ଓଡିଶା

odisha

ETV Bharat / city

ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ପାସ, ଶିକ୍ଷାବିତ ଓ ଅଭିଭାବକ ସଙ୍ଘର ସ୍ବାଗତ - mass education minister

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ବିନା ପରୀକ୍ଷାରେ ହେବେ ପାସ୍ । ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା । ଅଧିକ ପଢନ୍ତୁ...

ବିନା ପରୀକ୍ଷାରେ ପାସ୍ ପ୍ରଥମରୁ ଅଷ୍ଟମ
ବିନା ପରୀକ୍ଷାରେ ପାସ୍ ପ୍ରଥମରୁ ଅଷ୍ଟମ

By

Published : Mar 13, 2021, 1:13 PM IST

Updated : Mar 13, 2021, 4:21 PM IST

ଭୁବନେଶ୍ବର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ବିନା ପରୀକ୍ଷାରେ ହେବେ ପାସ୍ । କୋରୋନା ପାଇଁ ରାଜ୍ୟରେ ଶିକ୍ଷାବସ୍ଥା ବ୍ୟାହାତ ହୋଇଥିବା ବେଳେ ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପିଲା ପାସ୍ ହେବେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ।

ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ପାସ୍ , ଶିକ୍ଷାବିତ ଓ ଅଭିଭବକ ସଙ୍ଘର ସ୍ବାଗତ

ଏପଟେ ଗଣଶିକ୍ଷା ବିଭାଗର ଏହି ନିଷ୍ପତ୍ତିକୁ ଶିକ୍ଷାବିତ ଓ ଅଭିଭାବକ ସଙ୍ଘ ସ୍ବାଗତ କରିଛନ୍ତି । ଏଥିସହ ଜୁନ ମାସରୁ ନୂତନ ଶିକ୍ଷା ବର୍ଷ ପାଠପଢ଼ାକୁ ନେଇ ଉଭୟ ଶିକ୍ଷାବିତ ଓ ଅଭିଭାବକ ସ୍ବାଗତ କରିଛନ୍ତି ।

ଚଳିତ ବର୍ଷ କୌଣସି କ୍ଲାସ ହୋଇ ନଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି । ଏପରିକି ଏପ୍ରିଲରେ ବି ନୂତନ ଶିକ୍ଷା ବର୍ଷ ଆରମ୍ଭ ହେବନି। ପ୍ରଚଣ୍ଡ ଖରା ଓ କୋରୋନା ଯୋଗୁଁ ଜୁନରେ ନୂତନ ଶିକ୍ଷା ବର୍ଷ ଆରମ୍ଭ ନେଇ କୁହାଯାଇଛି ।

ପ୍ରଥମ ରୁ ଅଷ୍ଟମ ଛାତ୍ରଛାତ୍ରୀଙ୍କ ଆଉ କ୍ଲାସ୍ ହେବ ନାହିଁ। ବର୍ତ୍ତମାନ ପରିସ୍ଥିତିରେ ଆଉ ସ୍କୁଲ ଖୋଲିବା ସମ୍ଭବ ନୁହେଁ। ଏଣୁ ଗତବର୍ଷ ଭଳି ଏ ବର୍ଷ ବି ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଯାଏଁ ସବୁ ଛାତ୍ରଛାତ୍ରୀମାନେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ। ତେବେ ଏନେଇ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇ ନ ଥିଲେ ବି ଆପାତତଃ ତାହା ସ୍ଥିର ହୋଇଥିବା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ। ଏପ୍ରିଲରେ ଆରମ୍ଭ ହେବାକୁ ଥିବା ନୂତନ ଶିକ୍ଷାବର୍ଷ ଜୁନ୍ ମାସରେ ଆରମ୍ଭ ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି।

ତେବେ ଖରା ଏବଂ କୋରୋନା ମହାମାରୀକୁ ନଜରରେ ରଖି ଏପ୍ରିଲ ପରିବର୍ତ୍ତେ ଜୁନ୍ ମାସରେ ଏହାକୁ ଆରମ୍ଭ କରିବାକୁ ବିଚାରବିମର୍ଶ ହେଉଥିବା ଜଣାପଡିଛି। ସେପଟେ ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି ଉଭୟ ଅଭିଭାବକ ଓ ଶିକ୍ଷାବିତ। ଏପଟେ ଶିକ୍ଷାବିତ ପ୍ରୀତିଶ ଆଚାର୍ଯ୍ୟ କହିଛନ୍ତି ଯେ ପ୍ରଥମ ଶ୍ରେଣୀରୀ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପାସ ନକରି କିଛି ମାତ୍ରାରେ କ୍ଳାସ ଖୋଲିବା ଆବଶ୍ୟକତା ରହିଥିଲା। ଯାହା ଫଳରେ ଅନେକ ପିଲାମାନେ ଏହାର ସୁଯୋଗ ନେଇପାରିନାହାନ୍ତି। ତେଣୁ ଅଳ୍ପ ସମୟ ହେଉ ପଛେ କ୍ଲାସ ଖୋଲିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ସେପଟେ ଅଭିଭବକ ମହାସଂଘର ସଭାପତି ବାସୁଦେବ ଭଟ୍ଟ କହିଛନ୍ତି ଯେ ଅନେକ ସମୟରେ ଘରୋଇ ସ୍କୁଲ ପରୀକ୍ଷା ଆଳରେ ଫି ଆଦାୟ କରୁଛନ୍ତି ଯାହାକୁ ଅନେକ ସମୟରେ ବିରୋଧ କରାଯାଇଛି। ଯେଉଁଥିରେ ଆଜି ପୂର୍ଣ୍ଣଛେଦ ପଡିଛି। ଏହି ନିଷ୍ପତିକୁ ସ୍ବାଗତ କରିଥିବା କହିଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Mar 13, 2021, 4:21 PM IST

ABOUT THE AUTHOR

...view details