ଭୁବନେଶ୍ବର:ରାଜ୍ୟ ବିଜେପି ଟିମ ନମାମି ଗଙ୍ଗେ ନଦୀ ସୁରକ୍ଷା ସମିତିର ପ୍ରଥମ କାର୍ଯ୍ୟ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଛି । ରାଜ୍ୟରେ 17 ତାରିଖରୁ 15 ଦିନ ଧରି ନଦୀ ସଂସ୍କାର କାର୍ଯ୍ୟକ୍ରମ ଚାଲିବ ବୋଲି ଟିମ ନମାମି ଗଙ୍ଗେ ନଦୀ ସୁରକ୍ଷା ସମିତିର ସଭାପତି ମହେଶ୍ବର ସାହୁ କହିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ୭୧ବର୍ଷ ବୟସରେ ପାଦ ଥାପିବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସକୁ ପାଳନ କରିବା ପାଇଁ ଏହି ବୈଠକ ଡକାଯାଇଛି । ଏହି ଅବସରରେ ବିଭିନ୍ନ ସଫେଇ କାର୍ଯ୍ୟ କରାଯିବ । ଓଡ଼ିଶାରେ 71ଟି ପବିତ୍ର ନଦୀକୁ ସଫେଇ କରିବା କାର୍ଯ୍ୟକ୍ରମ ସହ ବନ୍ଦାଣ କାର୍ଯ୍ୟକ୍ରମ ମଧ୍ୟ କରାଯିବ । ରାଜ୍ୟରେ ଏହି ନଦୀ ସଂସ୍କାର କାର୍ଯ୍ୟକ୍ରମ ଆସନ୍ତା 17 ତାରିଖରୁ 15 ଦିନ ଧରି ଚାଲିବ ।