ଭୁବନେଶ୍ବର: ଗତ 10 ବର୍ଷରେ ରାଜ୍ୟରେ 5ଟି ନୂଆ ରେଳପଥ ନିର୍ମାଣ ପ୍ରକଳ୍ପ ଆରମ୍ଭ ହୋଇଛି । ବିଜେପି ବିଧାୟକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବିଧାନସଭା ବଜେଟର ଦ୍ବିତୀୟ ଅଧିବେଶନରେ ଏହି ପ୍ରଶ୍ନ ପଚାରିଥିଲେ ମୋହନ ଚରଣ ମାଝୀ ।
ତେବେ ଏହାର ଲିଖିତ ଉତ୍ତରରେ ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ...
10 ବର୍ଷରେ ରାଜ୍ୟରେ ଆରମ୍ଭ ହୋଇଛି 5ଟି ନୂଆ ରେଳପଥ ନିର୍ମାଣ ପ୍ରକଳ୍ପ 1. ଭଦ୍ରକ-ନିର୍ଗୁଣ୍ଡି 3ୟ ଲାଇନ
2. ଶାଳଗାଁ-ବୁଢାପଙ୍କ 3ୟ ଏବଂ 4ର୍ଥ ଲାଇନ
3. ଜୟପୁର-ନବରଙ୍ଗପୁର
4. ଜୟପୁର-ମାଲକାନଗିରି
5. ବଜୟାନଗରମ୍-ଟିଟିଲାଗଡ଼ 3ୟ ଲାଇନର ପ୍ରକଳ୍ପ ଆରମ୍ଭ ହୋଇଛି ।
ଉପରୋକ୍ତ ସମୟ ରେଳପଥ ଗୁଡିକର ନୂତନ ଭୁଅର୍ଜନ ଆଇନ୍ 2013 ମୁତାବକ ଜମି ଅଧିଗ୍ରହଣ କାର୍ଯ୍ୟ ଚାଲୁ ରହିଛି । ଉକ୍ତ ପ୍ରକଳ୍ପ ଗୁଡିକର ରେଟ୍ ଅଫ୍ ରିଟର୍ଣ୍ଣ ହିସାବ କେନ୍ଦ୍ର ରେଳମନ୍ତ୍ରଣାଳୟଙ୍କ ପରିସରଭୁକ୍ତ ।
ସେହିପରି ଜୟପୁର-ମାଲକାନଗିରି ରେଳପ୍ରକଳ୍ପରେ ରାଜ୍ୟ ସରକାର ପ୍ରକଳ୍ପ ଖର୍ଚ୍ଚର 15 ପ୍ରତିଶତ ବହନ କରୁଛନ୍ତି । ଏବଂ ଜୟପୁର-ନବରଙ୍ଗପୁର ରେଳପ୍ରକଳ୍ପରେ ରାଜ୍ୟ ସରକାର ସମସ୍ତ ଜମି ମାଗଣାରେ ପ୍ରଦାନ କରିବା ସହିତ ନିର୍ମାଣ ଖର୍ଚ୍ଚର 50 ପ୍ରତିଶତ ବହନ କରୁଛନ୍ତି ।
10 ବର୍ଷରେ ରାଜ୍ୟରେ ଆରମ୍ଭ ହୋଇଛି 5ଟି ନୂଆ ରେଳପଥ ନିର୍ମାଣ ପ୍ରକଳ୍ପ ତାଳଚେର-ବିମଳାଗଡ଼ ସମେତ ସମସ୍ତ 14 ଗୋଟି ଚାଲୁ ରହିଥିବା ରେଳପ୍ରକଳ୍ପଗୁଡିକ ରାଜ୍ୟର ସର୍ବାଙ୍ଗ ବିକାଶ ତଥା ଅର୍ଥନୈତିକ ଉନ୍ନତୀକରଣ ନିମନ୍ତେ, ରାଜ୍ୟ ସରକାର ଅଗ୍ରାଧିକାର ହୋଇଛନ୍ତି । ଜମି ଅଧିଗ୍ରହଣ କରାଯାଉଥିବାରୁ ଏହା ବିଳମ୍ବିତ ହେଲାପରି ପରିଲକ୍ଷିତ ହେଉଛି । ରାଜ୍ୟ ସରକାର ବଡବିଲ-ବାଂଶପାଣି ରେଳ ପ୍ରକଳ୍ପର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବା ନିମନ୍ତେ ବିଚାର କରୁଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ