କଟକ:ଓମିକ୍ରନକୁ ନେଇ ଖୁସି ଖବର । ରାଜ୍ୟରେ ପ୍ରଥମ ଚିହ୍ନଟ ହୋଇଥିବା ଓମିକ୍ରନ ରୋଗୀ ଆଜି(ସୋମବାର) ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ସମ୍ପୃକ୍ତ ବ୍ୟକ୍ତି ଜଣକ ନାଇଜେରିଆ ଫେରନ୍ତା ଥିଲେ । ସେ ଗତ ୧୭ ତାରିଖରେ ଓମିକ୍ରନ ଭାଇରସରେ ଆକ୍ରାନ୍ତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।
ଏହା ବି ପଢନ୍ତୁ: Night Curfew in Odisha: ଏବେ ଆବଶ୍ୟକତା ନାହିଁ କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
ତାଙ୍କର କୌଣସି ଲକ୍ଷଣ ନଥିଲା । ଦୁଇଥର କୋଭିଡ଼ ପରୀକ୍ଷା କରାଯାଇଥିଲା ଏବଂ ରିପୋର୍ଟ ନେଗେଟିଭ ଆସିବାରୁ ଆଜି ଡିସଚାର୍ଜ କରାଯାଇଛି । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କୁ ଘରେ ଆଇସଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି । ତେବେ ଓମିକ୍ରନକୁ ନେଇ ଭୟଭୀତ ନ ହେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।