ଓଡିଶା

odisha

By

Published : Jul 19, 2020, 12:32 PM IST

Updated : Jul 19, 2020, 12:59 PM IST

ETV Bharat / city

ରାଜ୍ୟରେ ଆଉ 5 ମୁଣ୍ଡ ନେଲା କୋରୋନା, ମୃତ୍ୟୁ ସଂଖ୍ୟା 91କୁ ବୃଦ୍ଧି

ରାଜ୍ୟରେ ଚିକିତ୍ସାଧିନ ଅବସ୍ଥାରେ ଆଜି ପୁଣି କୋରୋନାରେ ଆଉ 5 ଜଣଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଗଞ୍ଜାମ, ସୁନ୍ଦରଗଡ ଓ ଜଗତସିଂହପୁର ହୋଇଥିବା ଜଣାପଡିଛି । ଏବେ ସୁଦ୍ଧା କୋରୋନା ଜନିତ ମୃତ୍ୟୁ ସଂଖ୍ୟା 91ରେ ପହଞ୍ଚିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ରାଜ୍ୟରେ କୋରୋନା ନେଲା ଆଉ 5 ମୁଣ୍ଡ,  ମୃତ୍ୟୁ ସଂଖ୍ୟା 91 କୁ ବୃଦ୍ଧି
ରାଜ୍ୟରେ କୋରୋନା ନେଲା ଆଉ 5 ମୁଣ୍ଡ, ମୃତ୍ୟୁ ସଂଖ୍ୟା 91 କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଚିକିତ୍ସାଧିନ ଅବସ୍ଥାରେ ଆଜି ପୁଣି କୋରୋନାରେ ଆଉ 5 ଜଣଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଗଞ୍ଜାମ, ସୁନ୍ଦରଗଡ ଓ ଜଗତସିଂହପୁର ହୋଇଥିବା ଜଣାପଡିଛି । ଏବେ ସୁଦ୍ଧା କୋରୋନା ଜନିତ ମୃତ୍ୟୁ ସଂଖ୍ୟା 91ରେ ପହଞ୍ଚିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ରାଜ୍ୟରେ କୋରୋନା ନେଲା ଆଉ 5 ମୁଣ୍ଡ, ମୃତ୍ୟୁ ସଂଖ୍ୟା 91 କୁ ବୃଦ୍ଧି

ଗଞ୍ଜାମରୁ 3 ଜଣଙ୍କର ମୃତ୍ୟୁ ହୋଇଛି । ଦୁଇ ଜଣ ପୁରୁଷ ଓ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ବୟସ 44, 39 ଓ 70 ବର୍ଷ ବୋଲି ସୂଚନା ରହିଛି । 39 ବୟସ ମୃତ ବ୍ୟକ୍ତି ଜଣଙ୍କ ଡାଏବେଟିସରେ ପୀଡିତ ଥିବା ଜଣାପଡିଛି ।

ସେହିପରି ସୁନ୍ଦରଗଡରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଏବଂ ତାଙ୍କ ବୟସ 65 ବୋଲି ଜଣାପଡିଛି । ସେ କୋରୋନା ବ୍ୟତୀତ ଡାଏବେଟିସ ଓ ବ୍ରୋଙ୍କାଇଟିସ୍ ରୋଗରେ ପୀଡିତ ଥିବା ସୂଚନା ରହିଛି ।

ଜଗତସିଂହପୁରରେ କୋରୋନାରେ ପ୍ରଥମ ମୃତ୍ୟୁ ହୋଇଛି । ତାଙ୍କ ବୟସ 67 ବୋଲି ଜଣାପଡିଛି । ସେ ମଧ୍ୟ ଡାଏବେଟିସ ରେ ପୀଡିତ ଥିବା ସୂଚନା ରହିଛି ।

ସୂଚନା ଯୋଗ୍ୟ, ଆଜି 736ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ 481 ଚିହ୍ନଟ ହୋଇଥିବାବେଳେ 255 ସ୍ଥାନୀୟ ସଂକ୍ରମଣ ଭାବରେ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jul 19, 2020, 12:59 PM IST

ABOUT THE AUTHOR

...view details