଆଯାଇଛି । ବ୍ୟବସାୟ ନଥିବାରୁ ଅନେକ ସମୟରେ ଅସୁବିଧା ସୃଷ୍ଟି ହେଉଛି ।

ଭୁବନେଶ୍ବରର ଫୁଲ ବ୍ୟବସାୟୀର କାର୍ଯ୍ୟ ନିର୍ବାହୀ ସଭାପତି ବସନ୍ତ କୁମାର ମହାରଣା କହିଛନ୍ତି ଯେ, ରାଜଧାନୀରେ 300 ରୁ ଊର୍ଦ୍ଧ୍ବ ଛୋଟ ବଡ ଫୁଲ ଦୋକାନ ରହିଛି । ତେବେ କୋରୋନା ପାଇଁ ଫୁଲ ମିଳୁନଥିବା ବେଳେ ପାଖାପାଖି 30ରୁ ଅଧିକ ଦୋକାନ ଖୋଲା ରଖୁଛନ୍ତି । ତେବେ ସାଧାରଣ ଭାବରେ କୋଲକାତାରୁ ଅଧିକ ମାତ୍ରରେ ଫୁଲ ଆସୁଥିବା ବେଳେ କୋରୋନା ପାଇଁ ତାହା କମିଯାଇଛି । ଭୁବନେଶ୍ବରକୁ ପ୍ରତି ଦିନ 30 ଲକ୍ଷ ଟଙ୍କାର ଫୁଲ ଆସୁଥିବା ବେଳେ ଏବେ 10 ହଜାର ଟଙ୍କାର ଫୁଲ ଆସୁଛି । ଯାହା ଲୁଚା ଛପାରେ ଆସୁଥିବାର କହିଛନ୍ତି । ଏବଂ ସେ କହିଛନ୍ତି କି ବର୍ତ୍ତମାନ ସମୟରେ କମ ଫୁଲ ଆସୁଥିବାରୁ ଅନେକ ଫୁଲ ବ୍ୟବସାୟୀମାନେ ଗାଁ ବାହୁଡା ହେଉଛନ୍ତି । ଯଦି ରାଜ୍ୟ ସରକାର କୌଣସି ଏକ ସ୍ଥାନରେ ଫୁଲର ଏକ ବଡ ବଜାର କରନ୍ତେ ଏଭଳି ସମସ୍ଯା ଠିଆ ହୁଅନ୍ତାନି କି ସବୁବେଳେ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡନ୍ତାନି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିିଭି ଭାରତ

ABOUT THE AUTHOR

...view details