ଓଡିଶା

odisha

ETV Bharat / city

Odisha flood Fury: କୁଆଡେ ଗଲା ପ୍ରତିଶୃତି, ଆଉ କେତେ ଜୀବନ ଗଲେ ମିଳିବ ପକ୍କାଘର - Etv Bharat special stories

ବନ୍ୟା ଆଉ ବର୍ଷା ଖୋଲିଛି, ରାଜ୍ୟ ସରକାରଙ୍କ ଆବାସ ଯୋଜନାର ସତ (Odisha govt pucca house scheme) । ରାଜ୍ୟରେ ଅଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ମିଳିଥିବା ଅଭିଯୋଗ କଲା ବିରୋଧୀ । ଆବାସ ପ୍ରତିଶ୍ରୁତି ରଖିପାରିଲେନି ରାଜ୍ୟ ସରକାର ( govt miserably failed to provide pucca House )। ଅଧିକ ପଢନ୍ତୁ

pucca House truth govt miserably failed to provide pucca House to the beneficiary
flood in Odisha କୁଆଡେ ଗଲା ପ୍ରତିଶୃତି, ଆଉ କେତେ ଜୀବନ ଗଲେ ମିଳିବ ପକ୍କାଘର

By

Published : Aug 22, 2022, 9:34 PM IST

ଭୁବନେଶ୍ବର:ବନ୍ୟା ପରେ ବନ୍ୟା ଯୋଗୁଁ ରାଜ୍ୟରେ ବିପନ୍ନଙ୍କ ଅବସ୍ଥା କଥା କହିଲେ ନସରେ (flood in Odisha) । ଏଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ସରକାର ଜିରୋ କାଜୁଆଲିଟି କଥା କହି ବାହା ବାହା ନେଉଛନ୍ତି । କିନ୍ତୁ ଗ୍ରାଉଣ୍ଡ ଜିରୋରୁ ଚିତ୍ର କିଛି ଅଲଗା କାହାଣୀ କହୁଛି । ପକ୍କା ଘର ସ୍ବପ୍ନ ଦେଖାଇ ଭୋଟ ସାଉଁଟିଥିବା ଶାସକ ଦଳ ବାସ୍ତବରେ କେତେ ପ୍ରତିଶୃତି ପାଳନ କରିଛି ତାହା ବର୍ତ୍ତମାନ ବନ୍ୟା ପରିସ୍ଥିତିକୁ ଦେଖିଲେ ସ୍ପଷ୍ଟ ବାରି ହୋଇ ପଡ଼ିଛି( govt miserably failed to provide pucca House ) ।

flood in Odisha କୁଆଡେ ଗଲା ପ୍ରତିଶୃତି, ଆଉ କେତେ ଜୀବନ ଗଲେ ମିଳିବ ପକ୍କାଘର

ପାଣିର ଗାର ପକ୍କା ଘର ପ୍ରତିଶୃତି !

୨୦୧୯ରେ 'ବାତ୍ୟା ବନ୍ୟାକୁ ନାହିଁ ଡର, ମୁଣ୍ଡ ଉପରେ ପକ୍କା ଘର' ପ୍ରତିଶୃତି ଦେଇଥିଲା ଶାସକ ବିଜେଡି । ଏହାକୁ ନେଇ ନିଜ ନିର୍ବାଚନ ଇସ୍ତାହାରରେ ଘୋଷଣା କରଯାଇଥିଲା । ହେଲେ ୨୦୧୯ ଯାଇ ୨୦୨୨ ଆସିଥିବା ବର୍ତ୍ତମାନ ସୁଦ୍ଧା ବନ୍ୟା ଆଶଙ୍କା ଅଞ୍ଚଳରେ ଲୋକଙ୍କୁ ପକ୍କା ଘର ମିଳି ପାରନାହିଁ । ଯାହାର ପରିଣାମ ଭୋଗୁଛନ୍ତି ବନ୍ୟା ବିପନ୍ନ ।

ଓଡ଼ିଶାରେ ବନ୍ୟାରେ ଭାଙ୍ଗୁଛି ବିପନ୍ନଙ୍କ ଘର

କେନ୍ଦୁଝର ସଦର ବ୍ଲକ ମହାଦେଈଯୋଡା ପଞ୍ଚାୟତ ଟିକରପଡା ଗାଁର କାହ୍ନୁଚରଣ ବେହେରାଙ୍କ ଘର କାନ୍ଥ ଭୁଶୁଡିଗଲା । ତାଙ୍କ ପତ୍ନୀ ଦୂତିକାଙ୍କ ମୃତ୍ୟୁ ହୋଇଛି । ସେପଟେ କାହ୍ନୁଚରଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମୟୁରଭଞ୍ଜ ରାଇରଙ୍ଗପୁର ବିଶୋଇ ଥାନା ଅଞ୍ଚଳ ଭୋଳ ବେଡା ଗାଁରେ ଲଗାଣ ବର୍ଷାରୁ ଅନୀଲ କୁମାର ଗିରିଙ୍କ କାନ୍ଥ ଭୁଶୁଡିଲା । ଫଳରେ ତାଙ୍କ ଦୁଇ ନାବାଳିକା ଝିଅଙ୍କ ଅକାଳରେ ମୃତ୍ୟୁ ହୋଇଛି । ରାଜ୍ୟ ସରକାର କହୁଛନ୍ତି ବର୍ଷା ଓ ବନ୍ୟାରେ କାନ୍ଥ ପଡି 4 ଜଣଙ୍କ ଜୀବନ ଯାଇଛି । ଯଦି ରାଜ୍ୟ ସରକାର ପ୍ରତିଶୃତି ମୁତାବକ ପକ୍କା ଘର ନିର୍ମାଣ କରିଥାଆନ୍ତେ ତେବେ ଆଜି ବନ୍ୟାବିପନ୍ନଙ୍କୁ ଦୁର୍ଦ୍ଦଶା ଭୋଗିବାକୁ ପଡିନଥାନ୍ତା ।

ବିରୋଧୀଙ୍କ ପକ୍କା ଘର ପ୍ରଶ୍ନ

ପକ୍କା ଘରକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିରୋଧୀ ବିଜେପି । ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ରାଜ୍ୟ ସରକାର ଦଳୀୟ ଭିତ୍ତିରେ କେବଳ ନିଜ କର୍ମୀଙ୍କୁ ଖୁସି କରିବା ପାଇଁ ପକ୍କା ବାଣ୍ଟିଛନ୍ତି । ଯୋଗ୍ୟ ହିତାଧିକାରୀ ପକ୍କା ଘର ଯୋଜନାରେ ସାମିଲ ହୋଇ ପାରିନାହାନ୍ତି । ପ୍ରାଣହାନୀ ହୋଇଥିବା ପରିବାରକୁ ଯଦି ପକ୍କା ଘର ଖଣ୍ଡିଏ ମିଳିଥାଆନ୍ତା, ତାହାଲେ ଆଜି ଏ ଦୁର୍ଦ୍ଦଶା ସେମାନେ ଭୋଗିନଥାନ୍ତେ । ନିଜ ପିଲା ଛୁଅଙ୍କୁ ହରାଇବାକୁ ପଡ଼ି ନଥାନ୍ତା ।"

ସେହିଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ଲୋକଙ୍କୁ ପକ୍କା ଘର ଖଣ୍ଡିଏ ମିଳି ପାରିନାହିଁ । ବିଧାନସଭାରେ ସରକାରଙ୍କ ତଥ୍ୟ ଅନୁଯାୟୀ, ରାଜ୍ୟର 12 ଲକ୍ଷ 24 ହଜାର 725 ପରିବାର କଚ୍ଚା ଘରେ ରହୁଛନ୍ତି । ଏଥିରୁ 21, 239 ଭୁମିହୀନ ପ୍ରଧାନମନ୍ତ୍ରୀ ଗ୍ରାମୀଣ ପକ୍କା ଘର ପାଇବା ପାଇଁ ଅପେକ୍ଷା କରି ରହିଛନ୍ତି ।

ବର୍ତ୍ତମାନର ବନ୍ୟା ସ୍ଥିତି ରାଜ୍ୟ ସରକାରଙ୍କ ସମ୍ମୁଖରେ ଅନେକ ପ୍ରଶ୍ନ ପ୍ରସ୍ତୁତ କରୁଛି । ଯଦି ଆବାସ ଯୋଜନାରେ ଦୁର୍ନୀତି ହୋଇଛି ତେବେ ସରକାର ଏହାକୁ ନେଇ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବେ । ସେପଟେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ କହିଛନ୍ତି, ବିଭିନ୍ନ ବିଭାଗ ସହିତ ଆଲୋଚନା କରି ଚିଠି ଲେଖିବା ପରେ ହିଁ 8 ଲକ୍ଷ ଅନୁମୋଦିତ ଘର ପାଇଁ ମିଳିବ ଅର୍ଥ । ଏଯାଏଁ ରାଜ୍ୟ ସରକାର ରିପୋର୍ଟ ଦେଇ ପାରୁନାହାନ୍ତି । ତେବେ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାରଙ୍କ ପକ୍କାଘର ପ୍ରତିଶୃତି କେବେ ପ୍ରତିଶୃତିରେ ରହିଯିବନି ତ ? କେବେ ପୂରଣ ହେବ ସମସ୍ତଙ୍କ ମୁଣ୍ଡ ଉପରେ ପକ୍କାଘରର ପ୍ରତିଶୃତି ?

ଭୁବନେଶ୍ବରରୁ ଲାଲମୋହନ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details