ଓଡିଶା

odisha

ETV Bharat / city

Flight Services Affected: ରାଜଧାନୀରେ ଘନ କୁହୁଡି ରାଜ୍‌, ବିମାନ ଚଳାଚଳ ବାଧାପ୍ରାପ୍ତ - ଭୁବନେଶ୍ବର ବିମାନବନ୍ଦର

ଘନ କୁହୁଡି ଯୋଗୁଁ ବିମାନସେବା ବାଧାପ୍ରାପ୍ତ । ସକାଳ 9 ଟା ପର୍ଯ୍ୟନ୍ତ ଚଳାଚଳ କରିନଥିଲା କୌଣସି ବିମାନ। ଅଧିକ ପଢନ୍ତୁ

ଘନ କୁହୁଡି ଯୋଗୁଁ ବିମାନସେବା ବାଧାପ୍ରାପ୍ତ
ଘନ କୁହୁଡି ଯୋଗୁଁ ବିମାନସେବା ବାଧାପ୍ରାପ୍ତ

By

Published : Jan 21, 2022, 10:48 AM IST

Updated : Jan 21, 2022, 12:17 PM IST

ଭୁବନେଶ୍ବର:ଭୁବନେଶ୍ବର: ଚଳିତ ବର୍ଷ ପ୍ରଥମ ଥର ପାଇଁ ଅତ୍ୟଧିକ କୁହୁଡି ଯୋଗୁଁ ବିମାନ ଚଳାଚଳ ବିଳମ୍ବ ହୋଇଛି। ଆଜି ସକାଳ ସମୟରେ ଘନ କୁହୁଡି ଜାରି ରହିଥିବାରୁ ଭୁବନେଶ୍ବର ବିମାନବନ୍ଦରରେ ବିମାନସେବା ବାଧାପ୍ରାପ୍ତ ହୋଇଛି। ସକାଳ ୯ଟା ପର୍ଯ୍ୟନ୍ତ କୌଣସି ବିମାନ ଚଳାଚଳ କରିନଥିଲା ।

Flight Services Affected: ରାଜଧାନୀରେ ଘନ କୁହୁଡି ରାଜ୍‌,

ଫଳରେ ୩ ଘଣ୍ଟା ବିଳମ୍ବରେ ଭୁବନେଶ୍ବରରେ ପହଞ୍ଚିଥିଲା କଲିକତାରୁ ଆସିଥିବା ବିମାନ। ୬ଟା ୩୦ ବଦଳରେ ୯ଟା ୩୦ରେ ପହଞ୍ଚିଥିଲା । ଦିଲ୍ଲୀରୁ ଆସୁଥିବା ଇଣ୍ଡିଗୋ ବିମାନ ୨୧୭୮ ଅବତରଣ କରି ନପାରି ରାୟପୁରରେ ଓହ୍ଲାଇଥିଲା। ୧୫୦ ମିଟର କୁହୁଡି ଥିବା ଯୋଗୁଁ ବିଳମ୍ବ ହୋଇଥିଲା ବେମାନ । ନିୟମ ଅନୁସାରେ କୁହୁଡି ୮୦୦ ମିଟର ଉପରେ ରହିଲେ ବିମାନ ଚଳାଚଳ ସ୍ବାଭାବିକ ରହିଥାଏ। କିନ୍ତୁ ପାଇଲଟ ଚାହିଁଲେ ୫୫୦ ରୁ ୮୦୦ ମିଟର କୁହୁଡି ଥୁଲେ ବି ବିମାନ ଅବତରଣ କରାଇପାରିବେ । ଆଜି କୁହୁଡି ୫୫୦ ମିଟର ହେବା ପରେ ବିମାନ ଚଳାଚଳ ଆରମ୍ଭ ହୋଇଥିଲା । ସକାଳ ସୁଦ୍ଧା ୩ ଟା ବିମାନ ଆସିଥିବା ବେଳେ ୨ ଟା ଉଡାଣ କରିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jan 21, 2022, 12:17 PM IST

ABOUT THE AUTHOR

...view details