ଭୁବନେଶ୍ବର: 2021-23 ଶିକ୍ଷାବର୍ଷରେ ବିଏଡ୍ ଓ ବିଏଚଇଡି ପାଠ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟ ନାମଲେଖା ୧୫ ରୁ ୧୬ ତାରିଖରେ ମଧ୍ୟରେ ଅନୁଷ୍ଠିତ ହେବ । ୧୭ ତାରିଖରୁ ପାଠପଢା ଆରମ୍ଭ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଂଜ୍ଞପ୍ତି ପ୍ରକାଶ ପାଇଛି ।
ନାମଲେଖା ସମୟରେ ଛାତ୍ରଛାତ୍ରୀ ଇଣ୍ଟିମେସନ ଲେଟର ସମେତ ଅନ୍ୟ ସମସ୍ତ ଡକ୍ୟୁମେଣ୍ଟ ଦାଖଲ କରିବେ । ତେଣୁ କଲେଜ ଗୁଡିକ ଏଦିଗରେ କଡା ପଦକ୍ଷେପ ଗ୍ରହଣ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଏଡ ପାଠ୍ୟକ୍ରମ ଥିବା କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ହୋଇଛି । ବିଭାଗୀୟ ଅତିରିକ୍ତ ସଚିବ ରମାକାନ୍ତ ନାୟକ କହିଛନ୍ତି ଯେ, ନାମଲେଖା ସମୟରେ ଇଣ୍ଟିମେସନ ଲେଟରରେ ଉଲ୍ଲେଖ ଥିବା ଛାତ୍ରଛାତ୍ରୀଙ୍କ ଓରିଜିନାଲ ଡକ୍ୟୁମେଣ୍ଟ ତଥା ସାର୍ଟିଫିକେଟକୁ ଭଲ ଭାବେ ଯାଞ୍ଚ କରାଯିବା ଆବଶ୍ୟକ । ଆବଶ୍ୟକୀୟ ଫି' ଗ୍ରହଣ କରିବା ପରେ ନାମ ଲେଖାଇବା ଦିଗରେ ପଦକ୍ଷେପ ନିଆଯିବ । ଡକ୍ୟୁମେଣ୍ଟ ଓ ଆପ୍ଲିକେସନ ଫର୍ମରେ କିଛି ତ୍ରୁଟି ଥିଲେ ତୁରନ୍ତ ଶିକ୍ଷା ସେକ୍ସନକୁ ପଠାଇବାକୁ କଲେଜ ଅଧ୍ୟକ୍ଷକଙ୍କୁ କୁହାଯାଇଛି ।