ଓଡିଶା

odisha

ETV Bharat / city

Omicron Scare In Odisha: 5 ନୂଆ ପଜିଟିଭ୍‌ ଚିହ୍ନଟ, 14କୁ ସଂଖ୍ୟା ବୃଦ୍ଧି

ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିଛି କୋଭିଡର ଓମିକ୍ରନ ଭାରିଆଣ୍ଟ । ଗୁରୁବାର ଆଉ ୫ ଜଣ ଓମିକ୍ରନ ଭାରିଆଣ୍ଟ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଅଧିକ ପଢ଼ନ୍ତୁ

By

Published : Dec 30, 2021, 2:50 PM IST

Updated : Dec 30, 2021, 2:56 PM IST

ବଢ଼ୁଛି ଓମିକ୍ରନ ସଂକ୍ରମଣ, ରାଜ୍ୟରେ ଆଉ ୫ ପଜିଟିଭ୍‌ ଚିହ୍ନଟ
ବଢ଼ୁଛି ଓମିକ୍ରନ ସଂକ୍ରମଣ, ରାଜ୍ୟରେ ଆଉ ୫ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିଛି କୋଭିଡର ଓମିକ୍ରନ ଭାରିଆଣ୍ଟ । ଗୁରୁବାର ଆଉ ୫ ଜଣ ଓମିକ୍ରନ ଭାରିଆଣ୍ଟ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହି ୫ ଜଣଙ୍କୁ ମିଶାଇ ରାଜ୍ୟରେ ଓମିକ୍ରନ ଭାରିଆଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି ।

ଏହା ବି ପଢ଼ନ୍ତୁOmicron Update: ଓଡିଶାରେ ପୁଣି 4 ନୂଆ ସଂକ୍ରମିତ ଚିହ୍ନଟ

ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ଏହାପୂର୍ବରୁ ଡିସେମ୍ବର ୨୬ ତାରିଖରେ ମଧ୍ୟ ୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଗତ ଡିସେମ୍ବର 21 ତାରିଖରେ ଓଡ଼ିଶାରେ ପ୍ରଥମେ ଦୁଇ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ଏହା ବି ପଢ଼ନ୍ତୁସୁସ୍ଥ ହୋଇ ଘରକୁ ଫେରିଲେ ରାଜ୍ୟର ପ୍ରଥମ ଓମିକ୍ରନ ଆକ୍ରାନ୍ତ

ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି । କୋଭିଡ କଟକଣାକୁ ମାନିବାକୁ ଲୋକଙ୍କୁ ବାରମ୍ବାର ସଚେତନ କରାଯାଉଛି । ମାସ୍କ ସାନିଟାଇଜର ବ୍ୟବହାର ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି । ଯେଉଁମାନେ ବିଦେଶରୁ ଫେରୁଛନ୍ତି ସେମାନଙ୍କୁ କୋଭିଡ ଟେଷ୍ଟ କରାଇବାକୁ ମଧ୍ୟ ପରାମର୍ଶ ଦିଆଯାଉଛି ।

ଭୁବେନଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Dec 30, 2021, 2:56 PM IST

ABOUT THE AUTHOR

...view details