ଭୁବନେଶ୍ବର: ପୂର୍ବତଟ ରେଳପଥ ମୁଖ୍ୟାଳୟ ପକ୍ଷରୁ ଫିଟ୍ ଇଣ୍ଡିଆ ଫ୍ରିଡମ୍ ଦୌଡ ଆୟୋଜିତ ହୋଇଛି । ଜାତୀୟ ଏବଂ ଅନ୍ତର୍ଜାତୀୟ ଖେଳାଳୀମାନେ ଏହି ଦୌଡରେ ଅଂଶଗ୍ରହଣ କରିଥିଲେ। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ଫିଟ୍ ଇଣ୍ଡିଆ ଫ୍ରିଡମ୍ ଦୌଡକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।
ପୂର୍ବତଟ ରେଳପଥ ମୁଖ୍ୟାଳୟ ପକ୍ଷରୁ FIT INDIA FREEDOM ଦୌଡ଼ ଆୟୋଜିତ 75 ତମ ସ୍ବାଧୀନତା ଦିବସ "ଆଜାଦୀ କା ଅମୃତ ମହୋତ୍ସବ"କୁ ସ୍ମରଣୀୟ କରିବା ପାଇଁ ଫିଟ (FIT) ଇଣ୍ଡିଆ ମିଶନ ପକ୍ଷରୁ ଦେଶ ସାରା FIT INDIA FREEDOM RUNର ଦ୍ଵିତୀୟ ସଂସ୍କରଣର ଆୟୋଜିତ କରାଯାଇଛି । 'ଶାରୀରିକ/ଭର୍ଚ୍ଚୁଆଲ ରନ'ର ସଂକଳ୍ପ ଉପରେ 13 ଅଗଷ୍ଟରୁ 2 ଅକ୍ଟୋବର 2021 ମଧ୍ୟରେ ଦେଶବ୍ୟାପୀ ଅଭିଯାନ କରାଯାଇ ଫିଟନେସକୁ ଉତ୍ସାହିତ କରିବା ଏବଂ ଆମ ସମସ୍ତଙ୍କୁ ମେଦବହୁଳତା, ଅଳସୁଆତା, ଚାପ, ଚିନ୍ତା, ରୋଗ ଇତ୍ୟାଦିରୁ ମୁକ୍ତି ପାଇବାରେ ସାହାଯ୍ୟ କରିବା କ୍ଷେତ୍ରରେ ଏହା ଏକ ମାଧ୍ୟମ ଅଟେ।
ଏହି ଅବସରରେ ଆଜି(ଗୁରୁବାର) ପୂର୍ବତଟ ରେଳପଥର ପକ୍ଷରୁ ଫିଟ୍ ଇଣ୍ଡିଆ ଫ୍ରିଡମ୍ ଦୌଡ ଆୟୋଜନ କରିଥିଲା, ଯେଉଁଥିରେ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ସବୁଜ ପତାକା ପ୍ରଦର୍ଶନ କରାଇ ଏହାର ଶୁଭ ଉଦଘାଟନ କରିଥିଲେ ଏବଂ ପ୍ରତ୍ୟେକ କ୍ଷେତ୍ରରେ ଫିଟନେସ୍ ବଜାୟ ରଖିବା ଏବଂ ଚାପମୁକ୍ତ ରହିବାକୁ ରେଳପଥର କ୍ରୀଡ଼ା ସଂଗଠନର ସଦସ୍ୟମାନଙ୍କ ସହିତ ରେଳବାଇ କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ ।
ଭାରତୀୟ ମହିଳା ରେଳବାଇ କବାଡି ଟିମ୍, ଅନ୍ୟ ଜାତୀୟ ତଥା ଆନ୍ତର୍ଜାତୀୟ ଖେଳାଳିଙ୍କ ସହିତ ପୂର୍ବତଟ ରେଳପଥର ଅଧିକାରୀ ଏବଂ କର୍ମଚାରୀମାନେ ଏହି ଦୌଡରେ ଭାଗ ନେଇଥିଲେ । ରେଳପଥ ପକ୍ଷରୁ ଆୟୋଜିତ ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନରେ ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର, ରେଳପଥ କ୍ରୀଡା ସଂଗଠନର ସଭାପତି ମାନସ ପୋଦ୍ଦାର, କ୍ରୀଡା ସଂଗଠନର ସାଧାରଣ ସମ୍ପାଦକ ଅଶୋକ କୁମାର ମିଶ୍ର ଏବଂ ବିଭାଗୀୟ ପ୍ରମୁଖ ଅଧିକାରୀ, ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ଅଂଶଗ୍ରହଣ କରିଥିଲେ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ