ଓଡିଶା

odisha

ETV Bharat / city

ନୂଆବର୍ଷରେ ଫୁଲ ବେପାର ମାନ୍ଦା, ଚିନ୍ତାରେ ବ୍ୟବସାୟୀ - ଫୁଲ ବ୍ୟବସାୟୀ ମାନ୍ଦା

କୋରୋନା କଟକଣା ପାଇଁ ଫୁଲ ବେପାର ମାନ୍ଦା । ନୂଆ ବର୍ଷରେ ବି ହେଲାନି ଭଲ ବ୍ୟବସାୟ, ନିରାଶ ହେଲେ ବ୍ୟବସାୟୀ । ଅଧିକ ପଢନ୍ତୁ...

flower business down due to covid in bhubaneswar
ନୂଆବର୍ଷରେ ଫୁଲ ବେପାର ମାନ୍ଦା,ଚିନ୍ତାରେ ବ୍ୟବସାୟୀ

By

Published : Jan 1, 2021, 6:13 PM IST

ଭୁବନେଶ୍ବର:କୋରୋନା କଟକଣା ମଧ୍ୟରେ 2020ର ଅନେକ ମାସ ବିତିଗଲା। ଅନେକ ଲୋକ ନିଜ ବ୍ୟବସାୟ ରୋଜଗାର ହରାଇଥିଲେ। କଟକଣା କୋହଳ ହେଲା ପରେ ଧୀରେ ଧୀରେ ସବୁ ପ୍ରକାର ବ୍ୟବସାୟ ଖୋଲୁ ଥିବା ବେଳେ ମେଳା, ମହୋତ୍ସବ ଓ ବାହାଘର ଉପରେ ଲାଗିଥିବା କଟକଣା ଯୋଗୁଁ ଫୁଲ ବ୍ୟବସାୟୀମାନେ ରୋଜଗାର ଏକ ପ୍ରକାର ବନ୍ଦ ହୋଇଯାଇଛି ।

ନୂଆବର୍ଷରେ ଫୁଲ ବେପାର ମାନ୍ଦା,ଚିନ୍ତାରେ ବ୍ୟବସାୟୀ

ନୂଆବର୍ଷରେ କିଛି ଭଲ ବ୍ୟବସାୟ କରିବାକୁ ଆଶା ରଖିଥିଲେ । ହେଲେ ଗୁରୁବାର ସହରରେ ହୋଇଥିବା ନାଇଟ କର୍ଫ୍ୟୁ ଓ ଜନ ସମାଗମ ଉପରେ ସରକାର ଅଙ୍କୁଶ ଲଗାଇ ଥିବାରୁ ଏଥିରେ ମଧ୍ୟ କ୍ଷତି ଦେଖାଯାଇଛି। ଆଜି ନୂଆବର୍ଷ ହୋଇଥିଲେ ମଧ୍ୟ ଫୁଲ ଦୋକାନ ଗୁଡିକରେ ସେଭଳି ଗହଳି ନାହିଁ। କାଁ ଭାଁ ଲୋକମାନେ ଫୁଲ କିଣି ନେଇ ନିଜ ପରିଜନଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଉ ଥିବାବେଳେ ସରକାରୀ ଓ ବେସରକାରୀ ଅଫିସ,ରାଜନୈତିକ ନେତା ଓ ମନ୍ତ୍ରୀ ଆଦିଙ୍କୁ ଏକତ୍ର ହୋଇ ଶୁଭେଚ୍ଛା ଜଣାଇବା ଦେଖା ଯାଇନାହିଁ। ଫଳରେ କିଛି ଭଲ ବେପାର କରିବାର ଆଶା ନେଇ ବସିଥିବା ବ୍ୟବସାୟୀ ନିରାଶ ହୋଇଥିବା କହିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ABOUT THE AUTHOR

...view details