ଓଡିଶା

odisha

By

Published : Oct 27, 2021, 4:01 PM IST

ETV Bharat / city

କଳ୍ପନା ଛକରୁ ଧରାପଡିଲେ ଲୁଟେରା ଗ୍ୟାଙ୍ଗ, ଚୋରା ବାଇକରେ ଝାମ୍ପୁଥିଲେ ଚେନ୍‌-ଫୋନ

ଚୋରି ଛିନତାଇ ପାଇଁ ଗଢା ହୋଇଥିଲା ଗ୍ୟାଙ୍ଗ। ଲିଡ ନେଉଥିଲା ଶାସ୍ତ୍ରୀନଗର ବବଲୁ। କମିଶନରେଟ ପୋଲିସ ହାତରେ କଳ୍ପନା ଛକରୁ ଧରାପଡିଛନ୍ତି ଅନ୍ତଜିଲ୍ଲା ୫ଜଣିଆ ଲୁଟେରା ଗ୍ୟାଙ୍ଗ। ଅଧିକ ପଢନ୍ତୁ...

ପୁରୀ, ଖୋର୍ଦ୍ଧା ପରେ ଭୁବନେଶ୍ଵରେ ଲୁଟର ଆତଙ୍କ: କଳ୍ପନା ଛକରୁ ୫ ଜଣିଆ ଲୁଟେରା ଗ୍ୟାଙ୍ଗ ଗିରଫ
ପୁରୀ, ଖୋର୍ଦ୍ଧା ପରେ ଭୁବନେଶ୍ଵରେ ଲୁଟର ଆତଙ୍କ: କଳ୍ପନା ଛକରୁ ୫ ଜଣିଆ ଲୁଟେରା ଗ୍ୟାଙ୍ଗ ଗିରଫ

ଭୁବନେଶ୍ବର: ଚୋରି ଛିନତାଇ ପାଇଁ ଗଢା ହୋଇଥିଲା ଗ୍ୟାଙ୍ଗ। ଲିଡ ନେଉଥିଲା ଶାସ୍ତ୍ରୀନଗର ବବଲୁ। ଯେକି ପୁର୍ବରୁ ଗିରଫ ହୋଇ ଯାଇଥିଲା ଜେଲ। ଏବେ ୪ ଜଣିଆ ଗ୍ୟାଙ୍ଗ ଗଢି ଚୋରା ବାଇକରେ ଚଳାଇଥିଲା ଗ୍ୟାଙ୍ଗ।

ପୁରୀ, ଖୋର୍ଦ୍ଧା ପରେ ଭୁବନେଶ୍ଵରେ ଲୁଟର ଆତଙ୍କ: କଳ୍ପନା ଛକରୁ ୫ ଜଣିଆ ଲୁଟେରା ଗ୍ୟାଙ୍ଗ ଗିରଫ

ଟାର୍ଗେଟରେ ଥିଲେ ମହିଳା ଓ କଲେଜ ପଢୁଆ ଯୁବତୀ । ମୋବାଇଲ ଫୋନ ସହ ସୁନା ଚେନ ଓ କାନଫୁଲ ଥିଲା ଟାର୍ଗେଟରେ। ପୁରୀ ଓ ଖୋର୍ଦ୍ଧାରେ ଅନେକ ଆତଙ୍କ ରଚାଇ ବବଲୁ ଭୁବନେଶ୍ଵରରେ ଦେଉଥିଲା ଲୁଟର ତାଲିମ।

ଆଉ ଧିରେଧିରେ ଭୁବନେଶ୍ଵର ସମସ୍ତ ଥାନା ଅଞ୍ଚଳରେ ଖେଳାଇଥିଲେ ଚୋରି ଛିନତାଇର ଆତଙ୍କ। ଚୋରା ବାଇକ ଆର ଓ୍ବାନ ଓ ପଲସର ଯୋଗେ ଆସି ହଟାଠ ଝାମ୍ପୁଥିଲେ ସୁନା ଚେନ ଓ ମୋବାଇଲ ଫୋନ। କମିଶନରେଟ ପୋଲିସ ହାତରେ କଳ୍ପନା ଛକରୁ ଧରାପଡିଛନ୍ତି ଅନ୍ତଜିଲ୍ଲା ୫ଜଣିଆ ଲୁଟେରା ଗ୍ୟାଙ୍ଗ। ଲୁଟେରା ଗ୍ୟାଙ୍ଗ ଧରିବା ପରେ ୨୪ଟି ସୁନା ଚେନ ସହ ୬ଟି ମୋବାଇଲ ଜବତ କରିଛି କମିଶନରେଟ ପୋଲିସ।

ବବଲୁ ଗ୍ୟାଙ୍ଗରେ ଧରାପଡିଥିବା ସହଯୋଗୀ ନିଖିଲ, ସୁଶିଲ ଓ ପ୍ରଦୀପ ସମ୍ପର୍କରେ ଜାଣିବାକୁ ପାଇଛି ପୋଲିସ। ଏମାନଙ୍କର ପୁର୍ବରୁ କେସ ନଥିଲେ ବି ଧିରେ ଧିରେ ବବଲୁ ଗ୍ୟାଙ୍ଗରେ ସାମିଲ ହୋଇ ଚୋରି ଛିନତାଇ ଆତଙ୍କ ଖେଳାଇଥିଲେ ବୋଲି ଭୁବନେଶ୍ଵର ପୋଲିସ ସୂଚନା ଦେଇଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details