ଓଡିଶା

odisha

ETV Bharat / city

300 କୋଟିର ବନ୍ୟା ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ବିଭିଷୀକା ବିସ୍ତାର କରିଥିବା ବନ୍ୟା ପାଇଁ 300 କୋଟିର ବନ୍ୟା ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ..

ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ପ୍ୟାକେଜ ଘୋଷଣା
ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ପ୍ୟାକେଜ ଘୋଷଣା

By

Published : Sep 11, 2020, 5:31 PM IST

ହାଇଦ୍ରାବାଦ: ରାଜ୍ୟରେ ବିଭିଷୀକା ବିସ୍ତାର କରିଥିବା ବନ୍ୟା ପାଇଁ 300 କୋଟି ଟଙ୍କାର ବନ୍ୟା ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବନ୍ୟାରେ ପ୍ରଭାବିତ ଚାଷୀଙ୍କ ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । 33 ପ୍ରତିଶତରୁ ଅଧିକ କ୍ଷତି ହୋଇଥିଲେ ହେକ୍ଟର ପିଛା ମିଳିବ 6800 ଟଙ୍କା ।

ନିଶ୍ଚିତ ଜଳସେଚନ ଜମି କ୍ଷେତ୍ରରେ ଏହା 13, 500 ଓ ଅନ୍ୟ ଫଳଚାଷ ପାଇଁ ହେକ୍ଟର ପିଛା 18000 ଟଙ୍କା ମିଳିବ। ପ୍ରଭାବିତ ଅଂଚଳରେ 20 ହଜାର ତୈଳବିଜ କୀଟ୍‌ ବଣ୍ଟନ ହେବ। 50 ପ୍ରତିଶତ ରିହାତିରେ 2 ହଜାର ପମ୍ପ ସେଟ ଯୋଗାଇ ଦିଆଯିବ। 5 ହଜାର ପାୱାର ସ୍ପ୍ରେୟାର, 1 ଲକ୍ଷ ଚାଷୀଙ୍କୁ ତାଲିମ ଦିଆଯିବ ।

ସେପଟେ ପରିବା ଚାଷ ପାଇଁ 1 ଲକ୍ଷ ବିହନ କୀଟ୍ ଯୋଗାଇ ଦିଆଯିବ। ଛତୁ ଚାଷୀଙ୍କୁ ଶେଡ଼ ପିଛା 500 ଟଙ୍କା ମିଳିବ। ବୁଣାକାରଙ୍କୁ 4100 ଟଙ୍କା ଆର୍ଥିକ ସହାୟତା ମିଳିବ। ନରେଗା ମାଧ୍ୟମରେ କାମ ଯୋଗାଇ ଦିଆଯିବ। ମାଛ ଚାଷୀଙ୍କୁ ହେକ୍ଟର ପିଛା 12, 200 ଟଙ୍କା ଦିଆଯିବା ନେଇ ପ୍ରକାଶ ପାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details