ଓଡିଶା

odisha

ETV Bharat / city

ଧ୍ବଜାବତରଣ ଉତ୍ସବ, ପୋଲିସ ବାଦ୍ୟରେ ପ୍ରକମ୍ପିତ ହେଲା ୭ମ ବାଟାଲିୟନ ପରିସର - Flag retreat ceremony at 7 battalion

ଧ୍ବଜାବତରଣ ଉତ୍ସବରେ ପ୍ରକମ୍ପିତ ହେଲା ୭ମ ବାଟାଲିୟନ ପରିସର । ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ଓ ପୋଲିସ ଡିଜିଙ୍କ ସହ ପୋଲିସ ଅଫିସିଆଲ ଓ ଦର୍ଶକ। ଧ୍ବଜାବତରଣ ପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ୭ମ ବାଟାଲିୟନ ଶୋଭାକୁ ଦ୍ବିଗୁଣିତ କରିଥିଲା।

ଧ୍ବଜାବତରଣ ଉତ୍ସବ
ଧ୍ବଜାବତରଣ ଉତ୍ସବ

By

Published : Jan 31, 2020, 8:39 PM IST

ଭୁବନେଶ୍ବର: ୭ମ ବାଟାଲିଅନରେ ଧ୍ବଜାବତରଣ ଉତ୍ସବ। ପ୍ରକମ୍ପିତ ହେଉଥିଲା ପୋଲିସ ବାଦ୍ୟ। ପରିବେଷଣ କରୁଥିଲେ ପୋଲିସ ବ୍ୟାଣ୍ଡର ୩୨୨ଜଣ ପୋଲିସ କର୍ମଚାରୀ। ଗୋଟିଏ ପରେ ଗୋଟିଏ ତାଳରେ ପରିବେଷଣ ପରେ ଅବତରଣ ହେଲା ଜାତୀୟ ପତାକା। ସୂର୍ଯ୍ୟାସ୍ତ ପୂର୍ବରୁ ସୈନିକଙ୍କୁ ଯୁଦ୍ଧରୁ ନିବୃତ ରହିବା ଲାଗି ଯେପରି ଯୁଦ୍ଧବସାନ ହୁଏ, ସେହିପରି ଅନୁରୂପ ଢଙ୍ଗରେ ଅବତରଣ ହୋଇଥିଲା ଧ୍ବଜା।

ଧ୍ବଜାବତରଣ ଉତ୍ସବ

ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ଓ ପୋଲିସ ଡିଜିଙ୍କ ସହ ପୋଲିସ ଅଫିସିଆଲ ଓ ଦର୍ଶକ। ଧ୍ବଜାବତରଣ ପରେ ରଙ୍ଗାରଙ୍ଗ କାର୍ଯକ୍ରମ ୭ମ ବାଟାଲିୟନର ଶୋଭାକୁ ଦ୍ବିଗୁଣିତ କରିଥିଲା।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details