ଓଡିଶା

odisha

ETV Bharat / city

କାଲି ମୁଣ୍ଡୁଳିରୁ ବନ୍ୟାଜଳ ନିଷ୍କାସନ, ଆତଙ୍କିତ ନ ହେବାକୁ ପରାମର୍ଶ

ଆସନ୍ତାକାଲି ସକାଳେ ମୁଣ୍ଡୁଳି ବ୍ୟାରେଜରୁ 10 ଲକ୍ଷ ଘନ ଫୁଟ ଜଳ ଛଡ଼ାଯିବ । ଏନେଇ ଜଳସମ୍ପଦ ବିଭାଗ ପକ୍ଷରୁ ଆତଙ୍କିତ ନ ହେବାକୁ ପରାମର୍ଶ ଦିଆଯାଇଛି ।

By

Published : Aug 14, 2019, 11:26 PM IST

Updated : Aug 15, 2019, 12:48 AM IST

ଫାଇଲ ଫଟୋ

ଭୁବନେଶ୍ବର: ଆସନ୍ତାକାଲି ସକାଳେ ମୁଣ୍ଡୁଳି ବ୍ୟାରେଜରୁ ବନ୍ୟାଜଳ ଛଡାଯିବ । ଏନେଇ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି । ଆସନ୍ତାକାଲି ସକାଳ ସୁଦ୍ଧା ସେକେଣ୍ଡ ପିଛା 10.50 ଲକ୍ଷେ ଘନଫୁଟ ବନ୍ୟାଜଳ ପ୍ରବାହିତ ହେବ ବୋଲି ପୂର୍ବରୁ ଆକଳନ କରାଯାଇଥିଲା । ବର୍ତ୍ତମାନ କରାଯାଇଥିବା ଆକଳନରୁ ବନ୍ୟାଜଳ କିଛି ମାତ୍ରାରେ କମିଯାଇ ପ୍ରତି ସେକେଣ୍ଡ ପିଛା 9.50ଲକ୍ଷ ଘନଫୁଟରୁ 10ଲକ୍ଷ ଘନଫୁଟ ମଧ୍ୟରେ ପ୍ରବାହିତ ହେବ ବୋଲି ଅନୁମାନ କରାଯାଇଛି । ତେଣୁ ମହାନଦୀ ଓ ଏହାର ଅବବାହିକାରେ ମାଧ୍ୟମ ଧରଣର ବନ୍ୟା ହେବାର ସମ୍ଭାବନା ରହିଛି । ତେବେ ଏହାକୁ ନେଇ ଆତଙ୍କିତ ନ ହେବାକୁ ଜଳସମ୍ପଦ ବିଭାଗ ତରଫରୁ କୁହାଯାଇଛି।

ଯଦି କୌଣସି ଅଞ୍ଚଳରେ ଘଳିଆ ସୃଷ୍ଟି ହୁଏ ତେବେ ତୁରନ୍ତ ସ୍ଥାନୀୟ ଯନ୍ତ୍ରୀ କିମ୍ବା କର୍ମଚାରୀଙ୍କୁ ଜଣାଇବା ପାଇଁ ଜଳ ସମ୍ପଦ ବିଭାଗ ତରଫରୁ କୁହାଯାଇଛି। ଅନ୍ୟପଟରେ ହୀରାକୁଦ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସର୍ବୋଚ୍ଚ ଜଳଧାରଣ କ୍ଷମତା 630 ଫୁଟ ରହିଥିବା ବେଳେ ସଂଧ୍ୟା 6ଟା ସୁଦ୍ଧା ଜଳସ୍ତର 619.47 ଫୁଟ ରହିଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Aug 15, 2019, 12:48 AM IST

ABOUT THE AUTHOR

...view details