ଓଡିଶା

odisha

ETV Bharat / city

‘ନିଜ ପିଠି ନ ଥାପୁଡ଼ାଇ କୋରୋନା ମୁକାବିଲା ଦିଗରେ ପଦକ୍ଷେପ ନିଅନ୍ତୁ ସରକାର’

ମାର୍କେଟରେ ବସି ବ୍ୟବସାୟ କରୁଥିବା ସବୁ ଲୋକଙ୍କ କୋରୋନା ଟେଷ୍ଟ କରାଯାଉ । କ୍ବାରେନଣ୍ଟାଇନ ସେଣ୍ଟରରେ ରହୁଥିବା ସମସ୍ତ ଲୋକଙ୍କ ପରୀକ୍ଷା କରି ସେମାନଙ୍କୁ ଛଡାଯାଉ । ରାଜ୍ୟ ବିଜେପି ପକ୍ଷରୁ ଏନେଇ ସରକାରଙ୍କୁ କିଛି ପ୍ରସ୍ତାବ କୋରୋନା ରୋକିବା ଦିଗରେ କାର୍ଯ୍ୟକାରୀ କରିବାକୁ କୁହାଯାଇଛି ।

ନିଜ ପିଠି ନ ଥାପୁଡ଼ାଇ ପ୍ରଥମେ କୋରୋନା ମୁକାବିଲା ଦିଗରେ ଉଚିତ ପଦକ୍ଷେପ ନିଅନ୍ତୁ ସରକାର: ବିଜେପି
ନିଜ ପିଠି ନ ଥାପୁଡ଼ାଇ ପ୍ରଥମେ କୋରୋନା ମୁକାବିଲା ଦିଗରେ ଉଚିତ ପଦକ୍ଷେପ ନିଅନ୍ତୁ ସରକାର: ବିଜେପି

By

Published : Jun 16, 2020, 4:36 PM IST

ଭୁବନେଶ୍ବର: ପ୍ରେସମିଟ ଜରିଆରେ ରାଜ୍ୟ ସରକାରଙ୍କ ଅଧିକାରୀ କେବଳ ନିଜେ ନିଜର ପିଠି ଥାପୁଡ଼ାଇବା କାମ କରୁଛନ୍ତି । କୋରୋନା ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ଯାହା କହିଥିଲେ ତାହା କରାଯାଉନାହିଁ । ପ୍ରଥମେ ସେ ଦିଗରେ କାର୍ଯ୍ୟ କଲେ ରାଜ୍ୟବାସୀ ଆପଣା ଛାଏଁ ସାବାସୀ ଦେବେ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ମଙ୍ଗଳବାର ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଏହା ଉଲ୍ଲେଖ କରି କହିଛନ୍ତି ।

ନିଜ ପିଠି ନ ଥାପୁଡ଼ାଇ ପ୍ରଥମେ କୋରୋନା ମୁକାବିଲା ଦିଗରେ ଉଚିତ ପଦକ୍ଷେପ ନିଅନ୍ତୁ ସରକାର: ବିଜେପି

ରାଜ୍ୟ ବିଜେପି ପକ୍ଷରୁ ଏନେଇ ସରକାରଙ୍କୁ କିଛି ପ୍ରସ୍ତାବ କୋରୋନା ରୋକିବା ଦିଗରେ କାର୍ଯ୍ୟକାରୀ କରିବାକୁ କୁହାଯାଇଛି । ଗଞ୍ଜାମ ଜିଲ୍ଲାର ମାର୍କେଟରେ କୋରୋନାର ଗୋଷ୍ଠୀ ସଂକ୍ରମଣ ଭଳି ଅନ୍ୟ ସ୍ଥାନମାନଙ୍କରେ ଏହା ମଧ୍ୟ ବ୍ୟାପିପାରେ । ଏଥିଲାଗି ମାର୍କେଟରେ ବସି ବ୍ୟବସାୟ କରୁଥିବା ସବୁ ଲୋକଙ୍କ କୋରୋନା ଟେଷ୍ଟ କରାଯାଉ । କ୍ବାରେନଣ୍ଟାଇନ ସେଣ୍ଟରରେ ରହୁଥିବା ସମସ୍ତ ଲୋକଙ୍କ ପରୀକ୍ଷା କରି ସେମାନଙ୍କୁ ଛଡା ଯାଉ । କୋଭିଡ ହସ୍ପିଟାଲରେ ଯେଉଁମାନେ ଡିସଚାର୍ଜ ହେଉଛନ୍ତି ସେମାନଙ୍କୁ କଣ ମେଡ଼ିସିନ ଦିଆ ଯାଉଛି,ଆଉ ସେମାନେ ଡିସଚାର୍ଜ ହେବା ପୂର୍ବରୁ ତାଙ୍କର ତାଙ୍କୁ ଟେଷ୍ଟ ରିପୋର୍ଟ ଦିଆଯାଉ ବୋଲି କୁହାଯାଇଛି ।

ସେହିପରି ସରକାର ଆଶାକର୍ମୀ ଓ ଏ ଏନ ଏମ ମାନଙ୍କ ଦ୍ବାରା ଘରକୁ ଘର ବୁଲି କୋରୋନା ଟେଷ୍ଟ ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ତାହାକୁ ସ୍ବାଗତ କରିଛନ୍ତି । ତେବେ ଏହା ପୂର୍ବରୁ ସେମାନଙ୍କ ସୁରକ୍ଷା ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରାଯିବାକୁ ବିଜେପି ସରକାରଙ୍କୁ ପ୍ରସ୍ତାବ ଦେଇଛି । ଯାହାକୁ ସେମାନେ ସାଦରେ ଗ୍ରହଣ କରି କାର୍ଯ୍ୟକାରୀ କରିବେ ବୋଲି ସେ ଆଶା କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details