ଭୁବନେଶ୍ବର: ନୂଆବର୍ଷ କେତେ ଆଶା କେତେ ସ୍ବପ୍ନ। ନୂଆବର୍ଷ ଆସିଲେ ଆପଣାର ମଣିଷକୁ ଫୁଲତୋଡା ଦେଇଥାନ୍ତି ସମସ୍ତେ। ଖାସ୍ ସେଥିପାଇଁ ନୂଆବର୍ଷ ଦିନ ସକାଳୁ ସକାଳୁ ଲାଗିଯାଏ ଫୁଲ ଦୋକାନରେ ଗହଳି ଚହଳି। ହେଲେ ବଦଳିଛି ସମୟ, ଫୁଲର ସ୍ଥାନ ନେଇଛି ସୋସିଆଲ ମିଡିଆ। ଏକଥା ଆମେ କହୁନୁ, ଏହା କହୁଛନ୍ତି ଫୁଲ ଦୋକାନୀ।
ଡିଜିଟାଲ ଯୁଗରେ କମୁଛି ଫୁଲର ଚାହିଦା - flower business
ନିତିଦିନ ଫୁଲ କିଣିବା ଆଉ ନୂଆ ବର୍ଷରେ ଫୁଲ କିଣିବା ଭିତରେ ଅନେକ ଫରକ ଥାଏ। କାରଣ ନୂଆବର୍ଷରେ ନିଜର ପ୍ରିୟଜନଙ୍କୁ ଫୁଲ ଟିଏ ଦେଇ ନବବର୍ଷର ଅଭିନନ୍ଦନ ଜଣାଇଥାନ୍ତି ଲୋକେ। ହେଲେ ଆଗଭଳି ନାହିଁ ଫୁଲର ଚାହିଦା। ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...
ଡିଜିଟାଲ ଯୁଗରେ କମୁଛି ଫୁଲର ଚାହିଦା
ନୂଆବର୍ଷରେ ଫୁଲ ବ୍ୟବସାୟ କରି ଭଲ ଦୁଇ ପଇସା ରୋଜଗାର କରନ୍ତି ବ୍ୟବସାୟୀ । ହେଲେ ଆଗଭଳି ଆଉ ଫୁଲ ବେପାର ହେଉନଥିବା କୁହନ୍ତି ରାଜଧାନୀର ଫୁଲ ବେପାରୀ । କାରଣ ସମୟ ବଦଳୁଥିବା ଯୋଗୁଁ ଲୋକେ ଆଗଭଳି ନାହିଁ ଫୁଲର ଚାହିଦା । ସୋସିଆଲ ମିଡିଆ ଜରିଆରେ ଲୋକେ ନିଜ ପ୍ରିୟଜନକୁ ଶୁଭେଚ୍ଛା ଜଣାଉଛନ୍ତି। ଯାହା ଫଳରେ ଫୁଲ ବେପାର କମୁଛି।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ