ଓଡିଶା

odisha

ETV Bharat / city

ସ୍ମାର୍ଟସିଟିରେ ସୁଧୁରିବ ଟ୍ରାଫିକ ସମସ୍ୟା, ସ୍ଥିତି ଅନୁଧ୍ୟାନ କଲେ 5T ସଚିବ - ଭୁବନେଶ୍ବର ଖବର

ଭୁବନେଶ୍ବରରେ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶରେ ଆଜି ବିଭିନ୍ନ ଛକରେ ଟ୍ରାଫିକ ବ୍ୟବସ୍ଥାର ସ୍ଥିତି ସମୀକ୍ଷା କରିଛନ୍ତି 5ଟି ସଚିବ । ଅଧିକ ପଢନ୍ତୁ

ଟ୍ରାଫିକ ସମସ୍ୟା  ସ୍ଥିତି ଅନୁଧ୍ୟାନ କଲେ 5T ସଚିବ
ଟ୍ରାଫିକ ସମସ୍ୟା ସ୍ଥିତି ଅନୁଧ୍ୟାନ କଲେ 5T ସଚିବ

By

Published : Aug 10, 2022, 11:33 AM IST

Updated : Aug 10, 2022, 12:34 PM IST

ଭୁବନେଶ୍ବର: ରାଜଧାନୀରେ ସୁଧୁରିବ ଟ୍ରାଫିକ ସମସ୍ୟା । ଟ୍ରାଫିକ ଜାମରେ ଫସି ରହିବେନି ଯାତ୍ରୀ । ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ ଭିକେ ପାଣ୍ଡିଆନ ଆଜି (ବୁଧବାର) ଭୋରରୁ ରାଜଧାନୀର ବିଭିନ୍ନ ଛକରେ ଟ୍ରାଫିକ ସ୍ଥିତି ସମୀକ୍ଷା କରିଛନ୍ତି । ତାଙ୍କ ସହିତ ଭୁବନେଶ୍ବର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପ୍ରତୀକ ସିଂହ ଓ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ଉପସ୍ଥିତ ଥିଲେ ।

ସ୍ମାର୍ଟସିଟିରେ ସୁଧୁରିବ ଟ୍ରାଫିକ ସମସ୍ୟା

ରାଜଧାନୀରେ ଲୋକସଂଖ୍ୟା ବୃଦ୍ଧି ପାଉଛି । ତାହାକୁ ତାଳ ଦେଇ ଗାଡ଼ି ମୋଟର ଚଳାଚଳ ସଂଖ୍ୟା ବି ବଢୁଛି । ଫଳରେ ସହରରେ ଟ୍ରାଫିକ ନିୟନ୍ତ୍ରଣ ଏକ ମୁଖ୍ୟ ସମସ୍ୟା ହୋଇଛି । ଭୁବନେଶ୍ବର ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ ଭିକେ ପାଣ୍ଡିଆନ ଆଜି ଶିଶୁଭବନ ଛକ, ରବି ଟକିଜ ଛକ, କଳ୍ପନା ଛକ, ବେହେରା ସାହି ଛକ, ରସୁଲଗଡ ଛକ ଓ ଆଇଗିଣିଆ ଛକ ଆଦି ବୁଲି ଦେଖିଛନ୍ତି । ଏହା ସହ ବିଭିନ୍ନ ଛକର ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଟ୍ରାଫିକ ସମସ୍ୟା ସ୍ଥିତି ଅନୁଧ୍ୟାନ କଲେ 5T ସଚିବ
ଟ୍ରାଫିକ ସମସ୍ୟା ସ୍ଥିତି ଅନୁଧ୍ୟାନ କଲେ 5T ସଚିବ

ଏହି ସ୍ଥିତି ସମୀକ୍ଷାରେ ପ୍ରଶାସନ ଏବଂ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ସମ୍ପର୍କରେ ଆଲୋଚନା କରିଛନ୍ତି 5ଟି ସଚିବ । ସହରରେ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆସିଲେ ଲୋକମାନଙ୍କ ହାଇରାଣ ହେବାକୁ ପଡିବ ନାହିଁ । ଅଘଟଣ ମଧ୍ୟ ଟଳିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 10, 2022, 12:34 PM IST

ABOUT THE AUTHOR

...view details