ଓଡିଶା

odisha

By

Published : Jul 1, 2021, 7:50 AM IST

ETV Bharat / city

AIIMSକୁ ଆସିଲା ପ୍ରଥମ ECMO ମେସିନ

କୋଭିଡରେ ଆକ୍ରାନ୍ତ ହୋଇ ଫୁସୁଫୁସ ସମସ୍ୟାରେ ଚିକିତ୍ସା ସେବା ଏବେ ରାଜଧାନୀରେ ମିଳିବ । ଏମ୍ସରେ ଏହି ସମସ୍ୟା ପାଇଁ ବ୍ୟବହାର ହେଉଥିବା ଦୁଇଟି ECMO ମେସିନ ମଧ୍ୟରୁ ଗୋଟିଏ ମେସିନ ଉପଲବ୍ଧ ହେବ । ଅଧିକ ପଢନ୍ତୁ...

ଏମ୍ସକୁ ଆସିଲା ପ୍ରଥମ ECMO ମେସିନ
ଏମ୍ସକୁ ଆସିଲା ପ୍ରଥମ ECMO ମେସିନ

ଭୁବନେଶ୍ବର:ଗୁରୁତର କୋଭିଡ ରୋଗୀଙ୍କ ପାଇଁ ଭଲ ଖବର । କୋଭିଡରେ ଆକ୍ରାନ୍ତ ହୋଇ ଫୁସୁଫୁସ ସମସ୍ୟାରେ ଚିକିତ୍ସା ସେବା ଏବେ ରାଜଧାନୀରେ ମିଳିବ । ଏମ୍ସରେ ଏହି ସମସ୍ୟା ପାଇଁ ବ୍ୟବହାର ହେଉଥିବା ଦୁଇଟି ECMO ମେସିନ ମଧ୍ୟରୁ ଗୋଟିଏ ମେସିନ ଉପଲବ୍ଧ ହେବ ।

ଆଉ କିଛି ଦିନ ପରେ ଅନ୍ୟ ECMO ମେସିନ ଏମ୍ସରେ ପହଞ୍ଚିବ । ଏମ୍ସର CTVS ବିଭାଗରେ ଏହି ମେସିନ ରଖାଯାଇଛି । କିଛି ଦିନ ପରେ ଏହି ମେସିନକୁ ଲଗାଯାଇ ଚିକିତ୍ସା ପାଇଁ ବ୍ୟବହାର କରାଯିବ । ଏହି ମେସିନ କିଣାଯିବା ପାଇଁ ଜୁନ 10ରେ ଅର୍ଡର ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି ଏମ୍ସ ଅଧିକ୍ଷକ ଡା. ସଚ୍ଚିଦାନନ୍ଦ ମହାନ୍ତି ।

ECMO ମେସିନ୍ ଗୁଡିକ ଗୁରୁତର କୋଭିଡ଼ ରୋଗୀଙ୍କ ଚିକିତ୍ସା ଏବଂ ଅନ୍ୟାନ୍ୟ ଜଟିଳ ସମସ୍ୟା ପାଇଁ ଉଦ୍ଧିଷ୍ଟ । ଏମ୍ସରେ ବର୍ତ୍ତମାନ କିଛି ଅଧ୍ୟାପକ ECMO ମେସିନ୍ ପରିଚାଳନା ପାଇଁ ପ୍ରଶିକ୍ଷଣ ନେଉଛନ୍ତି । ସମାନ କାର୍ଯ୍ୟ କରିବା ପାଇଁ ଅନୁଷ୍ଠାନରେ ଅଧିକ ଟେକ୍ନିସିଆନ ନିଯୁକ୍ତି ଲାଗି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଁଚିଛି । ଯାହା ଲୋକଙ୍କୁ ଭବିଷ୍ୟତରେ ସାହାଯ୍ୟ କରିବ ।

ଓଡିଶାରେ ଏହି ମେସିନ ଉପଲବ୍ଧ ନଥିବାରୁ ଅନେକ ଗୁରୁତର କୋଭିଡ ରୋଗୀଙ୍କୁ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯିବାକୁ ପଡିଛି । ମାତ୍ର ବର୍ତ୍ତମାନ ଏହି ସମସ୍ୟାର ସମାଧାନ ହୋଇଛି । ନିକଟରେ ରାଉରକେଲା ସମେତ SAILର ସମସ୍ତ ହସ୍ପିଟାଲରେ ECMO ମେସିନ ବ୍ୟବସ୍ଥା କରାଯିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ABOUT THE AUTHOR

...view details