ଓଡିଶା

odisha

ETV Bharat / city

ବନ୍ୟା ପରିସ୍ଥିତିରେ ସୁଧାର ଆସିଛି: ସୁଦାମ ମାରାଣ୍ଡି - ବନ୍ୟା ସ୍ଥିତି

ରାଜ୍ୟରେ ବର୍ଷା ଜନିତ ସମସ୍ୟା ଓ ବନ୍ୟା ସମ୍ପର୍କୀତ ସମସ୍ତ ଦିଗ ଉପରେ ସୂଚନା ଦେଇଛନ୍ତି ମନ୍ତ୍ରୀ । 7ଟି ଜିଲ୍ଲା କୋରାପୁଟ, କନ୍ଧମାଳ, ମାଲକାନଗିରି, କଳାହାଣ୍ଡି, ଗଜପତି, ନବରଙ୍ଗପୁର ଓ ରାୟଗଡ଼ା ଅଧିକ ପ୍ରଭାବିତ ହୋଇଥିବା କହିଛନ୍ତି ମନ୍ତ୍ରୀ । ଏହାସହ ଏବେ ସ୍ଥିତିରେ ସୁଧାର ଆସିଥିବା କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 8, 2019, 2:01 PM IST

Updated : Aug 8, 2019, 2:34 PM IST

ଭୁବନେଶ୍ବର: ରାଜ୍ୟରେ ବନ୍ୟା ଓ ବର୍ଷା ପରିସ୍ଥିତି ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସାମ୍ବାଦିକ ସମ୍ମିଳନୀ । ଏହି ସମ୍ମିଳନୀରେ ରାଜ୍ୟରେ ବର୍ଷା ଜନିତ ସମସ୍ୟା ଓ ବନ୍ୟା ସମ୍ପର୍କୀତ ସମସ୍ତ ଦିଗ ଉପରେ ସୂଚନା ଦେଇଛନ୍ତି ମନ୍ତ୍ରୀ । 7ଟି ଜିଲ୍ଲା କୋରାପୁଟ, କନ୍ଧମାଳ, ମାଲକାନଗିରି, କଳାହାଣ୍ଡି, ଗଜପତି, ନବରଙ୍ଗପୁର ଓ ରାୟଗଡ଼ା ଅଧିକ ପ୍ରଭାବିତ ହୋଇଥିବା କହିଛନ୍ତି ମନ୍ତ୍ରୀ ।

ପ୍ରେସ୍‌ ମିଟ୍‌ରେ ରାଜ୍ୟକୁ ବର୍ଷାର ଆବଶ୍ୟକତା ରହିଥିବା କହିଛନ୍ତି ମନ୍ତ୍ରୀ । ବର୍ତ୍ତମାନ ବର୍ଷା ଓ ବନ୍ୟା ସ୍ଥିତିରେ ସୁଧାର ଆସିଥିବା କହିଛନ୍ତି । ୫ଟି ଜିଲ୍ଲାରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି । କଳାହାଣ୍ଡିର ୨ଟି ବ୍ଲକରେ ୩୦୦ ମିମିରୁ ଅଧିକ ବର୍ଷା ହୋଇଛି । ସବୁଠାରୁ ଅଧିକ ବର୍ଷା ବହ୍ମପୁର, କର୍ଲାମୁଣ୍ଡା 300 ମିଲିମିଟର ଅଧିକ ବର୍ଷା ହୋଇଥିବା କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବନ୍ୟା ପ୍ରଭାବିତ ଜିଲ୍ଲା ଗୁଡିକରେ ୭ଟି ଓଡ୍ରାଫ ଓ ଫାୟାର ଟିମ୍ ମୁତୟନ ହୋଇଛନ୍ତି । ଆଶ୍ରୟସ୍ଥଳୀରେ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି । ଏହାସହ ବନ୍ୟା ସ୍ଥିତି ଉପରେ ଏସଆରସି ପକ୍ଷରୁ ମନିଟରିଂ କରାଯାଇଛି । କୋରାପୁଟ ଓ ମାଲକାନଗିରି ସ୍ଥିତି ସାମାନ୍ୟ ରହିଛି ।

ବନ୍ୟା ଫଳରେ କୋରାପୁଟର ଦୁଇଟି ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ଥିଲା । ଏବେ ସ୍ଥିତିରେ ସୁଧାର ଆସିଛି ।

ତୁମୁଡିବନ୍ଧ ଓ କୋଟଗଡ୍ଡା ବ୍ଲକରେ ୨ଜଣ ଲୋକ ନିଖୋଜ ରହିଥିବା ଖବର ରହିଛି । ସେହିପରି ୨୦୭୨ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । କଳାହାଣ୍ଡିରେ ୧୬୪ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି । ରାୟଗଡା ୩୧୨୮ ଲୋକଙ୍କୁ ସ୍ତାନାନ୍ତରଣ କରାଯାଇଥିଲା ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Aug 8, 2019, 2:34 PM IST

ABOUT THE AUTHOR

...view details