ଓଡିଶା

odisha

ETV Bharat / city

ରାଜଧାନୀ ଚିକିତ୍ସାଳୟରେ ଦୁଗ୍ଧ ଭଣ୍ଡାରର ଶୁଭାରମ୍ଭ: ରାଜ୍ୟର ପ୍ରଥମ, ଭାରତର ୩୪ତମ - ରାଜଧାନୀ ଚିକିତ୍ସାଳୟରେ ଦୁଗ୍ଧ ଭଣ୍ଡାର ଶୁଭାରମ୍ଭ

ରାଜଧାନୀ ଚିକିତ୍ସାଳୟରେ ଦୁଗ୍ଧ ଭଣ୍ଡାର (ସିଏଲଏମ୍‌ସି) Comprehensive Lactation Management Centre (CLMC)ର ଶୁଭାରମ୍ଭ । ଯାହାକି ରାଜ୍ୟରେ ପ୍ରଥମ ଓ ଦେଶର ୩୪ତମ ବୋଲି ଜଣାପଡିଛି । ଅଧିକ ପଢନ୍ତୁ

ରାଜଧାନୀ ଚିକିତ୍ସାଳୟରେ ଦୁଗ୍ଧ ଭଣ୍ଡାର ଶୁଭାରମ୍ଭ: ରାଜ୍ୟର ପ୍ରଥମ,ଭାରତର ୩୪ ତମ
ରାଜଧାନୀ ଚିକିତ୍ସାଳୟରେ ଦୁଗ୍ଧ ଭଣ୍ଡାର ଶୁଭାରମ୍ଭ: ରାଜ୍ୟର ପ୍ରଥମ,ଭାରତର ୩୪ ତମ

By

Published : Mar 9, 2022, 4:55 PM IST

ଭୁବନେଶ୍ବର : ରାଜଧାନୀ ଚିକିତ୍ସାଳୟରେ ଦୁଗ୍ଧ ଭଣ୍ଡାର (ସିଏଲଏମ୍‌ସି) Comprehensive Lactation Management Centre (CLMC)ର ଶୁଭାରମ୍ଭ ହୋଇଛି। ଯାହାକି ରାଜ୍ୟରେ ପ୍ରଥମ ଓ ଦେଶର ୩୪ତମ ବୋଲି ଜଣାପଡିଛି । ଦୀର୍ଘ ଦିନ ହେଲା ଏହି ପ୍ରକଳ୍ପ ଝୁଲି ରହିଥିବାବେଳେ ସୋମବାର ଶିଶୁ ବିଭାଗ ଠାରେ ବିଧିବଦ୍ଧଭାବେ ଉଦଘାଟିତ ହୋଇଛି ।

ରାଜଧାନୀ ଚିକିତ୍ସାଳୟରେ ଦୁଗ୍ଧ ଭଣ୍ଡାର ଶୁଭାରମ୍ଭ: ରାଜ୍ୟର ପ୍ରଥମ,ଭାରତର ୩୪ ତମ

ପ୍ରଥମ ଦିନରେ ଦୁଇ ମା’ଙ୍କ କ୍ଷୀରକୁ ଏହି କେନ୍ଦ୍ରରେ ସଂରକ୍ଷିତ କରାଯାଇଥିବା ଚିକିତ୍ସାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜାତୀୟ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ଏନେଇ ପଦକ୍ଷେପ ନିଆଯାଇଥିବାବେଳେ ଏହି ଭଣ୍ଡାର ଦ୍ବାରା ଉଭୟ ମା’ ଏବଂ ଶିଶୁ ଉପକୃତ ହେବେ । ଦୁଗ୍ଧ ଭଣ୍ଡାର ଖୋଲିବା ପରେ ଏଠାରେ ସଂରକ୍ଷିତ ହୋଇ ରହିବ ମା’ କ୍ଷୀର।

ପରବର୍ତ୍ତୀ ସମୟରେ ଏହି କ୍ଷୀରକୁ ବ୍ୟବହାର କରାଯିବ। ଦେଖିବାକୁ ମିଳୁଛି ଅନେକ କର୍ମଜୀବୀ ମହିଳା ବିଭିନ୍ନ ସରକାରୀ ତଥା ବେସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବାବେଳେ ବିଶେଷ ଭାବେ ନିଜର ଶିଶୁଙ୍କୁ ସ୍ତନ୍ୟପାନ କରାଇବାକୁ ଅମଙ୍ଗ ହେଉଛନ୍ତି । କେବଳ ଏତିକି ନୁହେଁ ବହୁ ମହିଳାଙ୍କର କ୍ଷୀର ହେଉନାହିଁ ।

ଏହାବି ପଢନ୍ତୁ :Devendra Fadnavis detained ! ପ୍ରଦର୍ଶନ ବେଳେ ଦେବେନ୍ଦ୍ର ଫଡନାଭିସ ଅଟକ

ଯାହାକୁ ନେଇ ପରବର୍ତ୍ତୀ ସମୟରେ ଉଭୟ ମା’ ଏବଂ ଶିଶୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି। ଫଳ ସ୍ବରୂପ ଶିଶୁଙ୍କୁ ବଜାରରେ ମିଳୁଥିବା ଡବା କ୍ଷୀର ଦେଉଛନ୍ତି। ଏହାଦ୍ବାରା ଶିଶୁଙ୍କୁ ଆବଶ୍ୟକୀୟ ଉପାଦାନ ମିଳିପାରୁନାହିଁ।

ତେବେ ଦୁଗ୍ଧ ଭଣ୍ଡାର ହେବା ଦ୍ବାରା ଉଭୟ ମା’ ଏବଂ ଶିଶୁ ଉପକୃତ ହେବେ। ଏହା ସମ୍ପୂର୍ଣ୍ଣ ଆଧୁନିକ ଶୈଳୀରେ ନିର୍ମାଣ ହୋଇଛି। ଅତ୍ୟାଧୁନିକ ଯନ୍ତ୍ରାଂଶ ଲାଗିଥିବାବେଳେ ୫ ସେବିକାଙ୍କୁ ନିଯୁକ୍ତି ଦିଆଯାଇଛି । ଏହାର ଦାୟିତ୍ବରେ ଜଣେ ଡାକ୍ତର ରହିଛନ୍ତି । ‌‌ସେହିପରି ନବଜାତ ପାଇଁ ଦୁଗ୍ଧ ସଂରକ୍ଷିତ ହୋଇ ରହିବା ସହିତ ଉକ୍ତ କ୍ଷୀରରେ କ’ଣ ଅଭାବ ରହିଛି ତାହା ମଧ୍ୟ ପରୀକ୍ଷା କରାଯିବ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details