ଓଡିଶା

odisha

ETV Bharat / city

ବେଲଗାମ କୋଭିଡ୍ ପାଇଁ ଜିମରେ ତାଲା, ଚିନ୍ତାରେ ମାଲିକ ଓ ଫିଟନେସ ପ୍ରେମୀ - ଲକଡାଉନରେ ଜିମ ଅବସ୍ଥା

ଜିମ୍ ଉଦ୍ୟୋଗ ଉପରେ ଲକଡାଉନର ବ୍ୟାପକ ପ୍ରଭାବ ପଡ଼ିଛି । ସଂକ୍ରମଣ ଆଶଙ୍କାକୁ ନେଇ ଜିମ୍ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଉନାହାନ୍ତି । ଫଳରେ ରାଜ୍ୟରେ ଥିବା ଶହଶହ ଜିମରେ କାମ କରୁଥିବା କର୍ମଚାରୀଙ୍କ ସହ ଜିମ୍ ମାଲିକ ମାନେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । ଅଧିକ ପଢ଼ନ୍ତୁ...

କଟକଣାରେ ବନ୍ଦ ପଡିଛି ଜିମ୍, ଚିନ୍ତାରେ ମାଲିକ ଓ ଫିଟନେସ ପ୍ରେମୀ
କଟକଣାରେ ବନ୍ଦ ପଡିଛି ଜିମ୍, ଚିନ୍ତାରେ ମାଲିକ ଓ ଫିଟନେସ ପ୍ରେମୀ

By

Published : Jul 1, 2021, 7:45 PM IST

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ମହାମାରୀ କୋରୋନାର ଦ୍ବିତୀୟ ଲହର । କୋରୋନା ସଂକ୍ରମଣରେ ରୋକ ଲଗାଇବାକୁ କେବେ ଲକଡାଉନ ତ କେବେ ପୁଣି ସଟଡାଉନ ଭଳି କଟକଣା ଜାରି ହୋଇଛି । ଏଥିପାଇଁ ସମସ୍ତ ଧର୍ମାନୁଷ୍ଠାନ, ଶିକ୍ଷାନୁଷ୍ଠାନ, ମଲ୍, ପାର୍କ ଇତ୍ୟାଦି ବନ୍ଦ ରହିଥିବା ବେଳେ ଏଥିରୁ ବାଦ ପଡ଼ିନି ଜିମ । ଫଳରେ ହତୋତ୍ସାହିତ ହୋଇ ପଡ଼ିଛନ୍ତି ଜିମ ମାଲିକ ଓ ଫିଟନେସ ପ୍ରେମୀ ।

କଟକଣାରେ ବନ୍ଦ ପଡିଛି ଜିମ୍, ଚିନ୍ତାରେ ମାଲିକ ଓ ଫିଟନେସ ପ୍ରେମୀ

ଜିମ୍ ଉଦ୍ୟୋଗ ଉପରେ ଲକଡାଉନର ବ୍ୟାପକ ପ୍ରଭାବ ପଡ଼ିଛି । ସଂକ୍ରମଣ ଆଶଙ୍କାକୁ ନେଇ ଜିମ୍ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଉନାହାନ୍ତି । ଫଳରେ ରାଜ୍ୟରେ ଥିବା ଶହଶହ ଜିମରେ କାମ କରୁଥିବା କର୍ମଚାରୀଙ୍କ ସହ ଜିମ୍ ମାଲିକ ମାନେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । କୋରୋନା ପ୍ରଥମ ଲହରଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଦୀର୍ଘ ୧୫ମାସ ହେବ ଜିମ୍ କ୍ଷେତ୍ର ପ୍ରଭାବିତ ହୋଇଛି ।

ଦୀର୍ଘଦିନ ଧରି ଜିମ ବନ୍ଦ ରହିଥିବାରୁ ମାଲିକମାନେ ଋଣ ବୋଝରେ ଭାରାକ୍ରାନ୍ତ ହୋଇଛନ୍ତି। ଏହାସହ ବ୍ୟବହାର ହେଉନଥିବାରୁ ଜିମ ଉପକରଣ ଗୁଡ଼ିକରେ କଳଙ୍କି ଲାଗିବାକୁ ବସିଲାଣି । ଏଭଳି ସ୍ଥିତିରେ ପରବର୍ତ୍ତୀ ସମୟରେ କିଭଳି ଜିମ ପୁନଃ ଆରମ୍ଭ ହେବ ତାହାକୁ ଅପେକ୍ଷା କରି ବସିଛନ୍ତି ମାଲିକ । ରାଜ୍ୟରେ ଥିବା ସମସ୍ତ ଜିମ୍ ଗୁଡ଼ିକ କଟକଣା ମଧ୍ୟରେ ଖୋଲିବାକୁ ଅନୁମତି ଦେବା ସହିତ କିଛି ଆର୍ଥିକ ସହାୟତା ଯୋଗାଇଦେବାକୁ ଜିମ୍ ମାଲିକ ନିବେଦନ କରିଛନ୍ତି।

କୋରୋନା ଭୁତାଣରୁ ରକ୍ଷା ପାଇବା ପାଇଁ ବା କୋରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ବ୍ୟକ୍ତି ମାନଙ୍କୁ ଫିଟ ରହିବାର ଆବଶ୍ୟକତା ରହିଛି । ଖୋଦ ସ୍ବାସ୍ଥ୍ୟ ବିଶେଷଜ୍ଞ ଯୋଗ ଏବଂ ଜିମ୍ ଉପରେ ଫୋକସ କରିଛନ୍ତି । ଫିଟନେସ ପ୍ରେମୀ ମଧ୍ୟ ଏହି ମହାମାରୀକୁ ମାତ ଦେବାପାଇଁ କଟକଣା ସହ ଜିମ ଖୋଲିବାକୁ ଗୁହାରି କରିଛନ୍ତି।

ରାଜ୍ୟରେ ନୂଆ କୋରୋନା ଗାଇଡଲାଇନରେ ମଧ୍ୟ ଜିମ ଖୋଲିବାକୁ ଅନୁମତି ମିଳିନାହିଁ । ରାଜ୍ୟ ସରକାରଙ୍କ ଏଭଳି ସଙ୍କଟ ସ୍ଥିତିରୁ ଜିମ ମାଲିକଙ୍କ ଉଦ୍ଧାର କରି ପାରିବେ । କେବେ ପ୍ରଶାସନ ଓ ରାଜ୍ୟ ସରକାର ଜିମ ମାଲିକଙ୍କ କଥା ଶୁଣୁଛନ୍ତି ତାହାକୁ ଅପେକ୍ଷା ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details