ଓଡିଶା

odisha

ETV Bharat / city

ବନ୍ୟା ବିତ୍ପାତ; ୫ ମୃତ, ୧୦ଜିଲ୍ଲା ପ୍ରଭାବିତ - ୧୦ଜିଲ୍ଲା ପ୍ରଭାବିତ

ରାଜ୍ୟରେ ଲଗାଣ ବର୍ଷା ଫଳରେ ବିଭିନ୍ନ ନଦୀର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ।ସେଥିରେ ସୁଧାର ଆସିଛ ।ସୁବର୍ଣ୍ଣରେଖା ରେଖାରେ ବନ୍ୟା ଜଳ କମୁଛି । ଆଗକୁ ଜଳସ୍ତର କମିବ । ବୁଢାବଳଙ୍ଗରେ ଜଳ ମଧ୍ୟ କମିବାରେ ଲାଗିଥିବା ସୂଚନା ଦେଇଛନ୍ତି ଏସଆରସି । ଅଧିକ ପଢନ୍ତୁ...

ବନ୍ୟା ବିତ୍ପାତ; ୫ ମୃତ, ୧୦ଜିଲ୍ଲା ପ୍ରଭାବିତ
ବନ୍ୟା ବିତ୍ପାତ; ୫ ମୃତ, ୧୦ଜିଲ୍ଲା ପ୍ରଭାବିତ

By

Published : Aug 28, 2020, 11:28 PM IST

ଭୁବନେଶ୍ବର: ରାଜ୍ୟରେ ଲଗାଣ ବର୍ଷା ଫଳରେ ବିଭିନ୍ନ ନଦୀର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ।ସେଥିରେ ସୁଧାର ଆସିଛ ।ସୁବର୍ଣ୍ଣରେଖା ରେଖାରେ ବନ୍ୟା ଜଳ କମୁଛି । ଆଗକୁ ଜଳସ୍ତର କମିବ । ବୁଢାବଳଙ୍ଗରେ ଜଳ ମଧ୍ୟ କମିବାରେ ଲାଗିଛି । ଆଗକୁ ଆହୁରି କମିବ ଜଳସ୍ତର ।ଏହାସହ ବୈତରଣୀରେ ମଧ୍ୟ ଜଳ ସ୍ତର କମୁଥିବା ସୂଚନା ଦେଇଛନ୍ତି ରାଜ୍ୟ ସରକାର ।

ବନ୍ୟା ବିତ୍ପାତ; ୫ ମୃତ, ୧୦ଜିଲ୍ଲା ପ୍ରଭାବିତ
ବନ୍ୟା ବିତ୍ପାତ; ୫ ମୃତ, ୧୦ଜିଲ୍ଲା ପ୍ରଭାବିତ

ବାହ୍ମଣୀ ନଦୀରେ ମଧ୍ୟ ଜଳସ୍ତର କମୁଛି । ଜଳସ୍ତର ସର୍ବାଧିକ ୨୩.୪୬ ଥିଲା । ମହାନଦୀରେ ଜଳସ୍ତର ୬୨୫ .୨୯ ମିଟର ଅଛି ।ବର୍ତ୍ତମାନ ଜଳଭଣ୍ଡାର ମଧ୍ୟକୁ ୬.,୯୦,୧୧୮ ଜଳ କ୍ଵୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାର ମଧ୍ୟରୁ ୪ ଲକ୍ଷ ୧୧ ହଜାର ୯ ୮୩ ଜଳ ନିଷ୍କାସନ ହେଉଛି । ଦିନ ୨ ଟି ସୁଧା ୩୬ଟି ଗେଟ୍ ଖୋଲାଯାଇଛି ।

ବନ୍ୟା ବିତ୍ପାତ; ୫ ମୃତ, ୧୦ଜିଲ୍ଲା ପ୍ରଭାବିତ
ବନ୍ୟାରେ ଅନୁଗୁଳ, ବଲାଙ୍ଗୀର, ବାଲେଶ୍ବର, ବୋଦ୍ଧ, କଟକ, ଯାଜପୁର, ଢେ଼ଙ୍କାନାଳ, ନୂଆପଡା, ଦେବଗଡ ଆଦି ୧୦ଜିଲା ରେ ୫୪ ଟି ବ୍ଲକର ୧୨୭୬ ଟି ଗାଁ କ୍ଷତିଗ୍ରସ୍ତ ହୋଇଛି । ସମୁଦାୟ ୪ ଲକ୍ଷ ୧୫ ହଜାର ୮୧୭ ରହିଛି । ୫୫୨ ଟି ଗାଁ ୩୮୩୦୪୬ ଜଣ ଲୋକ ପାଣି ଘେରରେ ରହିଛନ୍ତି । ବର୍ତ୍ତମାନ ପ୍ରାରମ୍ଭିକ ଆକଳନ ସମୁଦାୟ କ୍ଷତିଗ୍ରସ୍ତ ୨୭୫୭ ମଧ୍ୟରୁ ୨୮୭ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ୧୮ ୫୩୪ ଜଣ ବନ୍ୟା ପାଇଁ ସ୍ଥାନାନ୍ତରଣ କରାଯାଇଛି ।

ସେହିପରି ୧ଲକ୍ଷ ୫ହଜାର ୮୮୧ ପ୍ରାଣୀ ସମ୍ପଦ କ୍ଷତିଗ୍ରସ୍ତ ହୋଇଛି । ଏହି ବନ୍ୟା ପରିସ୍ଥିତି ରେ ୫ଟି ସହରାଞ୍ଚଳ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ବରଗଡ ,ଯାଜପୁର ,ବାଲେଶ୍ବର, ନୂଆପଡା, ଭଦ୍ରକ ଜିଲ୍ଲାରେ ଜଣେ ଲେଖାଏଁ କରି ମୋଟ ୫ ଜଣ ପ୍ରାଣ ହରାଇଛନ୍ତି ବୋଲି ଏସଆରସି ସୂଚନା ଦେଇଛନ୍ତି । ଏହାସହ ବନ୍ୟାରେ ଉଦ୍ଧାର ପାଇଁ ୭ଟି ଓଡ୍ରାଫ, ୭ଟି ଏନଡିଆରଏଫ ଟିମ୍ ନିୟୋଜିତ ହୋଇଛି ।

ଅନ୍ୟପକ୍ଷରେ ମୟୂରଭଞ୍ଜ ଜିଲ୍ଲାର ୧ ଓଡ୍ରାଫ, ବାଲେଶ୍ବର ୧ ଓଡ୍ରାଫ, ୨ଟି ଏନଡିଆରଏଫ, ଭଦ୍ରକରେ ୧ଓଡ୍ରାଫ, ୨ ଏନଡିଆରଏଫ, ଯାଜପୁରରେ ୨ ଓଡ୍ରାଫ, ୩ଏନଡିଆରଏଫ ଟିମ, କେନ୍ଦ୍ରାପଡା ୨ଓଡ୍ରାଫ, ୧ ଏନଡିଆରଏଫ ଟିମ ନିୟୋଜିତ ହୋଇଥିବା ସୂଚନା ଦେଇଛନ୍ତି ଏସଆରସି । ଜଗତସିଂହପୁର, ପୁରୀ, ଝାରସୁଗୁଡା, ସୁନ୍ଦରଗଡ, ବଲାଙ୍ଗୀର, ବୈଦ୍ଧ ଓ ଦେବଗଡରେ ଗୋଟିଏ ଲେଖାଏଁ ଓଡ୍ରାଫ ଓ ପୁରୀ କୁ ଦୁଇଟି ଏନଡିଆରଏଫ ପଠାଯାଇଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details