ଭୁବନେଶ୍ବର:ପ୍ରଥମ ଥର ସହରୀ ନିର୍ବାଚନରେ ସାମିଲ ହୋଇଛି କଳାରାହାଙ୍ଗ । ପଞ୍ଚାୟତରୁ କଟି ଭୁବନେଶ୍ବର ମହାନଗର ନିଗମରେ ମିଶିବା ପରେ ଚଳିତ ବର୍ଷ ପ୍ରଥମ ଥର କଳାରାହାଙ୍ଗରେ ପୌର ନିର୍ବାଚନ ହେଉଛି । ଚଳିତ ଥର ଏଠାରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ଚାଲିଛି । ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ଏହି ଓ୍ବାର୍ଡରେ ଉଭୟ ଦଳ ପକ୍ଷରୁ ଦୁଇ ଶିକ୍ଷିତ ଯୁବତୀ ମୋନାଲିସା ବେହେରା ଓ ରିତୁପର୍ଣ୍ଣା ଭୋଇଙ୍କୁ ପ୍ରାର୍ଥିନୀ କରାଯାଇଛି ।
ULB Polls: ପ୍ରଥମ ଥର ସହରୀ ନିର୍ବାଚନରେ ସାମିଲ ହେଲା କଳାରାହାଙ୍ଗ - କଳାରାହାଙ୍ଗାରେ ଚାଲିଛି ମତଦାନ
ପ୍ରଥମ ଥର ପୌର ନିର୍ବାଚନରେ ଭୋଟ ଦେଉଛି କଳାରାହାଙ୍ଗ । ବିଜେଡି ଓ ବିଜେପି ପ୍ରାର୍ଥିନୀଙ୍କ ମଧ୍ୟରେ ଚାଲିଛି କଡା ଟକ୍କର । ଅଧିକ ପଢନ୍ତୁ
ULB Polls: ପ୍ରଥମ ଥର ସହରୀ ନିର୍ବାଚନରେ ସାମିଲ ହେଲା କଳାରାହାଙ୍ଗ
ଭୁବନେଶ୍ବର ଉତ୍ତର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଏମସିର ୨ ନମ୍ବର ଓ୍ବାର୍ଡରେ କଳାରାହାଙ୍ଗ ରହିଛି । କଳାରାହାଙ୍ଗ, ପଦ୍ମକେଶରପୁର ଓ ଇଞ୍ଜଣା ଭଳି ୩ଟି ଗ୍ରାମକୁ ନେଇ ଗଠିତ ହୋଇଥିଲା କଳାରାହାଙ୍ଗ ପଞ୍ଚାୟତ । ଏହା ଏବେ ଭୁବନେଶ୍ବର ମହାନଗର ନିଗମରେ ସାମିଲ ହୋଇଛି । ଆଜି ପୌର ନିର୍ବାଚନ ପାଇଁ ମତଦାନ ଜାରି ରହିଥିବା ବେଳେ ଭୋଟ ଦେବାକୁ ନେଇ କଳାରାହାଙ୍ଗବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଯାଇଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ