ଭୁବନେଶ୍ବର:ପୁଣି ବଢିଲା ଗାଡି ଫିଟନେସ ଓ ପରମିଟ ସମୟସୀମା । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସେପ୍ଟେମ୍ବର 30 ତାରିଖ ଯାଏଁ ଅବଧିକୁ ବୃଦ୍ଧି କରାଯାଇଛି । ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଜାରି ହୋଇଛି ।
ରାଜ୍ୟରେ କୋରୋନା କଟକଣା ସାମାନ୍ୟ କୋହଳ ହେବା ପରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଗାଡି ପଞ୍ଜୀକରଣ, ଲର୍ଣ୍ଣିଂ ଲାଇସେନ୍ସ, ଫିଟନେସ ସାର୍ଟିଫିକେଟ ,ଡ୍ରାଇଭିଂ ଲାଇସେନ୍ସ ସମେତ ମାଲ ପରିବହନ କରୁଥିବା ଗାଡି, ଘରୋଇ ସେବା ଯୋଗାଉଥିବା ଗାଡି ଓ ଶିକ୍ଷାନୁଷ୍ଠାନ ବସ ଗୁଡିକର ପରମିଟ ବୈଧତାକୁ ସେପ୍ଟେମ୍ବର 30 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆସନ୍ତା 21ତାରିଖରୁ ସ୍ଲଟ ବୁକିଂ ହେବ । ଗାଇଡଲାଇନ ଅନୁସାରେ ଏ ବର୍ଗରେ 17ଟି ଜିଲ୍ଲାକୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଡିଏଲ ଟେଷ୍ଟକୁ ଅନୁମତି ମିଳିଛି ।